Holding urine for a long time: ଦୀର୍ଘ ସମୟ ପରିସ୍ରା ଧରି ରୋକିବା ଦ୍ୱାରା ବ୍ଲାଡରରେ ବ୍ୟାକ୍ଟେରିଆ ବଢ଼ିପାରେ, ଯାହା ମୂତ୍ରନଳୀ ସଂକ୍ରମଣ (UTI) ସୃଷ୍ଟି କରିଥାଏ। ମହିଳାମାନଙ୍କରେ UTI ର ସମସ୍ୟା ଅଧିକ ଦେଖାଯାଏ, କିନ୍ତୁ ଏହା ପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଯଦି ପରିସ୍ରାରେ ଥିବା ଜୀବାଣୁ ଶରୀରରେ ଦୀର୍ଘ ସମୟ ରହିଥା’ନ୍ତି, ତେବେ ସେମାନେ ସଂକ୍ରମଣର ଶୀକାର ହୋଇପାରନ୍ତି, ଯାହା ପରିସ୍ରା ଦ୍ୱାର ଜଳିବା, ଯନ୍ତ୍ରଣା ଏବଂ ବାରମ୍ବାର ପରିସ୍ରା ଲାଗିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
Trending Photos
Holding urine for a long time: ଦୀର୍ଘ ସମୟ ଧରି ପରିସ୍ରା ରୋକି ରଖିବା ଏକ ସାଧାରଣ ଅଭ୍ୟାସ ପରି ମନେହୁଏ, କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଅନେକ ଲୋକ ଦୀର୍ଘ ସମୟ ଧରି ପରିସ୍ରା ରୋକିଥାନ୍ତି କାରଣ ସେମାନେ ବ୍ୟସ୍ତ, ପରିସ୍ରା ଯିବା ପାଇଁ ସୋମାନଙ୍କୁ ଭଲ ସ୍ଥାନ ଖୋଜିଥାନ୍ତି। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଡକ୍ଟର ଇମ୍ରାନ ଅହମ୍ମଦଙ୍କଠାରୁ ଆସନ୍ତୁ ଜାଣିବା ଦୀର୍ଘ ସମୟ ଧରି ପରିସ୍ରା ରୋକିବା ଦ୍ୱାର କ’ଣ ଅସୁବିଧା ହୋଇଥାଏ...
1. ମୂତ୍ରାଶୟ ସଂକ୍ରମଣ:
ଦୀର୍ଘ ସମୟ ପରିସ୍ରା ଧରି ରୋକିବା ଦ୍ୱାରା ବ୍ଲାଡରରେ ବ୍ୟାକ୍ଟେରିଆ ବଢ଼ିପାରେ, ଯାହା ମୂତ୍ରନଳୀ ସଂକ୍ରମଣ (UTI) ସୃଷ୍ଟି କରିଥାଏ। ମହିଳାମାନଙ୍କରେ UTI ର ସମସ୍ୟା ଅଧିକ ଦେଖାଯାଏ, କିନ୍ତୁ ଏହା ପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ଯଦି ପରିସ୍ରାରେ ଥିବା ଜୀବାଣୁ ଶରୀରରେ ଦୀର୍ଘ ସମୟ ରହିଥା’ନ୍ତି, ତେବେ ସେମାନେ ସଂକ୍ରମଣର ଶୀକାର ହୋଇପାରନ୍ତି, ଯାହା ପରିସ୍ରା ଦ୍ୱାର ଜଳିବା, ଯନ୍ତ୍ରଣା ଏବଂ ବାରମ୍ବାର ପରିସ୍ରା ଲାଗିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
2. ବ୍ଲାଡର ଉପରେ ଚାପ:
ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ରୋକି ରଖିବା ଦ୍ୱାରା ବ୍ଲାଡର ଉପରେ ଅତ୍ୟଧିକ ଚାପ ପଡ଼ିଥାଏ। ଏହି ଚାପ ବ୍ଲାଡର ମାଂସପେଶୀକୁ ଦୁର୍ବଳ କରିପାରେ, ଯାହା ଭବିଷ୍ୟତରେ ହଠାତ୍ ପରିସ୍ରା ଲିକ୍ କରିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ଦ୍ୱାରା ବ୍ଲାଡରର କ୍ଷମତା ମଧ୍ୟ ହ୍ରାସ ହୋଇପାରେ, ଯାହା ବାରମ୍ବାର ପରିସ୍ରା କରିବାରେ ସମସ୍ୟା ସୃଷ୍ଟି କରିପାରେ।
3. କିଡନୀ କ୍ଷତି:
ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ବନ୍ଦ କରିବା କିଡନୀ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ଯେତେବେଳେ ଆପଣ ଦୀର୍ଘ ସମୟ ପରିସ୍ରା ରୋକିଥା’ନ୍ତି, ଜୀବାଣୁ ଏବଂ ବିଷାକ୍ତ ପଦାର୍ଥ ବ୍ଲାଡରରେ ଜମା ହୋଇଯାଏ, ଯାହା କିଡନୀରେ ପହଞ୍ଚିପାରେ। ଏହା କିଡନୀ ସଂକ୍ରମଣ କିମ୍ବା ପାଇଲୋନେଫ୍ରାଇଟିସ୍ ଭଳି ସମସ୍ୟା ସୃଷ୍ଟି କରିପାରେ, ଯାହା ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ।
4. ବ୍ଲାଡର ଷ୍ଟୋନ୍:
ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ଧରି ରଖିବା ଦ୍ୱାରା ବ୍ଲାଡରରେ ଷ୍ଟୋନ୍ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ମୂତ୍ରରେ ଥିବା ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ଉପାଦାନଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ଲାଡରରେ ଜମା ହୋଇ ରହିଥାଏ, ଯାହା ଧୀରେ ଧୀରେ ପଥରର ରୂପ ନେଇଥାଏ। ଏହି ପଥରଗୁଡିକ ବ୍ଲାଡରରେ ଯନ୍ତ୍ରଣା, ଜଳୁଥିବା ସେନ୍ସେସ୍ ଏବଂ ପରିସ୍ରାରେ ରକ୍ତ ପଡ଼ିବା ଭଳି ସମସ୍ୟା ସୃଷ୍ଟି କରିପାରେ।
5. ପ୍ରୋଷ୍ଟେଟ୍ ସମ୍ବନ୍ଧୀୟ ସମସ୍ୟା:
ପୁରୁଷମାନଙ୍କରେ, ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ରୋକି ରଥିବା ପ୍ରୋଷ୍ଟେଟ ଗ୍ରନ୍ଥି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହା ପ୍ରୋଷ୍ଟାଟାଇଟିସ୍ ଭଳି ସମସ୍ୟା ସୃଷ୍ଟି କରିପାରେ, ଯାହା ମୂତ୍ର ସମ୍ବନ୍ଧୀୟ ସମସ୍ୟାକୁ ଆହୁରି ବଢ଼ାଇଥାଏ।
(Disclaimer: ପ୍ରିୟ ପାଠକ, ଆମର ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ। ଯଦି ଆପଣ ଯେକୌଣସି ସ୍ଥାନରେ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ପଢ଼ୁଛନ୍ତି, ଦୟାକରି ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ)