Surya Mangal Gochar 2023: ସୂର୍ଯ୍ୟ -ମଙ୍ଗଳଙ୍କ କୃପାରୁ ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1947598

Surya Mangal Gochar 2023: ସୂର୍ଯ୍ୟ -ମଙ୍ଗଳଙ୍କ କୃପାରୁ ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ

Surya Mangal Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ମାସରେ ଅନେକ ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି କ୍ରମରେ, ମଙ୍ଗଳ( Mangal) ନଭେମ୍ବର ୧୬ ତାରିଖ ସକାଳ ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ବିଛା ରାଶିରେ ପ୍ରବେଶ କରିବେ। ଆଉ ସେହି ରାଶିରେ ମଧ୍ୟ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଭଗବାନ  (Surya) ନଭେମ୍ବର ୧୭ ତାରିଖରେ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ -ମଙ୍ଗଳଙ୍କ ସ୍ଥିତି ରାଜଯୋଗ ସୃଷ୍ଟି କରୁଛି (Surya Mangal Gochar 2023) । ଏହି ରାଜଯୋଗ କାରଣରୁ ତିନି ରାଶିର ଲୋକେ ମାଲେମାଲ୍ ହେବେ। ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିର (zodiac signs) ଲୋକେ ଧନବାନ୍ ହେବେ।...

Also Read : Shani Uday: ଏହି ୩ ରାଶିଙ୍କୁ କୋଟିପତି କରିବେ ଶନି, ଦେଖି ନିଅନ୍ତୁ ସାମିଲ ଅଛି କି ଆପଣଙ୍କ ରାଶି?

Also Read : Nisha Maharana Wedding: ଅସ୍ତରଙ୍ଗର ବୋହୂ ହେବେ ନିଶା ମହାରଣା

ମେଷ: ସୂର୍ଯ୍ୟ -ମଙ୍ଗଳଙ୍କ ଗୋଚର କାରଣରୁ  ଏହି ରାଶିର ଲୋକଙ୍କୁ ଶୁଭଫଳ ମିଳିବ ।  ଏହି ରାଶିର ଲୋକଙ୍କୁ  ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟରୁ ଆପଣ ପୁରା ହେବ। ଏହି ସମୟରେ ଆପଣଙ୍କୁ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଶୁଭଫଳ ପାଇବେ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ଭଲ ଅଫର ବି ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା:  ସୂର୍ଯ୍ୟ ଓ ମଙ୍ଗଳଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। ଖାସ୍ କରି ଏହି ସମୟରେ ଆପଣ ଆୟ ବଢିବ। ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବିଦେଶରେ ଆପଣଙ୍କୁ ଚାକିରି ମିଳିବାରେ ମଧ୍ୟ ସମ୍ଭାବନା ରହିଛି। କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ମିଳିବ।  ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। 

ବିଛା: ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି।  ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।  ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ । ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)