ଦାନ୍ତ ଭାଙ୍ଗିଯିବା ନେଇ ଦେଖୁଛନ୍ତି କି ସ୍ୱପ୍ନ, ତେବେ ସାବଧାନ !
Advertisement
Article Detail0/zeeodisha/odisha851534

ଦାନ୍ତ ଭାଙ୍ଗିଯିବା ନେଇ ଦେଖୁଛନ୍ତି କି ସ୍ୱପ୍ନ, ତେବେ ସାବଧାନ !

ବ୍ରାହ୍ମ ମୂହୁର୍ତ୍ତରେ ଦେଖିଥିବା ସ୍ବପ୍ନ କିଛିଟା ମାତ୍ରାରେ ସତ ମଧ୍ୟ ହୋଇଥାଏ ।

ଦାନ୍ତ ଭାଙ୍ଗିଯିବା ନେଇ ଦେଖୁଛନ୍ତି କି ସ୍ୱପ୍ନ, ତେବେ ସାବଧାନ !

ନୂଆଦିଲ୍ଲୀ:  ରାତିରେ ଶୋଇବା ସମୟ ହେଉ ବା ସକାଳ କିମ୍ବା ଦ୍ୱି-ପ୍ରହର । ନିଘୋଡ଼ ନିଦ୍ରାରେ ଶୋଇଲେ କିଛି ନା କିଛି ସ୍ୱପ୍ନ ଆସିଯାଏ । ସୁଖଦ ନିଦ୍ରାରେ ଶୋଇବା ସମୟରେ କିଛି କିଛି ଲୋକଙ୍କୁ ଭଲ ସ୍ୱପ୍ନ ବି ଆସିଥାଏ ଓ କିଛି କିଛି ଲୋକଙ୍କୁ ଖରାପ ସ୍ୱପ୍ନ ଆସିଥାଏ । ତେବେ ଏହି ସମୟରେ ମନ ବହୁତ ଆନ୍ଦୋଳିତ ହୁଏ । ହେଲେ କୁହାଯାଏ ଯେ, ବ୍ରାହ୍ମ ମୂହୁର୍ତ୍ତରେ ଦେଖିଥିବା ସ୍ବପ୍ନ କିଛିଟା ମାତ୍ରାରେ ସତ ମଧ୍ୟ ହୋଇଥାଏ ।

ମାତ୍ର ଯଦି ଆପଣ ସ୍ୱପ୍ନ (Dream) ରେ ଏହା ଦେଖୁଛନ୍ତି କି, ଆପଣଙ୍କୁ ମୂଷା (Rat) କାମୁଡିଛି ତେବେ ଡ଼ରିବାର କିଛି ନାହିଁ । ଏହାଏକ ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ, ହେଉଛି ଦୁର୍ଘଟଣା ହେବାକୁ ଯାଉଥିଲା ମାତ୍ର ଏହି ସ୍ୱପ୍ନ ଏହା ନିଶ୍ଚିତ କରାଇଲା ଯେ, ଆପଣ ଏଥିରୁ ବର୍ତ୍ତିଗଲେ । ଏହାର ଆଉ ଏକ ଅର୍ଥ ବି ହେଉଛି, ଦୁର୍ଘଟଣା ହେଲେ ଆପଣ ବଞ୍ଚିଯିବେ। ଦୁଇ ପଟରୁ ହିଁ ଏହା ଶୁଭ ସ୍ୱପ୍ନ (Good Dream) ବୋଲି କୁହାଯାଏ । ହେଲେ ବି ଆପଣଙ୍କୁ ସଚେତନ ରହିବାକୁ ପଡ଼ିବ ।

Also Read: ବମ୍ପର ଅଫର: ଏହିଠାରେ ଏକଟଙ୍କାରେ ମିଳୁଛି ପେଟ୍ରୋଲ

ଏମିତି ଅନେକ ସମୟରେ ସ୍ୱପ୍ନ ଆସେ କି ଦାନ୍ତ ଭାଙ୍ଗିଯାଉଛି (Loosing Teeth) ବା ଦାନ୍ତ ଗଳିପଡ଼ୁଛି । ତେବେ ଏହା ଏକ ଖରାପ ସ୍ୱପ୍ନ ବୋଲି ପ୍ରମାଣିତ ହୋଇପାରେ । ଆଉ ଏହି ସ୍ୱପ୍ନର ଅର୍ଥ ହେଲା ଆପଣଙ୍କର ବହୁତ କ୍ଷତି ହେବାକୁ ଯାଉଥିବା ବେଳେ ଧନହାନୀ ମଧ୍ୟ ହେବାକୁ ଯାଉଛି । ଏହାଦ୍ୱାରା ଆପଣ ଚିନ୍ତାଗ୍ରସ୍ତ ହେବେ । ପ୍ରକୃତରେ ଦାନ୍ତ ମାଢି ସହିତ ଜଡ଼ିତ ହୋଇରହିଥାଏ । ମାତ୍ର ସ୍ୱପ୍ନରେ ଯେମିତି ଦାନ୍ତ (Teeth) ଖସିପଡ଼ିବା ଜଣାପଡ଼େ ଏହାର ଅର୍ଥ ସେତିକି ତୀବ୍ରରେ ଆପଣଙ୍କ ଧନହାନୀ ମଧ୍ୟ ହେବାକୁ ଯାଉଛି। 

Also Read: ପ୍ରିୟଙ୍କା ଚୋପ୍ରାଙ୍କ ଭଡ଼ାଟିଆ ଜ୍ୟାକଲିନ, ମାସକୁ ଦେଉଛନ୍ତି ଏତେ ଟଙ୍କା ଘରଭଡ଼ା !

ଯଦି କେବେ ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତେବେ ଖୁସି ହୁଅନ୍ତୁ । କେବେ ଯଦି ଆକାଶରେ ତାରା (Star) ଛୁଇଁବା ସ୍ୱପ୍ନ ଦେଖୁଛନ୍ତି ତେବେ, ଏହାର ଅର୍ଥ ଆପଣଙ୍କ ପରିଶ୍ରମର ଫଳ ବହୁତ ଜଲଦି ଆପଣଙ୍କୁ ମିଳିବାକୁ ଯାଉଛି। ଏବଂ ଆପଣଙ୍କ ଜୀବନରେ କିଛି ଗୋଟେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନିକଟ ଭବିଷ୍ୟତରେ ସମ୍ମାନ ମିଳିବା ସଙ୍କେତ ଦେଇଥାଏ। ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ପରିଶ୍ରମ (Hard Work)ର ଫଳ ଆପଣଙ୍କ ହାତ ନିକଟରେ ହିଁ ଅଛି ।