ଆଶ୍ଚର୍ଯ୍ୟ: ଅସରପା ପିଇଲା ରମ୍!
Advertisement

ଆଶ୍ଚର୍ଯ୍ୟ: ଅସରପା ପିଇଲା ରମ୍!

ବାସ ଅସରପା ଯେତେବେଳେ ସେହି ଗୋଲ ଅତିକ୍ରମ କରିବାକୁ ଯାଏ ସେତେବେଳେ ତାମୁହଁରେ ଲାଗିଯାଏ ଥୋପାଏ ରମ। 

 ଆଶ୍ଚର୍ଯ୍ୟ: ଅସରପା ପିଇଲା ରମ୍!

ସାଗର ରଥ, ନୂଆଦିଲ୍ଲୀ: ଅସରପା (Cockroach) କଣ ମଦ (Wine) ପିଏ ??? କେମିତି ଘଟିଲା ଏମିତି ଘଟଣା, ଆଉ କାହିଁକି ଅସରପା ପିଇଲା ରମ (Rum)? ଏପରି ଘଟଣା ଘଟିଥିଲା ମିଷ୍ଟର ଇଣ୍ଡିଆ ଫିଲ୍ମ (Mr India Film) ସୁଟିଂ ସେଟରେ। ଯଦି ଆପଣଙ୍କର ମନେଥିବ ଅନିଲ କପୁର (Anil Kapoor) ଓ ଶ୍ରୀଦେବୀ (Sridevi) ଅଭିନୀତ ୧୯୮୬ ମସିହାର ମୁ୍କ୍ତିଲାବ କରିଥିବା ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୀଦେବୀ ପେଇଂ ଗେଷ୍ଟ (Paying Guest) ଭାବେ ରହିବା ପାଇଁ ଅନିଲ କପୁରଙ୍କ ଅନାଥାଶ୍ରମକୁ ଆସନ୍ତି। 

fallback

ସେଠାରେ ସେ ଗୋଟିଏ ଅସରପାକୁ ଦେଖି  ଶ୍ରୀଦେବୀ ଡରନ୍ତି ଏବଂ ନିଜକୁ ଅସହଜ ମନେକରନ୍ତି।  ଫିଲ୍ମର ଏହି ସିନର ଚାଲିଥିଲା ଶୁଟିଂ, ଶ୍ରୀଦେବୀଙ୍କ ସୋଲୋ ସଟ୍ ସବୁ ସୁଟିଂ ହୋଇଗଲା ହେଲେ ନିର୍ଦେଶକ ଶେଖର କପୁର ଚାହୁଁଥିଲେ, ଅସରପା ସହ ଶ୍ରୀଦେବୀଙ୍କ କିଛି ମିଳିତ ସଟ୍ ନେବା ପାଇଁ। ସେଥିପାଇଁ କରିବାକୁ ପଡିଲା ବଡ ସଂଘର୍ଷ, କେବେ ଫ୍ରେମ ରେଡି କରୁ କରୁ ଅସରପା ଫେରାର, କେତେବେଳେ ଶ୍ରୀଦେବୀ ସମ୍ପୂର୍ଣ ପ୍ରସ୍ତୁତ ଥିବା ବେଳେ ଅସରପା ଆଉ ଗୋଟେ କେଉଁ କୋଣରେ ପଶି ଯାଏ।

fallback

ଶେଖର କପୁର କିନ୍ତୁ ଠାଣି ନେଇଥିଲେ ସେହି ସଟ୍ ରଖିବା ପାଇଁ। ପ୍ରାୟ ୨-୩ ଘଣ୍ଟାର କଠିନ ସଂଘର୍ଷ ପରେ ଶେଖର କପୁର ବସିଗଲେ, ପ୍ରଡକ୍ସନ ଦାୟିତ୍ୱରେ ଥିବା ଲୋକଙ୍କୁ ଡକାଇବା ସହ ଗୋଟିଏ ସ୍ପେସିଆଲ ରମ ମଗାଇଥିଲେ। ସମସ୍ତେ ଭାବିଲେ ଥକିଗଲେ ଶେଖର ହେଲେ କିନ୍ତୁ ଶେଖର କଣ ଭାବିଥିଲେ ତାହା କେବଳ ସେ ହିଁ ଜାଣିଥିଲେ। କିଛି ସମୟ ପରେ ଆସିଗଲା ସ୍ପେସିଆଲ ରମ (Special Rum)। ଟେବୁଲ ଉପରେ ଗୋଟେ ଗୋଲାକାର ବୃତ୍ତ ଅଙ୍କନ କରାଗଲା । ଅସରପାକୁ ବୃତ୍ତ ମଧ୍ୟରେ ରଖାଯାଇଥିଲା। ବାସ ଅସରପା ଯେତେବେଳେ ସେହି ଗୋଲ ଅତିକ୍ରମ କରିବାକୁ ଯାଏ ସେତେବେଳେ ତାମୁହଁରେ ଲାଗିଯାଏ ଥୋପାଏ ରମ। 

fallback

ବାସ ୪-୫ ଥର ଏମିତି ହେବା ପରେ ଅସରପାକୁ ଘାରିଲା ନିଶା ଏହା ପରେ ରହିଗଲା ଗୋଟିଏ ଜାଗାରେ ଏପରିକି ବିଲକୁଲ ସ୍ଥିର ହୋଇଗଲା। ଉଠିବସିଲେ ଶେଖର କହିଲେ ଟିମ...ରେଡି.... ଲାଇଟ... କ୍ୟାମେରା ...ଆକ୍ସନ। କିଛି ସମୟ ଭିତରେ ନିଆଗଲା ମନ ଇଛା ବିଭିନ୍ନ କୋଣରୁ ଫିଲ୍ମ ସଟ୍ (Film Shot)। ଏକଥା ମିଷ୍ଟର ଇଣ୍ଡିଆ ପ୍ରଡକ୍ସନ ଟିମର ଜଣେ ସଦସ୍ୟ ଏକ  ସାକ୍ଷାତକାରରେ କହି ଖୁବ ଖୁସି ହୋଇଥିଲେ।