ଘରେ ପାଆନ୍ତୁ ପାର୍ଲର ପରି ଚେହେରାରେ ଚମକ, କେବଳ ୨୦ ମିନିଟରେ ଚମକିବ ଚେହେରା
Advertisement

ଘରେ ପାଆନ୍ତୁ ପାର୍ଲର ପରି ଚେହେରାରେ ଚମକ, କେବଳ ୨୦ ମିନିଟରେ ଚମକିବ ଚେହେରା

ଫେସିଆଲ କରିବା ଦ୍ବାରା ମୁହଁରେ ଜମା ଥିବା ମଇଳା ସହଜରେ ଦୂର ହୋଇଥାଏ। ଏମିତିରେ ଆମେ ଆପଣଙ୍କୁ କହିବୁ ଆପଣ ଘରେ କିପରି Banana Facial କରିପାରିବେ । 

ପ୍ରତିକାତ୍ମକ ଫଟୋ

ସମସ୍ତେ ସୁନ୍ଦର, ଚମକଦାର ଏବଂ କୋମଳ ଚେହେରା ପାଇବାକୁ ଚାହାନ୍ତି । କିନ୍ତୁ ଏଥି ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାଆନ୍ତି । ବହୁ ଲୋକେ ବିୟୁଟି ପାର୍ଲର ମଧ୍ୟ ଯାଆନ୍ତି ଫେସିଆଲ ପାଇଁ । ଆପଣଙ୍କୁ କହି ରଖୁଛୁ କି ଫେସିଆଲ ଦ୍ବାରା ମୁହଁରେ ଜମି ଥିବା ମଇଳା, ମୃତ ଚର୍ମକୋଷ ଗୁଡିକ ସହଜରେ ବାହାରି ଥାଏ ଏହା ପରେ ଆପଣଙ୍କ ଚେହେରା ଅଧିକ ସାଇନ୍ କରିଥାଏ । ସେପଟେ ପାର୍ଲରରେ ଫେସିଆଲ କରିବା ବହୁତ ମହଙ୍ଗା ପଡିଥାଏ । ଏପରି ସ୍ଥିତିରେ ଯଦି ଆପଣ ଚାହାନ୍ତି ଆପଣ ଘରେ Banana Facial କରି ନିଜ ଚେହେରାରେ ଚମକ ଆଣି ପାରିବେ । ଚାଲନ୍ତୁ ଜାଣିବା କିପରି ଘରେ କରିବେ Banana Facial । 

ପ୍ରଥମେ ଚେହେରାକୁ ସଫା କରନ୍ତୁ-
ଘରେ ଫେସିଆଲ୍ କରିବା ପାଇଁ ପ୍ରଥମେ ଆପଣ ନିଜ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ପରେ ହାଇଡ୍ରେଟିଂ କ୍ଲିଜର୍ ସାହାଯ୍ୟରେ ମୁହଁକୁ ସଫା କରନ୍ତୁ । ଏହା ଦ୍ବାରା ଚେହେରାରେ ଜମା ଥିବା ସମସ୍ତ ମଇଳା ଏବଂ ଧୂଳି ସହଜରେ ଦୂର ହୋଇଥାଏ । ଏହା ପରେ ଚେହେରା ପ୍ରସ୍ତୁତ ରହେ ପରବର୍ତ୍ତୀ ଫେସିଆଲର ଦ୍ବିତୀୟ ପଦକ୍ଷେପ ପାଇଁ । 

Also Read ; ପ୍ରତିଦିନ ଖାଲି ପେଟରେ ମହୁ ଖାଆନ୍ତୁ, ସ୍ବାସ୍ଥ୍ୟ ପାଇଁ ବେଶ ଫଳପ୍ରଦ

କଦଳୀ ଫେସ୍ ସ୍କ୍ରବ-
ଚେହେରା ସଫା କରିବା ପରେ ଫେସ୍ ସ୍କ୍ରବିଂ କରାଯିବା ଉଚିତ୍ । କଦଳୀ ସ୍କ୍ରବ୍ ତିଆରି କରିବା ପାଇଁ ଆପଣ ମିଲ୍କ ପାଉଡର ନିଅନ୍ତୁ । ଏଥିରେ ସୁଜି, ଲେମ୍ବୁ ରସ, ଅଲିଭ୍ ତେଲ ମିଶାନ୍ତୁ । ଏହା ପରେ କଦଳୀ ଚୋପା ଦ୍ବାରା ମିଶ୍ରଣକୁ ଲଗାଇ ମାଲିସ କରନ୍ତୁ । ଏହା ପରେ ହାଲୁକା ହାତରେ ୫ ମିନିଟ୍ ପର୍ଯ୍ୟନ୍ତ ଘଷିବା ପରେ ମୁହଁକୁ ପାଣିରେ ଧୋଇ ନିଅନ୍ତୁ । ଏହା ଦ୍ବାରା ଚେହେରାରେ ଥିବା ମୃତକୋଷିକା ଗୁଡିକ ବାହାରି ଯାଏ ଏବଂ ଚେହେରା ପ୍ରାକୃତିକ ଭାବେ ଚମକି ଥାଏ । 

କଦଳୀ ମସାଜ୍ କ୍ରିମ- 
ସ୍କ୍ରବ୍ କରିବା ପରେ ମୁହଁରେ ପରବର୍ତ୍ତୀ ପଦକ୍ଷେପ ହେଉଛି ଚେହେରାର ମସାଜ୍ କରିବା । ଏଥିପାଇଁ ଆପଣ ଏକ ପାତ୍ରରେ ଅଧା କଦଳୀ, ମହୁ, ଲେମ୍ବୁରସ, ଏକ ଛୋଟ ଚାମଚ ହଳଦୀ ଏବଂ ଦହି ପକାଇ ଭଲ ଭାବେ ଚକଟି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଆପଣ ଏହି ପେଷ୍ଟ ଦ୍ବାରା ନିଜ ମୁହଁକୁ ୧୦ମିନିଟ୍ ମାଲିସ୍ କରନ୍ତୁ । ଏହି ମସାଜ୍ ଦ୍ବାରା ଆପଣ ଚେହେରା ଅଧିକ ନରମ ହେବାରେ ସହାୟକ ହୋଇଥାଏ । 

କଦଳୀ ଫେସ୍ ପ୍ୟାକ୍ -
କଦଳୀରେ ମଶ୍ଚରାଇଜିଂ ଗୁଣ ରହିଛି ତେଣୁ କଦଳୀ ଚେହେରାର ଶୁଷ୍କତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ସହ ବ୍ରଣରୁ ବି ମୁକ୍ତି ଦେଇଥାଏ । କଦଳୀ ଫେସ୍ ପ୍ୟାକ ତିଆରି କରିବାକୁ ହେଲେ ଏକ ପାତ୍ରରେ କମଳା ଲେମ୍ବୁ ଚୋପାର ପାଉଡର, ଅଧା କଦଳୀ, ମହୁ, ଲେମ୍ବୁ ରସ, ଏବଂ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପେଷ୍ଟକୁ ନିଜ ଚେହେରାରେ ଲଗାଇ ୧୦ ମିନିଟ୍ ପରେ ଧୋଇ ନିଅନ୍ତୁ । ଦେଖିବେ ଆପଣଙ୍କ ଚେହେରାରେ ଏକଦମ୍ ଚମକ ଆସିଯିବ ।