Shukra Gochar 2023: ଗଜଲକ୍ଷ୍ମୀ ରାଜଯୋଗ କାରଣରୁ ଏହି ୪ ରାଶିର ଭାଗ୍ୟରେ ଲାଗିଲା ଲଟେରି, ହେବ ଟଙ୍କାର ବର୍ଷା !
Advertisement
Article Detail0/zeeodisha/odisha1828299

Shukra Gochar 2023: ଗଜଲକ୍ଷ୍ମୀ ରାଜଯୋଗ କାରଣରୁ ଏହି ୪ ରାଶିର ଭାଗ୍ୟରେ ଲାଗିଲା ଲଟେରି, ହେବ ଟଙ୍କାର ବର୍ଷା !

Shukra Gochar 2023: ଶୁକ୍ର ଅଗଷ୍ଟ ୭ ରେ କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଶୁକ୍ର  ଏହି ରାଶିରେ ପ୍ରାୟ ଦୁଇ ମାସ ଧରି ଅବସ୍ଥାପନ କରିବେ । ଶୁକ୍ରଙ୍କ ଏହି ଗୋଚର ଫଳରେ ଗଜଲକ୍ଷ୍ମୀ ରାଜଯୋଗ (Gajlakshmi Yog) ସୃଷ୍ଟି ହୋଇଛି ।  ଫଳରେ ଏହି ଚାରି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ ।  ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ ।

ସୌଜନ୍ୟ- ସୋସିଆଲ ମିଡି଼ଆ

Shukra Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଶୁକ୍ର (venus) ମଧ୍ୟ ଅଗଷ୍ଟ ୭ ରେ କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଶୁକ୍ର  ଏହି ରାଶିରେ (zodiac signs) ପ୍ରାୟ ଦୁଇ ମାସ ଧରି ଅବସ୍ଥାପନ କରିବେ । ଶୁକ୍ରଙ୍କୁ (Venus Transit 2023) ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି (Shukra Gochar 2023) ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023) ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ ।   ଶୁକ୍ରଙ୍କ ଏହି ଗୋଚର ଫଳରେ ଗଜଲକ୍ଷ୍ମୀ ରାଜଯୋଗ (Gajlakshmi Yog) ସୃଷ୍ଟି ହୋଇଛି ।  ଫଳରେ ଏହି ଚାରି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ ।  ସେମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ଧନଧାନ୍ୟରେ ସେମାନଙ୍କ ଜୀବନ ପୁରି ଉଠିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Horoscope Today Aug 17 2023: ଆକସ୍ମିକ ଧନପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ତୁଳା : ଗଜଲକ୍ଷ୍ମୀ ରାଜଯୋଗ କାରଣରୁ ତୁଳା ରାଶିରେ ଲୋକେ ଶୁଭଫଳ ପାଇବେ। ଏହି ସମୟରେ ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ବିଦେଶ ଯାତ୍ରା ନେଇ ଯୋଗ ରହିଛି। ବ୍ୟବସାୟରେ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣ ଅଧିକ ଲାଭ ପାଇବେ। ମନ ଶାନ୍ତ ଓ ପ୍ରସନ୍ନ ରହିବ । ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବା ସହ କର୍ମ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। ନୂଆ ଚାକିରି ପାଇବାର ସମ୍ଭାବନା ମଧ୍ୟ ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହେବ। 

କର୍କଟ:  କର୍କଟରେ ଶୁକ୍ରଙ୍କ ଚଳନ ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହୋଇଛି। ଗଜଲକ୍ଷ୍ମୀ ରାଜଯୋଗର କାରଣରୁ ଆୟ ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହେବ। ଏହି ସମୟରେ, ଆପଣ ମଧ୍ୟ ଧନ ସଞ୍ଚୟ କରିବାକୁ ସମର୍ଥ ହେବେ । ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜନିତ ବ୍ୟାପାରରେ ସଫଳତା ପାଇବେ। ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଏବଂ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆପଣ ଏହି ସମୟରେ ନୂତନ ଗାଡି ଓ ଘର ମଧ୍ୟ କ୍ରୟ କରିପାରିବାର ସମ୍ଭାବନା ରହିଛି। 

କନ୍ୟା: ଗଜଲକ୍ଷ୍ମୀ ରାଜଯୋଗର କାରଣରୁ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।  ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ । ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

ମକର: ଗଜଲକ୍ଷ୍ମୀ ରାଜଯୋଗ କାରଣରୁ, ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖ, ତୁମେ ସଫଳତା ପାଇବ ।  ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)