Health Benefits of Mangos: ଖରାଦିନେ ଖାଆନ୍ତୁ ଅଧିକ ଆମ୍ବ; ମିଳିବ ଏହି ସବୁ ରୋଗ ଠାରୁ ମୁକ୍ତି!
Advertisement
Article Detail0/zeeodisha/odisha1188466

Health Benefits of Mangos: ଖରାଦିନେ ଖାଆନ୍ତୁ ଅଧିକ ଆମ୍ବ; ମିଳିବ ଏହି ସବୁ ରୋଗ ଠାରୁ ମୁକ୍ତି!

Health News: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଞ୍ଚା ଆମ୍ବରେ ଭିଟାମିନ-ସିର ପରିମାଣ ଅଧିକ ଥାଏ, ଆଉ ଯେତେବେଳେ ଏହା ପାଚିଯାଏ ସେତେବେଳେ ଏଥିରେ ଭିଟାମିନ-ଏ ର ପରିମାଣ ମିଳିଥାଏ ।

ସାଙ୍କେତିକ ଫଟୋ

Health Benefits of Mangos: ଗ୍ରୀଷ୍ମଋତୁର ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରୁ ବା ଡହ ଡହ ଗରମ ହେଉ କିନ୍ତୁ ବର୍ଷସାରା ସମସ୍ତଙ୍କୁ ଅପେକ୍ଷା ରହିଥାଏ ଏହି ଋତୁକୁ କାରଣ ଅପେକ୍ଷା ରହିଥାଏ ଫଳର ରାଜା ଆମ୍ବର । ଏହି ମିଠା ଫଳ ଗ୍ରୀଷ୍ମ ସମୟରେ ଉପଲବ୍ଧ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଞ୍ଚା ଆମ୍ବରେ ଭିଟାମିନ-ସିର ପରିମାଣ ଅଧିକ ଥାଏ ଆଉ ଯେତେବେଳେ ଏହା ପାଚିଯାଏ ସେତେବେଳେ ଏଥିରେ ଭିଟାମିନ-ଏ ର ପରିମାଣ ମିଳିଥାଏ । ଭାରତରେ ଆମ୍ବ ଉତ୍ପାଦନ ଏକ ନମ୍ବର ସ୍ଥାନରେ ରହିଛି । ଏହା କେବଳ ଭାରତ ନୁହେଁ ,ପାକିସ୍ଥାନ ଏବଂ ଫିଲିପାଇନ୍ସର ମଧ୍ୟ ଜାତୀୟ ଫଳ । ସେଠାରେ ୧୦୦ରୁ ଅଧିକ କିସମର ଆମ୍ବ ରହିଛି । ତେବେ ଆସନ୍ତୁ ଜାଣିବା ଫଳର ରାଜା ଆମ୍ବର ଉପକାରିତା ।

୧. କର୍କଟ ରୋଗର ଆଶଙ୍କାକୁ ଦୂର କରିଥାଏ ଆମ୍ବ । ଆମ୍ବ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାରଣ ଏଥିରେ ବାୟୋଆକ୍ଟିଭ ଉତ୍ପାଦ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଅଧିକ ପରିମାଣର ବେଟାକାରୋଟିନ୍ ଥିବାରୁ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଆମ୍ବର ରସରେ କାରୋଟିନଏଡ୍,ଆସ୍କୋରବିକ ଏସିଡ୍,ଟେରପେନଏଡ ଏବଂ ଫଲିଫେନୋଲ ଭଳି ଉପାଦାନ ଥାଏ ଯାହା କର୍କଟ ଭଳି ପ୍ରମୁଖ ରୋଗ ଦୂର କରିବାର ଶକ୍ତି ରହିଥାଏ ।

୨. ହୃଦୟ ରୋଗୀଙ୍କ ପାଇଁ ଆମ୍ବ ବେଶ ଲାଭଦାୟକ । ବିଶେଷଜ୍ଞଙ୍କ ମତରେ ଆମ୍ବ ଖାଇବା ଦ୍ବାରା ହୃଦୟ ଫିଟ୍ ରହିଥାଏ । ଏହା ସହ ଆମ୍ବ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଏଥିରେ ଭିଚାମିନ-ସି ଭରପୂର ମିଳିଥାଏ ।

୩. ଆମ୍ବ ଦୃଷ୍ଟିଶକ୍ତି ପାଇଁ ଫଳପ୍ରଦ । ଦୃଷ୍ଟିଶକ୍ତି କମ୍ ହେବା ସମସ୍ୟା ପ୍ରତ୍ୟେକ ବୟସରେ ଦେଖିବାକୁ ମିଳୁଛି । ଏହାର କାରଣ ହେଉଛି ଭିଟାମିନ-ଏର ଅଭାବ । ଏଭଳି ପରିସ୍ଥିତିରେ ଆମ୍ବ ଭିଟାମିନ-ଏର ଏକ ଉତ୍ତମ ଉତ୍ସ ଅଟେ । ଏପରି ସ୍ଥିତିରେ ଯେଉଁମାନଙ୍କ ଦୃଷ୍ଟିଶକ୍ତି କମ୍ ଥାଏ କିମ୍ବା ଆଖି ସମ୍ବନ୍ଧୀୟ ସମସ୍ୟା ରହିଛି ସେ ଆମ୍ବ ଖାଇବା ଦ୍ବାରା ବେଶ ଲାଭ ମିଳିଥାଏ ।

୪. ହିଟ୍ ୱେଭ୍ ରୁ ରକ୍ଷା କରିବାରେ ବେଶ ସହାୟକ ହୁଏ ଆମ୍ବ ରସ୍ । ଗ୍ରୀଷ୍ମ ପ୍ରବାହରେ ଲୁ ରୁ ରକ୍ଷା ପାଇବା ପାଇଁ ଆପଣ ନିଜ ଡାଏଟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ଆମ୍ବ ରସ ।

ଏହା ବି ପଢ଼ନ୍ତୁ: ରାଜଧାନୀ ବାସୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା! ବଢିବ ଅଟୋ-ଟ୍ୟାକ୍ସି ଭଡା

ଏହା ବି ପଢ଼ନ୍ତୁ: କିଏ ଏହି ୫ ଜଣ ମହିଳା? ଯାହାର ଆବେଦନ କ୍ରମେ ଆରମ୍ଭ ହୋଇଥିଲା ଜ୍ଞାନବାପି ମସଜିଦ ସର୍ଭେ