ଶୀତଳା ମାତାଙ୍କ ବ୍ରତ କଲେ ମିଳିଥାଏ ଏହି ସବୁ ରୋଗରୁ ମୁକ୍ତି
Advertisement

ଶୀତଳା ମାତାଙ୍କ ବ୍ରତ କଲେ ମିଳିଥାଏ ଏହି ସବୁ ରୋଗରୁ ମୁକ୍ତି

Sheetala Ashtami 2022: ଶୀତଳା ମାତାଙ୍କ ପର୍ବ ଚୈତ୍ର ମାସର କୃଷ୍ଣ ପକ୍ଷ ସପ୍ତମି ଓ ଅଷ୍ଟମି ତିଥିରେ କରାଯାଏ । ଏହାକୁ ବାସୋଡା ବା ବସୁରା ବ୍ରତ ମଧ୍ୟ ମଧ୍ୟ କୁହାଯାଏ । 

(ଫାଇଲ ଫଟୋ)

Sheetala Ashtami 2022: ଶୀତଳା ମାତାଙ୍କ ପର୍ବ ଚୈତ୍ର ମାସର କୃଷ୍ଣ ପକ୍ଷ ସପ୍ତମି ଓ ଅଷ୍ଟମି ତିଥିରେ କରାଯାଏ । ଶୀତଳା ମାତା ତାଙ୍କ ସନ୍ଧାନକାରୀଙ୍କ ଶରୀର ଏବଂ ମନକୁ ଥଣ୍ଡା କରିବା ଏବଂ ସମସ୍ତ ପ୍ରକାରର ଅସୁବିଧା ଦୂର କରିବା ପାଇଁ ବିବେଚନା କରାଯାଏ । ସପ୍ତମି ଓ ଅଷ୍ଟମି ତିଥିରେ ଶୀତଳା ମାତାଙ୍କ ବ୍ରତ କରାଯାଏ । ଏହାକୁ ବାସୋଡା ବା ବସୁରା ବ୍ରତ ମଧ୍ୟ ମଧ୍ୟ କୁହାଯାଏ । ଚଳିତ ବର୍ଷ ୨୪ ଏବଂ ୨୫ ମାର୍ଚ୍ଚରେ ଏହି ପର୍ବ ପାଳନ କରାଯାଉଛି ।

ଶୀତଳା ମାତାଙ୍କ ବ୍ରତର ମହତ୍ତ୍ୱ :
ଏହି ଦିନ ଦୁର୍ଗାମାତାଙ୍କର ଏକ ସ୍ୱରୂପ ଶୀତଳା ମାତାଙ୍କର ବିଧିବଧ ଭାବେ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ଅନୁଯାଇ ଶୀତଳାମାତାଙ୍କ ବ୍ରତ କରିବା ଦ୍ୱାରା ସନ୍ତାନଙ୍କ ଦୀର୍ଘାୟୁ ଏବଂ ସଂକ୍ରମଣ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ। । ସ୍କନ୍ଦ ପୁରାଣ ଉଲ୍ଲେଖ ଅନୁୟାଇ ହାଡ଼ଫୁଟିବସନ୍ତ, ମିଳିମିଳା ଓ ହଇଜା ଭଳି ରୋଗରୁ ମୁକ୍ତି ମିଳିଥାଏ ।

ଶୀତଳା ମାତାଙ୍କ ପୁରାଣ କଥା :
ଏକଦା ଗ୍ରାମବାସୀ ପ୍ରତାପ ନାଗରୀରେ ଶୀତଳା ମାତାଙ୍କୁ ପୂଜା କରୁଥିଲେ ଏବଂ ପୂଜାପାଠ ସମୟରେ ଗ୍ରାମବାସୀ ମାତା ଶୀତଲାଙ୍କୁ ଗରମ ନୈବେଦ୍ୟ ଅର୍ପଣ କରିଥିଲେ । ଯେଉଁଥିପାଇଁ ଦେବୀଙ୍କ ମୁହଁ ଜଳି ଯାଇଥିଲା ଓ ଗାଁରେ ନିଆଁ ଲାଗିଯାଇଥିଲା । କିନ୍ତୁ ଜଣେ ବୃଦ୍ଧ ମହିଳାଙ୍କ ଘର ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲା । ଯେତେବେଳେ ଗ୍ରାମବାସୀ ବୃଦ୍ଧାଙ୍କୁ ଘର ନଜଳିବାର କାରଣ ପଚାରିଥିଲେ, ସେ କହିଥିଲେ ଯେ ସେ ମାତା ଶୀତଳାଙ୍କୁ ଥଣ୍ଡା ପ୍ରସାଦ ଖାଇବାକୁ ଦେଇଛନ୍ତି ଏବଂ ମୁଁ ରାତିରେ ପ୍ରସାଦ ତିଆରି କରି ମା’ଙ୍କୁ ଥଣ୍ଡା ବାସୀ ପ୍ରସାଦ ଖାଇବାକୁ ଦେଇଥିଲି । ଯେଉଁଥିପାଇଁ ଦେବୀ ପ୍ରସନ୍ନ ହୋଇ ମୋ ଘରକୁ ଜଳିବାରୁ ରକ୍ଷା କଲେ । ଶୀତଳା ବୃଦ୍ଧାଙ୍କ କଥା ଶୁଣିବା ପରେ ଗ୍ରାମବାସୀ ସପ୍ତମି / ଅଷ୍ଟମୀର ପରଦିନ ଶୀତଳା ମାତାଙ୍କୁ ବାସି ପ୍ରସାଦ ଭୋଗ ଲଗାଇଥିଲେ ।

ଏହା ବି ପଢ଼ନ୍ତୁ: CSK ର ଅଧିନାୟକତ୍ୱ ଛାଡିଲେ ଧୋନି, ୧୪ ବର୍ଷ ପରେ ଚେନ୍ନାଇ ବଦଳାଇଲା ଅଧିନାୟକ

ଏହା ବି ପଢ଼ନ୍ତୁ: ଦଶମ ପାସଙ୍କ ପାଇଁ ବିନା ଲିଖିତ ପରୀକ୍ଷାରେ ଚାକିରି କରିବାର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ