Purse Tips: ନୂଆବର୍ଷରୁ ପର୍ସରେ ରଖନ୍ତୁ ଏହି ଜିନିଷ, ରହିବନି ଟଙ୍କାର ଅଭାବ !
Advertisement
Article Detail0/zeeodisha/odisha1480991

Purse Tips: ନୂଆବର୍ଷରୁ ପର୍ସରେ ରଖନ୍ତୁ ଏହି ଜିନିଷ, ରହିବନି ଟଙ୍କାର ଅଭାବ !

Purse Tips for New Year 2023: ଦିନ କେଇଟା ପରେ ଶେଷ ହେବ ପୁରୁଣା ବର୍ଷ । ଲୋକମାନେ ନୂଆବର୍ଷକୁ ବେଶ ଧୁମଧାମରେ ପାଳନ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସମସ୍ତେ ଚାହାଁନ୍ତି ଯେ, ନୂଆ ବର୍ଷ ସେମାନଙ୍କ ପାଇଁ ଖୁସି ଓ ଆନନ୍ଦରେ ଦିନ ହେଉ । କୌଣସି ପ୍ରକାରର ଅସୁବିଧା ନ ହେଉ । ଜୀବନରେ ଟଙ୍କାର ଅଭାବ ନ ରହୁ ଏବଂ ଧନଧାନ୍ୟରେ ସର୍ବଦା ଘରେ ରହୁ ।

Purse Tips: ନୂଆବର୍ଷରୁ ପର୍ସରେ ରଖନ୍ତୁ ଏହି ଜିନିଷ, ରହିବନି ଟଙ୍କାର ଅଭାବ !

Purse Tips for New Year 2023: ଦିନ କେଇଟା ପରେ ଶେଷ ହେବ ପୁରୁଣା ବର୍ଷ । ଲୋକମାନେ ନୂଆବର୍ଷକୁ ବେଶ ଧୁମଧାମରେ ପାଳନ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସମସ୍ତେ ଚାହାଁନ୍ତି ଯେ, ନୂଆ ବର୍ଷ ସେମାନଙ୍କ ପାଇଁ ଖୁସି ଓ ଆନନ୍ଦରେ ଦିନ ହେଉ । କୌଣସି ପ୍ରକାରର ଅସୁବିଧା ନ ହେଉ । ଜୀବନରେ ଟଙ୍କାର ଅଭାବ ନ ରହୁ ଏବଂ ଧନଧାନ୍ୟରେ ସର୍ବଦା ଘରେ ରହୁ । ଏଭଳି ପରିସ୍ଥିତିରେ ଆଜି ଆମେ ପର୍ସ ବିଷୟରେ କିଛି ଏଭଳି କଥା କହିବାକୁ ଯାଉଛୁ । ଯାହା ଦ୍ବାରା ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ରହିବନି । ଏବଂ ବର୍ଷସାରା ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। 

ରୂପା ମୁଦ୍ରା:

ନୂତନ ବର୍ଷର ପ୍ରଥମ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରୁଥିବାବେଳେ ତାଙ୍କୁ ଏକ ରୂପା ମୁଦ୍ରା ଅର୍ପଣ କରନ୍ତୁ, ତା’ପରେ ଏହି ମୁଦ୍ରାକୁ ଆପଣ ନିଜ ପର୍ସରେ ରଖନ୍ତୁ। ଏହା ସହିତ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ଉପରେ ରହିବ ଏବଂ ଟଙ୍କାର ଅଭାବ ମଧ୍ୟ ଆପଣଙ୍କ ପାଖରେ ରହିବନି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ପର୍ସରେ ଏହି ରୂପା କଏନ୍ ବ୍ୟତୀତ ଆଉ କୌଣସି ଜିନିଷ  ପର୍ସରେ ରଖନ୍ତୁ ନାହିଁ। 

ନୂଆ ବର୍ଷର ପ୍ରଥମ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରୁଥିବାବେଳେ ତାଙ୍କୁ ପାଞ୍ଚଟି ଗୁଜୁରାତି ଅର୍ପଣ କରନ୍ତୁ। ଏହା ପରେ ସମସ୍ତ ଗୁଜୁରାତିକୁ ଏକ ଲାଲ ରଙ୍ଗର ରେଶମ କପଡ଼ାରେ ବାନ୍ଧି ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ । ଏବଂ ଧନର ଅଭାବ ମଧ୍ୟ ରହିବ ନାହିଁ । ସେହିପରି ବରପତ୍ର ମଧ୍ୟ ଆପଣ ନିଜ ପର୍ସରେ ରଖିପାରିବେ। ଆପଣ ନିଜ ଘରର ଇଷ୍ଟଦେବୀଙ୍କ ନିକଟରେ ଏକ ବରପତ୍ରକୁ ପୂଜା କରନ୍ତୁ । ପରେ ଏହାକୁ ନାଲି ରଙ୍ଗର ସୁତାରେ ବାନ୍ଧି ଆପଣ ନିଜ ପର୍ସରେ ରଖନ୍ତୁ । ଏହା କରିବା ଦ୍ୱାରା, ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବର୍ଷସାରା ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । 

ଏହାବି ପଢନ୍ତୁ : Vastu Tips for Mirror: ଭୁଲରେ ବି ଘରର ଏହି ଦିଗରେ ରଖନ୍ତୁ ନାହିଁ ଦର୍ପଣ, ନଚେତ ମାଡି ଆସିବ ବଡ ବିପଦ !

ଚାଉଳ :

ବର୍ଷର ପ୍ରଥମ ଦିନରେ ମା ଲକ୍ଷ୍ମୀଙ୍କ ପାଦରେ କିଛି ଚାଉଳ ଦାନା ଦିଅ, ତା’ପରେ ଏହି ଆପଣ ନିଜ ପର୍ସରେ ରଖନ୍ତୁ। ଏହା କରିବା ଦ୍ବାରା ବର୍ଷସାରା ଆପଣଙ୍କ ପର୍ସ ଟଙ୍କାରେ ଭରି ରହିବ । ଅନାବଶ୍ୟକ ଖର୍ଚ୍ଚରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)