Shani Uday: ଏହି ୩ ରାଶିଙ୍କୁ କୋଟିପତି କରିବେ ଶନି, ଦେଖି ନିଅନ୍ତୁ ସାମିଲ ଅଛି କି ଆପଣଙ୍କ ରାଶି?
Advertisement
Article Detail0/zeeodisha/odisha1946809

Shani Uday: ଏହି ୩ ରାଶିଙ୍କୁ କୋଟିପତି କରିବେ ଶନି, ଦେଖି ନିଅନ୍ତୁ ସାମିଲ ଅଛି କି ଆପଣଙ୍କ ରାଶି?

Shani Uday 2024: ଶନି ଦେବତା ପୁଣି ଆସନ୍ତା ବର୍ଷ  ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୪ ମାର୍ଚ୍ଚ ୧ ତାରିଖ ସକାଳ ୫ଟା ୩୪ ମିନିଟ୍ ସମୟରେ ଶନି କନ୍ୟା ରାଶିକୁ ଚଳନ କରିବେ।  ଶନିଙ୍କ ଏହି ଚଳନ ଅନେକ ରାଶି ଉପରେ ଅନେକ ପ୍ରଭାବ ପକାଇବ । ମୁଖ୍ୟତଃ ୩ ଟି ରାଶିର ଲୋକଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବା ସହ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିରେ ଭରିଯିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଏହି ଚଳନ ଦ୍ବାରା କେଉଁ କେଉଁ ରାଶିର (zodiac signs) ଲୋକେ ଲାଭବାନ୍ ହେବେ।...

Shani Uday: ଏହି ୩ ରାଶିଙ୍କୁ କୋଟିପତି କରିବେ ଶନି, ଦେଖି ନିଅନ୍ତୁ ସାମିଲ ଅଛି କି ଆପଣଙ୍କ ରାଶି?

Shani Uday 2024: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି । ନ୍ୟାୟର ଦେବତା ଶନି (Shani Dev) ସବୁଠାରୁ ଧୀର ଗତି କରନ୍ତି ଓ ଅଢ଼େଇ ବର୍ଷ ମଧ୍ୟରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି।  ୨୦୨୪, ଫେବୃଆରୀ ପର୍ଯ୍ୟନ୍ତ ଶନି କୁମ୍ଭ ରାଶିରେ ରହିବେ।  ନ୍ୟାୟ ଏବଂ କର୍ମର ଦେବତା ଶନି ଦେବତା ପୁଣି ଆସନ୍ତା ବର୍ଷ  ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୪ ମାର୍ଚ୍ଚ ୧ ତାରିଖ ସକାଳ ୫ଟା ୩୪ ମିନିଟ୍ ସମୟରେ ଶନି କନ୍ୟା ରାଶିକୁ ଚଳନ କରିବେ।  ଶନିଙ୍କ ଏହି ଚଳନ ଅନେକ ରାଶି ଉପରେ ଅନେକ ପ୍ରଭାବ ପକାଇବ । ମୁଖ୍ୟତଃ ୩ ଟି ରାଶିର ଲୋକଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବା ସହ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିରେ ଭରିଯିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଏହି ଚଳନ ଦ୍ବାରା କେଉଁ କେଉଁ ରାଶିର (zodiac signs) ଲୋକେ ଲାଭବାନ୍ ହେବେ।...

Also Read: Today Horoscope: ଶୁଭଫଳ ପାଇବା ସହ ରହିଛି ଅର୍ଥପ୍ରାପ୍ତିର ଯୋଗ , ଜାଣନ୍ତୁ କେମିତି କଟିବ ଆଜିର ଦିନ?

Also Read: Tutu Nayak: ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା, SDJM କୋର୍ଟରେ ଆଜି ଶୁଣାଣି

କୋଟିପତି ହେବେ ଏହି ତିନି ରାଶି:

ବୃଷ: ଶନିଙ୍କ କୃପା ଏହି ରାଶି ଉପରେ ରହିବ। ଫଳରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଖାସ୍ କରି ଏହି ସମୟ ମଧ୍ୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାର ସମ୍ଭାବନା ରହିଛି। ଯେଉଁମାନ ସରକାରୀ ଚାକିରି କରିଛନ୍ତି ସେମାନଙ୍କର ପ୍ରମୋସନ୍ ହେବା ସହ ଟ୍ରନ୍ସଫର ହେବାର ବି ସମ୍ଭାବନା ରହିଛି। ବ୍ୟବସାୟରେ ଭଲ ଲାଭ ହେବା ସହ ଅଗ୍ରଗତି ହେବ। ପରିଶ୍ରମର ଫଳ ମିଳିବ । ଯେଉଁମାନେ ଏକ ନୂତନ ଘର କିମ୍ବା ଯାନ କିଣିବାକୁ ଯୋଜନା କରିଛନ୍ତି, ସେମାନଙ୍କର ଇଚ୍ଛା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବା ସହ ଆକସ୍ମିକ ଧନଲାଭର ଯୋଗ ବି ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

ତୁଳା:  ଏହି ରାଶିର ଲୋକଙ୍କ ପାଇଁ ବରଦାନ ସାଜିବେ ଶନିଦେବ।  ଏହି ସମୟ ମଧ୍ୟରେ, ସଫଳତା ଆପଣଙ୍କ ପାଦକୁ ଛୁଇଁବ। ଆୟରେ ବୃଦ୍ଧି ଘଟିବ ଏବଂ ଅଟକି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ସମୟରେ ଭଲ ଚାକିରି ମିଳିବ । ଏପରିକି, ଯେଉଁମାନେ ଆଇଟି ବୃତ୍ତିରେ ଅଛନ୍ତି । ସେମାନଙ୍କୁ ବିଦେଶରୁ ଚାକିରି ଅଫର ବି ମିଳିପାର। କମ୍ପିଟେଟିଏଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ଶୁଭଫଳ ମିଳିବ। ଧନ ଆସିବାର ନୂଆ ବାଟ ଫିଟିବ। ଖାସ୍ କରି, ଋଣର ଭାରରୁ ଆପଣ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। 

ଧନୁ: ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକି ଉଠିବ । ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। କ୍ୟାରିୟରରେ ବିପୁଳ ସଫଳତା ପାଇବେ। ଆପଣ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ଲାଭ ହେବ। ଘରେ ସୁଖ ଏବଂ ଶାନ୍ତି ରହିବ । ପରିବାର ସହିତ ଭଲ ସମୟ ବିତାଇବେ।  ଯଦି ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ଯୋଜନା ରଖିଛନ୍ତି । ତେବେ, ଏହି ସମୟରେ ଯୋଜନା କାର୍ଯ୍ୟକାରୀ କରନ୍ତୁ ଅଧିକ ଲାଭ ପାଇବେ। ଶନିଦେବଙ୍କ ଆଶୀର୍ବାଦ କାରଣରୁ କଠିନ ପରିଶ୍ରମ ହେତୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)