Shani Gocahr 2023: ଶନିଙ୍କ କୃପାରୁ ମାଲେମାଲ୍ ହେବେ ଏହି ତିନି ରାଶି
Advertisement
Article Detail0/zeeodisha/odisha1933301

Shani Gocahr 2023: ଶନିଙ୍କ କୃପାରୁ ମାଲେମାଲ୍ ହେବେ ଏହି ତିନି ରାଶି

Shani Gocahr 2023: ଜ୍ୟୋତିଶ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଆସନ୍ତା ମାସ ୪ ତାରିଖ (ନଭେମ୍ବର ୪ ) ଶନି କୁମ୍ଭ ରାଶିକୁ ଚଳନ କରିବେ (Shani Dev) । ତେବେ, ଏହି ରାଶିରେ ଶନିଦେବ ମାର୍ଚ୍ଚ , ୨୦୨୫ ପର୍ଯ୍ୟନ୍ତ ରହିବେ। ଶନିଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନିଦେବଙ୍କ ଚଳନ କେଉଁ କେଉଁ ରାଶିକୁ ମାଲେମାଲ୍ କରିବ। 

Shani Gocahr 2023: ଶନିଙ୍କ କୃପାରୁ ମାଲେମାଲ୍ ହେବେ ଏହି ତିନି ରାଶି

Shani Gocahr 2023: ଶନିଦେବଙ୍କୁ (Shani Dev) ନ୍ୟାୟର ଦେବତା ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ଶନିଦେବ ଯେ କୌଣସି ରାଶିର ମଣିଷ ଉପରେ ପ୍ରସନ୍ନ ରୁହନ୍ତି । ସେହି ମଣିଷର ଭାଗ୍ୟ ପରିବର୍ତ୍ତନ ହେବାକୁ ବେଶି ସମୟ ଲାଗେ ନାହିଁ। ଜ୍ୟୋତିଶ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଆସନ୍ତା ମାସ ୪ ତାରିଖ (ନଭେମ୍ବର ୪ ) ଶନି କୁମ୍ଭ ରାଶିକୁ ଚଳନ କରିବେ (Shani Dev) । ତେବେ, ଏହି ରାଶିରେ ଶନିଦେବ ମାର୍ଚ୍ଚ , ୨୦୨୫ ପର୍ଯ୍ୟନ୍ତ ରହିବେ। ଶନିଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିଛି ରାଶି ଉପରେ ଶୁଭ ତ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ଯଦି ଶନି ଦେବ କୌଣସି ରାଶି ପ୍ରତି କୃପା ଦୃଷ୍ଟି ରଖନ୍ତି । ତେବେ ସେ ଜୀବନରେ ବହୁତ ଅଗ୍ରଗତି କରନ୍ତି । ସବୁ ସ୍ଥାନରୁ ଶୁଭ ଫଳାଫଳ ଆସିବା ଆରମ୍ଭ କରେ ଓ ବହୁ ଧନ ହାସଲ ହୁଏ । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନିଦେବଙ୍କ ଚଳନ କେଉଁ କେଉଁ ରାଶିକୁ ମାଲେମାଲ୍ କରିବ। 

ଧନବାନ୍ ହେବେ ଏହି ସବୁ ରାଶି:

ବୃଷ: ଶନିଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବାକୁ ଯାଉଛି। ନଭେମ୍ବର ମାସରେ ଏହି ରାଶିର ଲୋକଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ, ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟରେ ଅଗ୍ରଗତି ହେବ । ଖାସ୍ କରି ଏହି  ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନେ ଏହି ସମୟରେ ଭଲ ଚାକିରି ଅଫର ପାଇବେ।  ଆୟରେ ବୃଦ୍ଧି ଘଟିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। 

ତୁଳା: ସେହିପରି ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଆସନ୍ତାମାସ ଠାରୁ ଚମକିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଏହି ସମୟରେ ଶୁଭଫଳ ପାଇବେ। ଏପରିକି ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ମଧ୍ୟ ସମ୍ଭାବନା ରହିଛି । ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ଆପଣ ଆରାମ ପାଇବେ ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବେ। ଶନିଦେବ ଏହି ରାଶିରେ ୨୦୨୫ ପର୍ଯ୍ୟନ୍ତ ରହିବେ। ଆପଣ ବ୍ୟବସାୟରେ ଅଧିକ ଲାଭ ପାଇବେ।  ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଯଦି ଆପଣ ଦୀର୍ଘ ସମୟ ଗାଡି କିମ୍ବା ଘର କିଣିବା ପାଇଁ  ଯୋଜନା କରୁଛନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଅନୁକୂଳ ସମୟ । ରାଜନୈତିକ ଲୋକଙ୍କ ପାଇଁ ସମୟ ବି ସେ ଭଲ ରହିଛି । ଯଦି ଆପଣ ଦଳ ବଦଳ କରିବାକୁ ଚାହୁଁଛନ୍ତି । ତେବେ, ଆପଣଙ୍କ ପାଇଁ ଭଲ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)