ଶିବସେନା ସରକାରଙ୍କ ଉପରେ ବର୍ଷିଲେ ସୋନୁ, କହିଲେ ଏପରି
Advertisement
Article Detail0/zeeodisha/odisha827301

ଶିବସେନା ସରକାରଙ୍କ ଉପରେ ବର୍ଷିଲେ ସୋନୁ, କହିଲେ ଏପରି

ସୋନୁ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି  ।

ଶିବସେନା ସରକାରଙ୍କ ଉପରେ ବର୍ଷିଲେ ସୋନୁ, କହିଲେ ଏପରି

ମୁମ୍ବାଇ: ଦେଶରେ ଲକଡାଉନ ସମୟରେ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) ମହାରାଷ୍ଟ୍ର ସରକାର (Maharastra Government) ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ରିହାନ ମୁମ୍ବାଇ କର୍ପୋରେସନ ବା ବିଏମସି (BMC) ଉପରେ ନିଜର ବିରକ୍ତି ଭାବ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ (Maharastra Government) ପକ୍ଷରୁ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହେବା ପରେ ଆଜି ସୋନୁ (Sonu) ନିଜର କ୍ଷୋଭକୁ ପ୍ରକାଶ କରିଛନ୍ତି । 

ସୋନୁ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି କି ଦୁନିଆରେ ଏହା ମଧ୍ୟ ଏକ ଚର୍ଚ୍ଚାର ପ୍ରସଂଗ ହୋଇପାରେ । ଯଦି ଭଲ ହେଲ, ଭଲ କାହିଁକି ହେଲ ବୋଲି ସୋନୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି । ସୋସିଆଲ ମିଡି଼ଆରେ ସୋନୁଙ୍କ ଏଭଳି ପୋଷ୍ଟ ଦେଖି ତାଙ୍କର ପ୍ରଶଂସକମାନେ ବେଶ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ନିକଟରେ ସୋନୁଙ୍କର ଏକ ହୋଟେଲକୁ ନେଇ ବିଏମସି ଏକ ମାମଲା ରୁଜୁ କରୁଥିଲା । ଏକ ଘରୋଇ ଆବାସକୁ ବେନିୟମ ଭାବେ ହୋଟେଲରେ ପରିଣତ କରିଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ସୋନୁଙ୍କ ନାଁରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ବେଶ ସମାଲୋଚନା କରିଥିଲେ ସୋନୁଙ୍କ ପ୍ରଶଂସକ । 

ଶ୍ରୀ ରାଓଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପି. ବିଜୟଲକ୍ଷ୍ମୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା। ପି. ବିଜୟଲକ୍ଷ୍ମୀ ଏବେ କଟକ ବଡ ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି।