ଜଣା ଅଜଣା: ଶରୀର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ
Advertisement

ଜଣା ଅଜଣା: ଶରୀର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ

ଆମ ଶରୀର କୌଣସି ପ୍ରୟୋଗଶାଳା ଠାରୁ ମଧ୍ୟ କମ୍ ନୁହେଁ । ଶରୀର ସମ୍ବନ୍ଧୀୟ ଅନେକ ରୋଚକ କଥା ରହିଛି, ସାରା ଜୀବନ ଭିତରେ ଏସବୁ କଥା ଜାଣି ହୋଇ ନଥାଏ । ଆସନ୍ତୁ ଜାଣିବା ମାନବ ଶରୀର ସମ୍ବନ୍ଧୀୟ କିଛି ସୂଚନା ... 

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଶରୀରର ଥିଲେ, ରୋଗ ଅଛି । ରୋଗ ହେଲେ ନିବାରଣ ପାଇଁ ରାସ୍ତା ବି ଅଛି । ପ୍ରଥମେ ନିଜ ଶରୀରକୁ ଚିହ୍ନନ୍ତୁ । ଆପଣ ଶରୀର କ’ଣ ଚାହେଁ  ?  ଭାବନ୍ତୁ, ବୁଝନ୍ତୁ ଓ ପ୍ରୟୋଗ କରନ୍ତୁ । ସନ୍ତୁଳିତ ଖାଦ୍ୟ, ଜଳ ଓ ବିଶ୍ରାମ । ଏହା ସହିତ ହାଲକା ଫୁଲକା ବ୍ୟାୟାମ । ଏତିକି ବୁଝିଗଲେ ଆପଣ ରହିବେ ନିରୋଗ ।  

ଶରୀରରେ ସୃଷ୍ଟି ହୋଇଥାଏ ଯନ୍ତ୍ରଣା କମ୍ କଲା ଭଳି ଔଷଧ: ତଟକା ପନିପରିବା ଓ ଫଳରୁ ଶରୀରକୁ ଉର୍ଜା ମିଳିଥାଏ । ଏଥିରୁ ଉତ୍ପନ୍ନ Benzoic acid, Salicylic Acid ତିଆରି କରିଥାଏ । ଯାହା ପେନ୍ କିଲର ବା ଯନ୍ତ୍ରଣା ନିବାରକ ଭାବେ କାମ କରିଥାଏ । 

fallback

ପାଦ ଓ ପାପୁଲି ହୋଇଥାଏ ମୋଟା: ମଣିଷ ଶରୀରର ପାଦ ଓ ପାପୁଲିର ଚର୍ମ ମୋଟା ହୋଇଥାଏ । ଏହାର କାରଣ ହେଉଛି ଏଠି ଥିବା ଚର୍ମରେ କେରାଟିନ ରହିଥାଏ । ପିଲା ବେଳେ ପାଦ ଓ ପାପୁଲିର ଚମଡ଼ା ୧.୫ ମିଲିମିଟର ରହିଥାଏ । ବଡ଼ ହେଲା ପରେ ଏହା ୪ ମିଲିମିଟର ପର୍ଯ୍ୟନ୍ତ ବଢ଼ି ଯାଇଥାଏ । 

ଜିଭରେ ଥିବା ରେଖା ମଧ୍ୟ ଭିନ୍ନ: ସବୁ ଲୋକଙ୍କ ହାତରେ ଥିବା ରେଖା ଭିନ୍ନ ହୋଇଥାଏ । ଏକଥା ସମସ୍ତେ ଜାଣନ୍ତି । କ’ଣ ଆପଣ ଜାଣନ୍ତି, ଆମ ସମସ୍ତଙ୍କ ଜିଭର ପ୍ରିଣ୍ଟ ମଧ୍ୟ ଭିନ୍ନ । ଶରୀରର ଏକ ମାତ୍ର ସ୍ନାୟୁ ହେଉଛି ଜିଭ । ଏହା ଗୋଟିଏ ଦିଗରୁ ହିଁ ଯୋଡ଼ା ହୋଇ ରହିଛି । ଜିଭର ରେଖା ସବୁ ଲୋକଙ୍କର ସମାନ ହୋଇ ନ ଥାଏ । 

ରାତିରେ ଚେହେରା ଚମକେ: ଆପଣ କେବେ ନୋଟିସ୍ କରିଛନ୍ତି କି ? ମଣିଷର ମୁହଁ ରାତିରେ କାହିଁକି ଚମକିଥାଏ  ? ମଣିଷ ଶରୀରରେ ରସାୟନିକ ପ୍ରକ୍ରିୟା କାରଣରୁ ବିଜୁଳି ଭଳି ଚମକ ମୁହଁରେ ପ୍ରକାଶ ପାଏ । ଫଳରେ ରାତିରେ ମୁହଁ ଝଲସିଲା ଭଳି ଦେଖାଯାଏ । ଅଲଟ୍ରା ସେନସିଟିଭ୍ କ୍ୟାମେରା ଏହାକୁ ପ୍ରମାଣିତ କରିଛି । 

fallback

ପୁରୁଣା କଥା ମନେ ପଡ଼େ: ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଭୁଲି ଯାଇଛନ୍ତି କି ? ଆଦୌ ଚିନ୍ତା କରନ୍ତୁ ନାହିଁ । ଆଣ୍ଠୁ ମାଡ଼ି ତଳେ ବସି ପଡ଼ନ୍ତୁ  । ଏଥିପାଇଁ ଯେ, ଆପଣ ନିଜ ବିବାହ ଦିନ ଏମିତି ପୋଜରେ ନିହାତି ବସିଥିବେ । କୁହାଯାଏ ଯେ, ଶାରିରୀକ ସ୍ତରରେ ସେହି କାମ ଗୁଡିକୁ ଦୋହରାଇଲେ କିଛି ସ୍ମୃତି ପୁଣି ତାଜା ହୋଇଯାଇଥାଏ । ଉଦାହରଣ ସ୍ୱରୁପ, ସାଇକେଲର ଘଣ୍ଟି ବା ବେଲ୍ ବାଜିଲେ, ପିଲା ଦିନ କଥା ମନେ ପଡ଼ିଯାଏ ।  

ଶରୀରକୁ ଦିଅନ୍ତୁ ସ୍ୱଳ୍ପ ସମୟ ପାଇଁ ବିଶ୍ରାମ: ଦ୍ୱି-ପ୍ରହରରେ ବିଶ୍ରାମ ନେବା ଆଳସ୍ୟକୁ ସୂଚାଇଥାଏ । କିନ୍ତୁ ୧୫ ମିନିଟ୍ ପାଇଁ ଆଖି ପତା ପକେଇ ଦେଖନ୍ତୁ ଅର୍ଥାତ୍ ହାଲୁକା ବିଶ୍ରାମ ନେଇ ଦେଖନ୍ତୁ । ଶରୀରକୁ ମିଳିଯିବ ଶକ୍ତି । କାମ କରିବାକୁ ଆଗ୍ରହ ଆସିଯିବ, ମସ୍ତିଷ୍କ ସ୍ଥିର ରହିବା କାରଣରୁ ବୁଦ୍ଧି ବି ପ୍ରଖର ହେବ । କେବଳ ଏତିକି ନୁହେଁ, ହୃଦୟ ବି ସୁସ୍ଥ ରହିବ ।