Surya Budh Yuti 2023: ଧନୁରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଆଜିଠୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ
Advertisement

Surya Budh Yuti 2023: ଧନୁରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଆଜିଠୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ

Surya Budh Yuti Prediction: ଗ୍ରହମାନଙ୍କ ରାଜ କୁମାର କୁହାଯାଉଥିବା ବୁଧ ବର୍ତ୍ତମାନ ଧନୁ ରାଶିରେ ଅଛନ୍ତି। ସେହି ରାଶିକୁ ଆଜି ଡିସେମ୍ବର ୨୩(ଶନିବାର) ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି ସୂର୍ଯ୍ୟ ବୁଧ ୟୁତି ବା ଦୁର୍ଲଭ ସଂଯୋଗ  ସୃଷ୍ଟି କରୁଛି । ଫଳରେ ଏହି କାରଣରୁ ତିନି ରାଶିର ଲୋକଙ୍କୁ ଶୁଭଫଳ ମିଳିବାକୁ ଯାଉଛି।  

Surya Budh Yuti 2023: ଧନୁରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଆଜିଠୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ

Surya Budh Yuti Prediction: ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ବୁଧଙ୍କୁ ବୁଦ୍ଧିର କାରଣ ଭାବେ ବିବେଚନା କରାଯାଏ । ଗ୍ରହମାନଙ୍କ ରାଜ କୁମାର କୁହାଯାଉଥିବା ବୁଧ ବର୍ତ୍ତମାନ ଧନୁ ରାଶିରେ ଅଛନ୍ତି। ସେହି ରାଶିକୁ ଆଜି ଡିସେମ୍ବର ୨୩(ଶନିବାର) ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି ସୂର୍ଯ୍ୟ ବୁଧ ୟୁତି ବା ଦୁର୍ଲଭ ସଂଯୋଗ  ସୃଷ୍ଟି କରୁଛି । ଫଳରେ ଏହି କାରଣରୁ ତିନି ରାଶିର ଲୋକଙ୍କୁ ଶୁଭଫଳ ମିଳିବାକୁ ଯାଉଛି।  

ALSO READ: Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ତିନି ରାଶି ଉପରେ ହେବ ଧନ ବର୍ଷା

ଧନବାନ୍ ହେବେ ଏହି ତିନି ରାଶି:

ମିଥୁନ: ସୂର୍ଯ୍ୟ ବୁଧ ୟୁତି ବା ଦୁର୍ଲଭ ସଂଯୋଗ ମିଥୁନ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଦୂରଯାତ୍ରା ମଙ୍ଗଳମୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଭଗବାନ୍ ସୂର୍ଯ୍ୟ ଓ ବୁଧଙ୍କ କୃପାରୁ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ସିଂହ: ସୂର୍ଯ୍ୟଦେବ ସିଂହ ରାଶିର ପ୍ରଭୁ ଅଟନ୍ତି । ଏପରି ସ୍ଥିତିରେ ସୂର୍ଯ୍ୟ ବୁଧଙ୍କ ଦୁର୍ଲଭ ସଂଯୋଗ ଏହି ରାଶିକୁ ମାଲେମାଲ୍ କରିବ। ଏହି ଅବଧି ମଧ୍ୟରେ ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନୂତନ ଚାକିରି ନେଇ ଅଫର ମିଳିପାରେ।  ଏହା ସହିତ କାର୍ଯ୍ୟାଳୟରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ।  ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟୟ କମିବା ସହ ଆୟରେ ବୃଦ୍ଧି ଘଟିବ । କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ ।

କନ୍ୟା:  ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ବାଟ ଫିଟିବ । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିପାରିବ ସମ୍ପର୍କରେ ମଧୁରତା ଆସିବ । ଦୂରସ୍ଥାନକୁ ଯାତ୍ରା ଭାଲଦାୟୀ ରହିବ । ଜଣେ ବନ୍ଧୁଙ୍କଠାରୁ ଆର୍ଥିକ ଲାଭ ପାଇବେ। ସମ୍ପତ୍ତି କ୍ରୟ ଏବଂ ବିକ୍ରୟ କରିବାରେ ଲାଭ ଅଧିକ ହେବ। ଏହି ସମୟରେ ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ। ଆପଣ କରିଥିବା ଯୋଜନାରେ ସଫଳତା ମିଳିବ। ସ୍ୱାସ୍ଥ୍ୟପ୍ରତି ସାବଧାନ ରହିବାକୁ ପଡିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )