Video: ମନ୍ଧାନାଙ୍କୁ ଜବରଦସ୍ତ ମଦରେ ଗାଧୋଇବାକୁ କରାଗଲା ଚେଷ୍ଟା, ଜାଣନ୍ତୁ କିଏ ଏପରି କଲା
Advertisement
Article Detail0/zeeodisha/odisha950244

Video: ମନ୍ଧାନାଙ୍କୁ ଜବରଦସ୍ତ ମଦରେ ଗାଧୋଇବାକୁ କରାଗଲା ଚେଷ୍ଟା, ଜାଣନ୍ତୁ କିଏ ଏପରି କଲା

ଟିମ୍ ଇଣ୍ଡିଆର ଷ୍ଟାର ମହିଳା ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ନିଜ ସୌନ୍ଦର୍ଯ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା (Smriti Mandhana) ଯେତିକି ନିଜ ଚମତ୍କାର ଖେଳ ପାଇଁ ବିଶ୍ୱରେ ପ୍ରସିଦ୍ଧ, ସେତିକି ମଧ୍ୟ ନିଜ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟ । ସ୍ମୃତିଙ୍କୁ 'ନ୍ୟାସନାଲ କ୍ରସ୍' (National Crush) ମଧ୍ୟ କୁହାଯାଏ । ଏହି ସମୟରେ ସ୍ମୃତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଜୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ମଦ ଦ୍ୱାରା ଜବରଦସ୍ତ ଗାଧୋଇଦେବାକୁ ପ୍ରୟାସ କରାଯାଉଛି ।

ଭାଇରାଲ ହେଉଛି ସ୍ମୃତିଙ୍କ ଭିଡିଓ 
ସ୍ମୃତି ମନ୍ଧାନାଙ୍କ (Smriti Mandhana) ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଭୟଙ୍କର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କ ସାଥୀ ଖେଳାଳିମାନେ ସ୍ମୃତିଙ୍କୁ ଜବରଦସ୍ତ ସାମ୍ପେନ୍ ଦ୍ୱାରା ଗାଧୋଇବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓରେ ଦଳର ଖେଳାଳିମାନେ ତାଙ୍କ ସହ ମଜା କରୁଥିବାର ମଧ୍ୟ ନଜର ଆସିଛନ୍ତି । ମହିଳା ଦଳର ସବୁଠୁ କିମ୍ବଦନ୍ତୀ ଖେଳାଳି ଝୁଲଣ ଗୋସ୍ୱାମୀ ଅନେକ ଥର ସାମ୍ପେନ୍ ବୋତଲରେ ସ୍ମୃତିଙ୍କୁ ଗାଧୋଇ ଦେବାକୁ ଚେଷ୍ଟା କରୁଛନ୍ତି ।

ବହୁତ ସୁନ୍ଦର ଅଟନ୍ତି ସ୍ମୃତି ମନ୍ଧାନା
ସ୍ମୃତି ମନ୍ଧାନା (Smriti Mandhana) ଜଣେ ଅତି ସୁନ୍ଦର ଖେଳାଳି । ସେ ନିଜ ସୌନ୍ଦର୍ଯ୍ୟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କୁ 'ନ୍ୟାସନାଲ କ୍ରସ୍' ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ସ୍ମୃତିଙ୍କୁ ମଧ୍ୟ ଫଲୋ କରନ୍ତି । ତାଙ୍କର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅନେକ ଥର ହଇଚଇ ସୃଷ୍ଟି କରିଥାଏ ।

ଅଧିକ ପଢ଼ନ୍ତୁ: ଷଡ଼ଯନ୍ତ୍ର! ଡ୍ରୋନ୍ ଜରିଆରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ODI କ୍ରିକେଟରେ ଦ୍ୱି-ଶତକ
ସ୍ମୃତି ମନ୍ଧାନା ଏକମାତ୍ର ମହିଳା କ୍ରିକେଟର ଯିଏକି ODI ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଘରୋଇ ମ୍ୟାଚରେ ମହାରାଷ୍ଟ୍ର ବିପକ୍ଷରେ ଏହି ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ସେ ODI କ୍ରିକେଟ୍ ରେ ଦ୍ରୁତତମ ୨୦୦୦ ରନ୍ ମଧ୍ୟ ପୂରା କରିଥିଲେ । ସେ ୨୦୧୩ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ । ଡେବ୍ୟୁ କରିବା ଦିନଠାରୁ ମନ୍ଧାନା କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଓ ଆଜି ସେ ଜଣେ ମହାନ ଓପନିଂ ବ୍ୟାଟ୍ସମ୍ୟାନ୍ ।