Surya Ketu Grahan: ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଗ୍ରହଣ ଯୋଗ, ୫ରାଶି ଉପରେ ସଙ୍କଟର କଳାପାହାଡ଼
Advertisement
Article Detail0/zeeodisha/odisha2385672

Surya Ketu Grahan: ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଗ୍ରହଣ ଯୋଗ, ୫ରାଶି ଉପରେ ସଙ୍କଟର କଳାପାହାଡ଼

Surya Ketu Grahan: ସୂର୍ଯ୍ୟ-କେତୁ ସଂଯୋଗ ଏକ ବିରଳ ଜ୍ୟୋତିର୍ବିଜ୍ଞାନୀ ଘଟଣା, ଯାହା ୧୮ ବର୍ଷ ପରେ ଘଟିବାକୁ ଯାଉଛି । ଏହି ଘଟଣା ସମସ୍ତ ୧୨ଟି ରାଶିକୁ ପ୍ରଭାବିତ କୟରିବ, କିନ୍ତୁ ଏହା ୫ଟି ରାଶିର ଲୋକଙ୍କ ଜୀବନ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା, କେଉଁ ୫ଟି ଅଶୁଭ ରାଶି ଏବଂ ସେମାନଙ୍କ ଉପରେ କ'ଣ ରହିବ ପ୍ରଭାବ?

 

Surya Ketu Grahan: ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଗ୍ରହଣ ଯୋଗ, ୫ରାଶି ଉପରେ ସଙ୍କଟର କଳାପାହାଡ଼

Surya Ketu Grahan: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ରାଶି ଓ ନକ୍ଷତ୍ରର ପରିବର୍ତ୍ତନ ଅନେକ ମିଶ୍ରଣ ଓ ଯୋଗ ସୃଷ୍ଟି କରିଥାଏ, ଯାହା କିଛିରାଶି ପାଇଁ ଶୁଭ ଏବଂ ଅନ୍ୟମାନଙ୍କ ପାଇଁ ଅଶୁଭ ହୋଇପାରେ । ସେପ୍ଟେମ୍ବର ୧୬ ତାରିଖରେ ଏଭଳି ଏକ ବିଶେଷ ବିରଳ ଘଟଣା ହେବାକୁ ଯାଉଛି। ଗ୍ରହର ରାଜା ସୂର୍ଯ୍ୟ ଅଗଷ୍ଟ ୧୬ରେ ସିଂହ ରାଶିରେ ପ୍ରବେଶ କରିବା ପରେ ସେପ୍ଟେମ୍ବର ୧୬ରେ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିର ପାପ ଗ୍ରହ କେତୁଙ୍କ ସହ ମିଶିବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ମିଶ୍ରଣକୁ ସୂର୍ଯ୍ୟ-କେତୁ ଗ୍ରହଣ ବୋଲି ଯୋଗ କୁହାଯାଏ । ସୂର୍ଯ୍ୟ-କେତୁ ସଂଯୋଗ ଏକ ବିରଳ ଜ୍ୟୋତିର୍ବିଜ୍ଞାନୀ ଘଟଣା, ଯାହା ୧୮ ବର୍ଷ ପରେ ଘଟିବାକୁ ଯାଉଛି । ଏହି ଘଟଣା ସମସ୍ତ ୧୨ଟି ରାଶିକୁ ପ୍ରଭାବିତ କୟରିବ, କିନ୍ତୁ ଏହା ୫ଟି ରାଶିର ଲୋକଙ୍କ ଜୀବନ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା, କେଉଁ ୫ଟି ଅଶୁଭ ରାଶି ଏବଂ ସେମାନଙ୍କ ଉପରେ କ'ଣ ରହିବ ପ୍ରଭାବ?

ରାଶି ଉପରେ ସୂର୍ଯ୍ୟ-କେତୁ ଗ୍ରହଣ ଯୋଗର ପ୍ରଭାବ...
ମେଷ ରାଶି
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ । କର୍ମକ୍ଷେତ୍ରରେ ବାଧା ବିଘ୍ନ ସହ ପକେଟ ଓ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ। ବ୍ୟବସାୟରେ ଆର୍ଥିକ କ୍ଷତି ବଢ଼ିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ମାନସିକ ଚାପରେ ରହିପାରନ୍ତି। ସ୍ଵାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ । ଗୋଡ଼ ଫୁଲିବା ସହ ଯନ୍ତ୍ରଣା ହୋଇପାରେ। ଜୀବନ ଧାରଣମାନ ହ୍ରାସ ପାଇବ। ପାରିବାରିକ ଜୀବନରେ କୌଣସି କାରଣରୁ ଉତ୍ତେଜନା ବଢ଼ିପାରେ।

ମିଥୁନ ରାଶି
ମିଥୁନ ରାଶିର ବ୍ୟକ୍ତିମାନେ ଯାତ୍ରାରେ ସାବଧାନ ରହିବା ଆବଶ୍ୟକ, ଦୁର୍ଘଟଣା ର ସମ୍ଭାବନା ରହିଛି। କ୍ୟାରିୟରରେ ଉତ୍ଥାନ-ପତନ ଆସିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ, ଯାହା ସମସ୍ୟାକୁ ବଢାଇପାରେ । ଧନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଦୁର୍ବଳ ଅର୍ଥନୈତିକ ସ୍ଥିତି ଅର୍ଥ ସଙ୍କଟ ସୃଷ୍ଟି କରିପାରେ। ପାରିବାରିକ ଜୀବନରେ ମଧ୍ୟ ମତଭେଦ ଦେଖାଦେଇପାରେ। ଏହା ସହିତ ପ୍ରେମ ସମ୍ପର୍କ ରେ ତିକ୍ତତା ଆସିପାରେ । ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ସିଂହ ରାଶି
ସିଂହ ରାଶିର ବ୍ୟକ୍ତିଙ୍କ ଉପରେ ଏହି ଯୋଗର ଅଧିକ ପ୍ରଭାବ ପଡ଼ିବ। ସ୍ଵାସ୍ଥ୍ୟ, ଅର୍ଥ ଓ କ୍ୟାରିୟର ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ଧନ ହାନି ହୋଇପାରେ। ଷ୍ଟକ ବଜାରରେ ନିବେଶ ରୁ ଦୂରେଇ ରୁହନ୍ତୁ, ଧନ ହାନି ହୋଇପାରେ । ପାରିବାରିକ ଜୀବନରେ ଉତ୍ତେଜନା ଦେଖାଦେଇପାରେ। ପ୍ରେମ ସମ୍ପର୍କ ରେ ତିକ୍ତତା ଆସିପାରେ । ଭ୍ରମଣରେ ସତର୍କ ରହିବାର ଆବଶ୍ୟକତା ରହିଛି। ମାନସିକ ଚାପ ରହିପାରେ। ଚର୍ମ ରୋଗ ଓ ଆଲର୍ଜି ସମସ୍ୟା ହୋଇପାରେ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ।

ମକର ରାଶି
ମକର ରାଶିର ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମାନସିକ ଚାପ ଓ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ, ଠକେଇହେବାର ଆଶଙ୍କା ରହିଛି। ପାରିବାରିକ ଜୀବନରେ ଉତ୍ତେଜନା ଦେଖାଦେଇପାରେ। ବିଶେଷ କରି ମୁଣ୍ଡବିନ୍ଧା ଓ ଆଖି ଜନିତ ସମସ୍ୟା ଦେଖାଦେଇପାରେ।

ମୀନ ରାଶି
ଚାକିରି କରୁଥିବା ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇପାରେ। ଅଧିକାରୀଙ୍କ ସହ ମତଭେଦ ହୋଇପାରେ। ହଠାତ୍ ଧନ ହାନି ହୋଇପାରେ, ଯାହା ମାନସିକ ଚାପ କୁ ବଢାଇପାରେ । ଆର୍ଥିକ ସ୍ଥିତି ଅସ୍ଥିର ରହିପାରେ। କ୍ୟାରିୟର କ୍ଷେତ୍ରରେ ଶିକ୍ଷାରେ ବାଧା ସୃଷ୍ଟି ହୋଇପାରେ। ଗଳା ଓ ଦାନ୍ତ ଜନିତ ସମସ୍ୟାର ଚିକିତ୍ସା ପାଇଁ ହଠାତ୍ ବିପୁଳ ଅର୍ଥ ଖର୍ଚ୍ଚ ହୋଇପାରେ। ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Digital Dementia: ମୋବାଇଲ ଫୋନରୁ ବ୍ୟାପୁଛି ଏହି ଭୟଙ୍କର ରୋଗ, ଦେଖାଦେଉଛି ଏହିସବୁ ଲକ୍ଷଣ !

Also Read: Mangal Vakri 2024: ମଙ୍ଗଳଙ୍କ ଓଲଟା ଚଳନ, ୪ମାସ ଯାଏଁ ସମସ୍ୟାରେ ଘାଣ୍ଟିହେବେ ଏହି ୫ରାଶି !