Weather Update: ଟୁଇନ୍ ସିଟିରେ ବର୍ଷା କାରଣରୁ ଜନଜୀବନ ବେହାଲ୍
Advertisement
Article Detail0/zeeodisha/odisha2245366

Weather Update: ଟୁଇନ୍ ସିଟିରେ ବର୍ଷା କାରଣରୁ ଜନଜୀବନ ବେହାଲ୍

Weather Update: ୧୩ ତାରିଖ ପାଇଁ ବିଭିନ୍ନ ସ୍ଥାନକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ପାଗରେ ପରିବର୍ତ୍ତନ କାରଣରୁ ଅସହ୍ୟ ତାତିରୁ ନିସ୍ତାର ପାଇଛନ୍ତି ଜନସାଧାରଣ ।

Weather Update: ଟୁଇନ୍ ସିଟିରେ ବର୍ଷା କାରଣରୁ ଜନଜୀବନ ବେହାଲ୍

Weather News: ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ପ୍ରବଳ ବର୍ଷା କାରଣରୁ ତଳିଆ ସ୍ଥାନରେ ଥିବା ଘର ଗୁଡିକରେ ପାଣି ପସିଯାଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ପାଣିର ସୁଅ ଯିବା ଆସିବାରେ ସମସ୍ୟା ସୃଷ୍ଟି କରିଥିଲା । ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଶନିବାର ଦିନ ରାତିରେ ପ୍ରାୟ ଦୁଇ ଘଣ୍ଟା ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । କଟକର ବିଭିନ୍ନ ଗଳି କନ୍ଦି ତଥା ଖାଲୁଆ ଅଞ୍ଚଳରେ ପାଣି ଜମି ରହିଛି । ବିଶେଷ କରି ବକ୍ସିବଜାର ମକରାବାଗ, ସୂତାହାଟ, ପଟ୍ଟାପୋଲ, ରାଉସାପାଟଣାରେ ରାସ୍ତାରେ ପାଣି ଜମିଛି । ସକାଳ ସମୟରେ ମଧ୍ୟ ଏହି ସ୍ଥାନ ଗୁଡିକରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । କଟକ ବାଙ୍କି ଅଞ୍ଚଳରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ହୋଇଥିବା ଗତକାଲି ରେକର୍ଡ କରାଯାଇଥିଲା । ଭୁବନେଶ୍ୱରରେ ୭୬.୮ ମିମି ବର୍ଷା ରେକର୍ଡ କରାଯାଇଥିଲା ।

୧୩ ତାରିଖ ପାଇଁ ବିଭିନ୍ନ ସ୍ଥାନକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ପାଗରେ ପରିବର୍ତ୍ତନ କାରଣରୁ ଅସହ୍ୟ ତାତିରୁ ନିସ୍ତାର ପାଇଛନ୍ତି ଜନସାଧାରଣ ।