IPL 2022: ଆଇପିଏଲ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ଆଉ ଦୁଇ ଦିନ ବାକି ଅଛି କିନ୍ତୁ ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନି ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି ।
Trending Photos
IPL 2022: ଆଇପିଏଲ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ଆଉ ଦୁଇ ଦିନ ବାକି ଅଛି କିନ୍ତୁ ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନି ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଦାୟିତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ଦେଇଛନ୍ତି । ମହେନ୍ଦ୍ର ସିଂ ଧୋନି ନିଜ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାରିଥର ଆଇପିଏଲ ଚାମ୍ପିୟନ କରାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପରେ ଆଇପିଏଲ୍ ଇତିହାସରେ CSK ହେଉଛି ଦ୍ୱିତୀୟ ସଫଳ ଦଳ । ୨୦୦୮ ରେ ଆଇପିଏଲର ପ୍ରାରମ୍ଭିକ ସିଜିନରୁ ଧୋନି ଚେନ୍ନାଇର ଅଧିନାୟକତ୍ୱ ସମ୍ଭାଳି ଆସୁଥିଲେ । ଗତ ବର୍ଷ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମଧ୍ୟ ଆଇପିଏଲ୍ ଟାଇଟଲ୍ ଜିତିଥିଲା ।
୨୬ ମାର୍ଚ୍ଚରୁ IPL ୨୦୨୨ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ୪୦ ବର୍ଷୀୟ ଧୋନିଙ୍କୁ ଆଇପିଏଲ ମେଗା ନିଲାମ ୨୦୨୨ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ରିଟେନ କରାଯାଇଥିଲା । ତାଙ୍କ ସହ ରୁତୁରାଜ ଗାଇକୱାଡ, ମୋଇନ ଅଲି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ CSK ତରଫରୁ ରିଟେନ କରାଯାଇଥିଲା । ତେବେ ଚେନ୍ନାଇର ମାଲିକମାନେ ଧୋନିଙ୍କ ଅପେକ୍ଷା ରବିନ୍ଦ୍ର ଜାଡେଜାଙ୍କୁ ଅଧିକ ଟଙ୍କା ଦେଇଥିଲା ।
ଧୋନିଙ୍କୁ ବଡ଼ ବଡ଼ ନିଷ୍ପତ୍ତି ନେବା ସମୟରେ ମଧ୍ୟ ଶାନ୍ତ ଥିବାର ଦେଖାଯାଏ । ଧୋନି ୨୦୧୪ ରେ ହଠାତ୍ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ । ଏହା ପରେ ସେ ଟି-୨୦ ବିଶ୍ୱକପ ୨୦୧୬ ପରେ ବିରାଟ କୋହଲିଙ୍କୁ ODI ଏବଂ ଟି-୨୦ ଦଳର ଅଧିନାୟକତ୍ୱ ପ୍ରଦାନ କରିଥିଲେ । ଏଥି ସହିତ, ୧୫ ଅଗଷ୍ଟ ୨୦୨୦ ରେ ହଠାତ୍ ଅବସର ନେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।
ଏହା ବି ପଢ଼ନ୍ତୁ: ଦଶମ ପାସଙ୍କ ପାଇଁ ବିନା ଲିଖିତ ପରୀକ୍ଷାରେ ଚାକିରି କରିବାର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ
ଏହା ବି ପଢ଼ନ୍ତୁ: ୧୦୦ ଟଙ୍କାରେ ପେଟ୍ରୋଲ ଭରିବାବେଳେ କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ଆପଣ? ଜାଣିଲେ ଆଶ୍ଚର୍ଯ୍ୟ ହେବେ