Surya Grahan April 2023: ସୂର୍ଯ୍ୟପରାଗ ପରେ ସ୍ନାନ କରି ପ୍ରଥମେ ଖାଆନ୍ତୁ ଏହି ଜିନିଷ, କଟିଯିବ ସମସ୍ତ ଦୋଷ
Advertisement
Article Detail0/zeeodisha/odisha1660838

Surya Grahan April 2023: ସୂର୍ଯ୍ୟପରାଗ ପରେ ସ୍ନାନ କରି ପ୍ରଥମେ ଖାଆନ୍ତୁ ଏହି ଜିନିଷ, କଟିଯିବ ସମସ୍ତ ଦୋଷ

Surya Grahan april 2023: ସୂର୍ଯ୍ୟପରାଗ ଶେଷ ହେବା ପରେ ସ୍ନାନ ଦାନ କରାଯାଇଥାଏ । ଯାହା ଦ୍ବାରା ଏହାର ଖରାବ ପ୍ରଭାବରୁ ମୁକ୍ତି ମିଳିବା ସହ ସମସ୍ତ ଦୋଷ ଦୂର ହୋଇଥାଏ । ତେବେ ସୂର୍ଯ୍ୟପରାଗ ପରେ ପ୍ରଥମ କ’ଣ ଖାଇବା ଉଚିତ୍, ଯାହାଫଳରେ ଏହାର ପ୍ରଭାବ ଦୂର ହେବ।

ସୌ(ସୋସିଆଲ ମିଡିଆ)

Surya Grahan april 2023: ଆଜି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ (Solar eclipse 2023) । ଏପ୍ରିଲ ମାସ ୨୦ ତାରିଖ ବୈଶାଖ ଅମାବାସ୍ୟା ତିଥି ସକାଳ ୦୭:୦୪ଟାରୁ ଏହି ପରାଗ ଆରମ୍ଭ ହୋଇଥିଲା । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର କୌଣସି ସୂତାକ ଅବଧି ନାହିଁ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସୂର୍ଯ୍ୟ ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ସୂର୍ଯ୍ୟ ଗ୍ରହଣ ସମୟରେ ଖାଇବା, ଶୋଇବା ଓ ପୂଜା କରିବା ଠାରୁ ଦୂରେଇ ରହିବା ଉଚିତ୍ । ଦିପ୍ରହର ୧୨.୨୯ଟାରେ ସୂର୍ଯ୍ୟ ପରାଗ ଶେଷ ହୋଇଛି । ଏହି ପରାଗର ପ୍ରଭାବ ୫ଟା ୨୫ ମିନିଟ୍ ପର୍ଯ୍ୟନ୍ତ ରହିବ । ସୂର୍ଯ୍ୟପରାଗ ଶେଷ ହେବା ପରେ ସ୍ନାନ ଦାନ କରାଯାଇଥାଏ । ଯାହା ଦ୍ବାରା ଏହାର ଖରାବ ପ୍ରଭାବରୁ ମୁକ୍ତି ମିଳିବା ସହ ସମସ୍ତ ଦୋଷ ଦୂର ହୋଇଥାଏ । ତେବେ ସୂର୍ଯ୍ୟପରାଗ ପରେ ପ୍ରଥମ କ’ଣ ଖାଇବା ଉଚିତ୍, ଯାହାଫଳରେ ଏହାର ପ୍ରଭାବ ଦୂର ହେବ।

ସୂର୍ଯ୍ୟପରାଗ ପରେ ସ୍ନାନ କରନ୍ତୁ

ସୂର୍ଯ୍ୟ ପରାଗ ଶେଷ ହେବା ପରେ ପ୍ରଥମେ ସ୍ନାନ କରିବା ଉଚିତ୍ । ଏଥିପାଇଁ ଗାଧେଇବାକୁ ଥିବା ପାଣିରେ ଗଙ୍ଗା ଜଳ ଓ ରାଶି ମଞ୍ଜି ପକାଇ ସେହି ପାଣିରେ ଗାଧାନ୍ତୁ । ଏହାପରେ ପରିଷ୍କାର ପୋଷାକ ପିନ୍ଧନ୍ତୁ ଓ ସୂର୍ଯ୍ୟପରାଗ ସମୟରେ ପିନ୍ଧିଥିବା ପୋଷାକକୁ ଅଲଗା ରଖନ୍ତୁ ।

ସୂର୍ଯ୍ୟପରାଗ ପରେ ଏହିସବୁ ଜିନିଷ ଦାନ କରନ୍ତୁ

ଶରୀରର ଶୁଦ୍ଧତା ପରେ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ସହ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ । ସୂର୍ଯ୍ୟ ପରାଗ ପରେ ଗହମ, ନାଲି ଫୁଲ, ନାଲି କପଡା, ତମ୍ବା ଇତ୍ୟାଦି ଦାନ କରନ୍ତୁ । ଏହିସବୁ ବସ୍ତୁକୁ ସୂର୍ଯ୍ୟ ଦେବେତାଙ୍କ ପ୍ରିୟ ଜିନିଷ ଭାବେ ବିବେଚନା କରାଯାଇଥାଏ ।

ପରାଗ ପରେ ଖାଆନ୍ତୁ ଏହି ଖାଦ୍ୟ

ଜ୍ୟୋତିଷ ଡକ୍ଟର ତିୱାରୀଙ୍କ କହିବା ଅନୁଯାୟୀ, ଭଗବତ ପୁରାଣରେ ଭଗବାନ ବିଷ୍ଣୁଙ୍କ ସର୍ବୋଚ୍ଚ ଭକ୍ତ ପ୍ରହ୍ଲାଦ ତାଙ୍କ ପିତା ହିରନଃକଶ୍ୟାପଙ୍କ ଦ୍ୱାରା ବହୁ ନିର୍ଯାତନା ହେଉଥିଲେ। ଏପରିକି ସେ ତାଙ୍କୁ ହତ୍ୟା କରିବାକୁ ମଧ୍ଯ ଚେଷ୍ଟା କରିଥିଲେ। ଏହା ଦେଖି ଭଗବାନ ବିଷ୍ଣୁ କ୍ରୋଧିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ସମସ୍ତ ଶରୀର ସମୂର୍ଣ୍ଣ ଝାଳରେ ପରିପୂର୍ଣ୍ଣ ହୋଇଥିଲା । ଏହି ଝାଳରୁ ରାଶି ଉତ୍ପନ୍ନ ହୋଇଥିଲା । ତେବେ ରାଶିକୁ ଗଙ୍ଗା ଜଳ ପରି ପବିତ୍ର ବୋଲି ବିବେଚନା କରାଯାଏ। ରାଶି ବ୍ୟବହାର କରିବା ଦ୍ବାରା ବହୁ ସମସ୍ୟା ସମାଧାନ କରାଯାଇପାରିବ।

ଏହି କାରଣରୁ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଜଣେ ବ୍ୟକ୍ତି ପ୍ରଥମେ ରାଶି ମଞ୍ଜି ଖାଇବା ଉଚିତ୍ । ଏପରି କରିବା ଦ୍ବାରା ସୂର୍ଯ୍ୟ ପରାଗର ଖରାପ ପ୍ରଭାବ ସମାପ୍ତ ହୋଇଥାଏ । ତେଣୁ ଆପଣ ରାଶିରେ ମିଠା କିମ୍ବା ଅନ୍ୟ କୌଣସି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ । ସୂର୍ଯ୍ୟ ପରାଗ ସମୟରେ ଭଗବାନଙ୍କ ପୂଜା କରାଯାଇନଥାଏ, କିନ୍ତୁ ଏହି ସମୟରେ ମନରେ ଆପଣ ସୂର୍ଯ୍ୟ ଦେବ ବା ଅନ୍ୟ କୌଣସି ଦେବା ଦେବୀଙ୍କ ମନ୍ତ୍ର ଜପ କରିପାରିବେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।