Surya Gochar 2023: ଧନୁରେ ବିରାଜମାନ ସୂର୍ଯ୍ୟ, ଏହି ସବୁ ରାଶି ରୁହନ୍ତୁ ସାବଧାନ୍
Advertisement
Article Detail0/zeeodisha/odisha2014919

Surya Gochar 2023: ଧନୁରେ ବିରାଜମାନ ସୂର୍ଯ୍ୟ, ଏହି ସବୁ ରାଶି ରୁହନ୍ତୁ ସାବଧାନ୍

Surya Gochar in Sagittarius Astrological Prediction:  ସୂର୍ଯ୍ୟଦେବ  ଡିସେମ୍ବର ୧୬ ତାରିଖରେ  ଧନୁ ରାଶିରେ ପ୍ରବେଶ (Surya Gochar 2023) କରିଛନ୍ତି। ଧନୁ ରାଶିରେ ସୂର୍ଯ୍ୟଦେବ  ଜାନୁଆରୀ ୧୫ ପର୍ଯ୍ୟନ୍ତ ବିରାଜମାନ ରହିବେ।  ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶି ଉପରେ କଣ ପ୍ରଭାବ ପକାଇବ।...

 Surya Gochar 2023: ଧନୁରେ ବିରାଜମାନ ସୂର୍ଯ୍ୟ, ଏହି ସବୁ ରାଶି ରୁହନ୍ତୁ ସାବଧାନ୍

Surya Gochar in Sagittarius Astrological Prediction: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି। ଏହି କ୍ରମରେ ସୂର୍ଯ୍ୟଦେବ  ଡିସେମ୍ବର ୧୬ ତାରିଖରେ  ଧନୁ ରାଶିରେ ପ୍ରବେଶ (Surya Gochar 2023) କରିଛନ୍ତି। ଧନୁ ରାଶିରେ ସୂର୍ଯ୍ୟଦେବ  ଜାନୁଆରୀ ୧୫ ପର୍ଯ୍ୟନ୍ତ ବିରାଜମାନ ରହିବେ। ସୂର୍ଯ୍ୟଙ୍କୁ ‘ପ୍ରାଣ’ର କାରକ ବୋଲି କୁହାଯାଏ । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ କରି କ୍ୟାରିୟର ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶି ଉପରେ କଣ ପ୍ରଭାବ ପକାଇବ।...

ଏହି ସବୁ ରାଶିଙ୍କ ଉପରେ କଣ ପଡି଼ବ ପ୍ରଭାବ:

କର୍କଟ: ଧନୁ ରାଶିରେ ସୂର୍ଯ୍ୟଦେବଙ୍କ ଚଳନ ଏହି ରାଶିର ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ଏହି ସମୟ ମଧ୍ୟରେ ମନ ମଧ୍ୟ ଅସ୍ଥିର ରହିବ ।  ଏଥିପାଇଁ ଆପଣ ଯୋଗ କରିବେ କିମ୍ବା ଗାୟତ୍ରୀ ମନ୍ତ୍ର ଜପ କରିପାରିବେ। ଟଙ୍କା କାରବାରରେ ଯତ୍ନବାନ ହେବା ଜରୁରୀ । ନଚେତ୍ ଅନେକ କ୍ଷତି ସହିବେ। 

କନ୍ୟା : ସେହିପରି ଏହି ରାଶିର ଲୋକଙ୍କ ଜୀବନରେ ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେଇପାରେ। ବୈବାହିକ ଜୀବନକୁ ନେଇ ସତର୍କ ରୁହନ୍ତୁ । ନଚେତ୍ ସମ୍ପର୍କ ଭାଙ୍ଗିପାରେ। ଆର୍ଥିକ ଅବସ୍ଥା ଦୁର୍ବଳ ହେବ।  ଖାଦ୍ୟପେୟକୁ ନେଇ ଯତ୍ନବାନ୍ ହୁଅନ୍ତୁ । ନଚେତ୍ ଆପଣଙ୍କ ସ୍ବାସ୍ଥ୍ୟ ବିଗିଡିପାରେ। କାର୍ଯ୍ୟାଳୟରେ ମଧ୍ୟ ବିବାଦ ଦେଖାଦେଇପାରେ। ହେବାକୁ ଥିବା ପ୍ରମୋସନ୍ ଅଟକି ଯାଇପାରେ। 

ଧନୁ : ଦୂର ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏହି ଅବଧିରେ ଆର୍ଥିକ କ୍ଷତି ସହିବେ। କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଘାତଚନ୍ଦ୍ରର ଯୋଗ  ରହିଛି। ବିଶେଷ କରି  କ୍ରୋଧ ଏବଂ ବିତର୍କରୁ ଆପଣ ଦୂରେଇ ରୁହନ୍ତୁ। ଯେଉଁମାନେ ଚାକିରିରେ କରୁଛନ୍ତି ସେମାନେ ଏହି ସମୟରେ ଦେଖିଚାହିଁ କାର୍ଯ୍ୟାଳୟରେ କାମ କରିବାକୁ ପଡିବ।  ଚାକିରିରେ ହେବାକୁ ଥିବା ପଦୋନ୍ନତି ଆପଣଙ୍କୁ ମିଳି ନ ପାରେ। କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ।

ମକର:  ଏହି ଅବଧି ମଧ୍ୟରେ ହେବାକୁ ଥିବା କାମ ମଧ୍ୟ ବି ବିଗିଡି଼ ଯିବ। ଫଳରେ କାମରେ ଅନେକ ସମସ୍ୟା ସୃଷ୍ଟି ହେବ । କେବେଳ ସେତିକି ନୁହେଁ, ପରିଶ୍ରମର ଉପଯୁକ୍ତ ଫଳ ମିଳିବ ନାହିଁ । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବିବାଦ ଦେଖାଦେଇପାରେ। ଟଙ୍କା ବିନିଯୋଗ ପାଇଁ ଏହା ଏକ ଶୁଭ ସମୟ ନୁହେଁ ।  ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।  ଏଥିସହିତ ନିଜ ଜୀବନସାଥିଙ୍କ ସହ ମତାନ୍ତର ମନାନ୍ତର ଦେଖାଦେବ।

ମୀନ: ଏହି ରାଶିର ବ୍ୟକ୍ତିଙ୍କୁ  ସାବଧାନ ଓ ସତର୍କତାର ସହିତ ଚଳିବାକୁ ପଡିବ। ଅଯଥା ଖର୍ଚ୍ଚ ବଢିବ। ଏଥି ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।  ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଆପଣଙ୍କୁ ଏକ ପ୍ରକାର ବଡ଼ ବିବାଦର ସାମ୍ନା କରିବାକୁ ପଡିପାରେ। ଏହା ବ୍ୟତୀତ ଅର୍ଥ କାରବାରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)