Sawan 2023: ଶ୍ରାବଣ ମାସରେ କୃପା କରିବେ ଭୋଳା ବାବା, ଏହିତିନି ରାଶି ହେବେ ମାଲାମାଲ୍
Advertisement
Article Detail0/zeeodisha/odisha1763052

Sawan 2023: ଶ୍ରାବଣ ମାସରେ କୃପା କରିବେ ଭୋଳା ବାବା, ଏହିତିନି ରାଶି ହେବେ ମାଲାମାଲ୍

Sawan 2023 News In Odia:  ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗରେ ପୂଜା ଓ ଶୁଭ କାର୍ଯ୍ୟ କରିବା ଦ୍ୱାରା ଧନ ସମୃଦ୍ଧିର ଯୋଗ ବୃଦ୍ଧି ହୋଇଥାଏ। ୪ ଜୁଲାଇରେ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଅନେକ ବିଶେଷ ସଂଯୋଗ ହେବାକୁ ଯାଉଛି। ଶ୍ରାବଣ ମାସରେ ଶଶ ରାଜଯୋଗ, ଗଜକେଶରୀ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ର ନିର୍ମାଣ ହେବ।  

Sawan 2023: ଶ୍ରାବଣ ମାସରେ କୃପା କରିବେ ଭୋଳା ବାବା, ଏହିତିନି ରାଶି ହେବେ ମାଲାମାଲ୍

Sawan 2023 News In Odia: ପ୍ରତିବର୍ଷ ଶ୍ରାବଣ ମାସକୁ ଚାତକ ପରି ଅପେକ୍ଷା କରି ବସିଥାନ୍ତି ଶିବ ଭକ୍ତ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଶ୍ରାବଣ ମାସର ପ୍ରତିଦିନ ତଥା ପ୍ରତି ସୋମବାର ବହୁତ ଖାସ ହୋଇଥାଏ। ଏହିଦିନ ଭଗବାନ ଶିବଙ୍କ ପୂଜା ଉପାସନା କଲେ ବିଶ୍ୱାସ ରହିଛି ଯେ ସବୁ ପାପ କ୍ଷୟ ହୁଏ। ସୁଖ ସମୃଦ୍ଧିରେ ଘର ଭରିଯାଏ। ଶ୍ରାବଣ ମାସରେ ଶିବ ଆରାଧନା କରିବା ଦ୍ୱାରା ଶିବଭକ୍ତଙ୍କ ସବୁ ପ୍ରକାରର ମନୋସ୍କାମନା ପୂରଣ ହୋଇଥାଏ। ତେବେ ବିଶ୍ୱାସ କରାଯାଉଛି ଯେ ଚଳିତବର୍ଷ ଶ୍ରାବଣ ମାସ ବହୁତ ଖାସ । ୧୯ ବର୍ଷ ପରେ ଏହି ସଂଯୋଗ ରହୁଥିବାରୁ ଚଳିତବର୍ଷ ମାସେ ନୁହେଁ  ଦୁଇ ମାସ ଧରି ଭଗବାନ ଶିବଙ୍କ ଆରାଧନା କରିପାରିବେ ଭକ୍ତ । 

ଚଳିତବର୍ଷର ଶ୍ରାବଣ ମାସରେ (Sravana Masa) ୮ ଟି ସୋମବାର ପଡ଼ୁଛି ଅର୍ଥାତ୍ ଭକ୍ତ ମାନେ ୮ ଟି ସୋମବାର ପର୍ଯ୍ୟନ୍ତ ଭଗବାନଙ୍କ ଆରାଧନା କରିପାରିବେ। ତେଣୁକରି ଏହି ମାସରେ ଅନେକ ଶୁଭ ବେଳା ରହିଛି। ସେହିପରି ଏହି ସଂଯୋଗ ସମୟରେ ଅନେକ ରାଶିର ଭାଗ୍ୟ ପରିବର୍ତ୍ତନ ଘଟିବାକୁ ଯାଉଛି। ଚଳିତବର୍ଷ ଶ୍ରାବଣ ମାସରେ ୫୯ ଦିନ ପାଳିବାକୁ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗରେ ପୂଜା ଓ ଶୁଭ କାର୍ଯ୍ୟ କରିବା ଦ୍ୱାରା ଧନ ସମୃଦ୍ଧିର ଯୋଗ ବୃଦ୍ଧି ହୋଇଥାଏ। ୪ ଜୁଲାଇରେ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଅନେକ ବିଶେଷ ସଂଯୋଗ ହେବାକୁ ଯାଉଛି। ଶ୍ରାବଣ ମାସରେ ଶଶ ରାଜଯୋଗ, ଗଜକେଶରୀ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ର ନିର୍ମାଣ ହେବ।  

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗ ହେବା କାରଣରୁ ଅନେକ ରାଶି ଉପରେ ଧନଲାଭ ର ଯୋଗ ଦୃଶ୍ୟମାନ ହେଉଛି। ଜ୍ୟୋତିଷ ଶାସ୍ତ୍ର ଗଣନା ମୁତାବିକ ସିଂହ ରାଶିର (Leo Zodiac Signs) ଜାତକ ଲୋକଙ୍କ ପାଇଁ ଶ୍ରାବଣ ମାସ ବହୁତ ଶୁଭ ସିଦ୍ଧ ହେବାକୁ ଯାଉଛି। ଭାଗ୍ୟର ଭଲ ସାଥ୍ ମିଳିବା ଦ୍ୱାରା ଯାହା ଯୋଜନା ଥିବ ତାହା ପୂରା ହେବାକୁ ଯାଉଛି। ଧନଲାଭର ଅନେକ ଯୋଗ ରହିଛି ସିଂହ ରାଶି ବ୍ୟକ୍ତିତ୍ୱଙ୍କର । ଯେଉଁ ଲୋକମାନେ ଚାକିରୀ ଖୋଜୁଛନ୍ତି ବା  ଆର୍ଥିକ ସଂଙ୍କଟ ଦେଇ ଗତି କରୁଛନ୍ତି ତେବେ ତାଙ୍କ ପାଇଁ ଏହି ମାସ ଶୁଭ ମାସ ଭାବେ ବିବେଚନା ହେବ। ଏହି ରାଶିର ବ୍ୟକ୍ତିତ୍ୱଙ୍କର ପ୍ରମୋସନ ଓ ବେତନ ବୃଦ୍ଧି ହେବାର ଯୋଗ ମଧ୍ୟ ରହିଛି । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଖୁବ ଭଲ ମାସ ଭାବେ ସାବ୍ୟସ୍ତ ହେବାକୁ ଯାଉଛି।

ତୂଳା ରାଶିର (Libra Zodiac Signs)ଲୋକମାନେ ଏହି ଶ୍ରାବଣ ମାସରେ ଭୋଲା ବାବାଙ୍କ ବିଶେଷ ଆଶୀର୍ବାଦ ପାଇବେ। କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ପାଇଁ ଉତ୍କୃଷ୍ଟ ସୁଯୋଗ ରହିବ ଏହି ମାସରେ। ପୈତୃକ ସମ୍ପତ୍ତି କ୍ରୟ ଏବଂ ବିକ୍ରୟ କରି ଏହି ରାଶିର ଲୋକମାନେ ଭଲ ଲାଭ ପାଇବାର ଯୋଗ ରହିଛି। ଚାକିରୀ କରୁଥିବା ଲୋକଙ୍କ ପାଇଁ ଚାକିରୀ ପଦୋନ୍ନତିର ଯୋଗ ରହିଛି। ଆପଣ ପୂର୍ବରୁ କାହାକୁ ଦେଇଥିବା ଟଙ୍କା ଫେରସ୍ତ କରିବାର ସମ୍ଭାବନା ଅଛି । 

ଭଗବାନ ଶିବ ଆପଣଙ୍କ ଉପରେ ବିଶେଷ ଆଶୀର୍ବାଦ ଦେବେ। ଶ୍ରାବଣ ମାସ ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ପ୍ରମାଣିତ ହେବ । ଧନୁ ରାଶିର (Sagittarius Zodiac Signs)ଲୋକମାନେ ମାସ ସାରା ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ପାଇବେ। ବିବାହିତ ଜୀବନ ଭଲ ଏବଂ ସୁଖରେ ରହିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକମାନେ ଶ୍ରାବଣ ମାସରେ କିଛି ଭଲ ଖବର ପାଇପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ଭଲ ଲାଭର ସୂଚନା ରହିଛି। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣେଇବା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)