Tea Tips: ଥଣ୍ଡା ଚା’କୁ ଗରମ କରି ପିଇବା କେତେ ସଠିକ୍? ଏପରି କରୁଥିଲେ ପଢ଼ନ୍ତୁ ରିପୋର୍ଟ
Advertisement
Article Detail0/zeeodisha/odisha1451160

Tea Tips: ଥଣ୍ଡା ଚା’କୁ ଗରମ କରି ପିଇବା କେତେ ସଠିକ୍? ଏପରି କରୁଥିଲେ ପଢ଼ନ୍ତୁ ରିପୋର୍ଟ

Side Effects of Tea: ପ୍ରାୟତଃ ଲୋକମାନେ ଥଣ୍ଡା ଚା'କୁ ଗରମ କରି ପିଅନ୍ତି, କିନ୍ତୁ ଏହା କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା ଶରୀର ଉପରେ କି ପ୍ରଭାବ ପକାଇଥାଏ ତାହା ଜାଣନ୍ତୁ ।

ସୌ: ସୋସିଆଲ ମିଡିଆ

Tea For Health: ଭାରତରେ ଲୋକମାନେ ପାଣି ପରେ ଦ୍ୱିତୀୟ ସର୍ବାଧିକ ସେବନ କରୁଥିବା ପଦାର୍ଥ ହେଉଛି ଚା' । ବଡ ସହର ଠାରୁ ଆରମ୍ଭ କରି ଦୂର ଦୂରାନ୍ତର ଉଚ୍ଚ ପାହାଡ ପର୍ଯ୍ୟନ୍ତ, ଆପଣ ନିଶ୍ଚିତ ଭାବରେ ସବୁ ସ୍ଥାନରେ ଚା' ପିଉଥିବା ଲୋକ ଓ ଚା' ଦୋକାନ ଦେଖିପାରିବେ । ଶୀତ ଋତୁରେ ଚା’ର ବ୍ୟବହାର ଅଧିକ ହୋଇଥାଏ । କିଛି ଲୋକ ଚା'କୁ ଏତେ ଭଲ ପାଆନ୍ତି ଯେ ସେମାନେ ଦିନ କିମ୍ବା ରାତି ଦେଖନ୍ତି ନାହିଁ, ଯେତେବେଳେ ବି ସେମାନଙ୍କୁ ମିଳେ, ସେମାନେ ବିନା ଦ୍ୱିଧାରେ ଚା' ପି ନିଅନ୍ତି । ପ୍ରାୟତଃ ଆପଣ ନିଶ୍ଚିତ ଭାବରେ ଘରେ ଏହା ଦେଖିଥିବେ ଯେ, ଲୋକମାନେ ଚା'କୁ ବାରମ୍ବାର ଗରମ କରି ପିଇଥାନ୍ତି । କିନ୍ତୁ, ଏହା କରିବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ଯଦି ଆପଣ ମଧ୍ୟ ଏପରି ଭୁଲ୍ କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ ।

ବର୍ଷା ହେଉ, ଥଣ୍ଡା ହେଉ, ଥକାପଣ କିମ୍ବା ମୁଣ୍ଡବିନ୍ଧା ହେଉ, ଏସବୁର ବିକଳ୍ପ ହେଉଛି ଚା’ । ସାଧାରଣତ ଶୀତ ଋତୁରେ ପ୍ରତ୍ୟେକ ପରିବାରରେ ଦୁଇରୁ ତିନିଥର ଚା’ପ୍ରସ୍ତୁତ କରାଯାଏ । ଏହି ସମୟରେ, ପ୍ରତ୍ୟେକ ଘରେ ଗୋଟିଏ ଜିନିଷ ଦେଖାଯାଏ ଯେ ଲୋକମାନେ ଥଣ୍ଡା ଚା'କୁ ଗରମ କରିବା ପରେ ପିଅନ୍ତି । ଏହା କରିବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆସନ୍ତୁ ଜାଣିବା ଥଣ୍ଡା ଚା' ଗରମ କରି ପିଇଲେ ଆମ ଶରୀରରେ କ’ଣ ସବୁ କ୍ଷତି ହୁଏ ।

ଯେତେବେଳେ ଆପଣ ଚାକୁ ଗରମ କରି ପିଅନ୍ତି, ଚା’ର ସମସ୍ତ ଗୁଣ ଓ ଭଲ ଗୁଣ ନଷ୍ଟ ହୋଇଯାଏ । ଥଣ୍ଡା ଚା'କୁ ପୁନର୍ବାର ଗରମ କରି ପିଇବା ଦ୍ୱାରା ଡାଇରିଆ, ବାନ୍ତି ଓ ହଜମ ପ୍ରକ୍ରିୟା ବ୍ୟାଘାତ ହୋଇପାରେ ।

ଯଦି ଆପଣ ଥରେ ତିଆରି ହୋଇଥିବା ଚା'କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖନ୍ତି, ସେତବେଳେ ଏଥିରେ ଭୂତାଣୁ ପ୍ରବେଶ କରନ୍ତି । ଏପରି ପରିସ୍ଥିତିରେ, ଏହି ଚା'କୁ ପୁଣି ଗରମ କରିବା ପରେ ପିଇବା ଆମ ଶରୀର ପାଇଁ କ୍ଷତିକାରକ ।

ଯଦି ଆପଣ ଚାକୁ ଗରମ କରି ପିଅନ୍ତି, ତେବେ ଏଥିରୁ ଟେନିନ୍ ବାହାରିଯାଏ, ଯେଉଁଥିପାଇଁ ଚା’ର ସ୍ୱାଦ ତିକ୍ତ ହୋଇଯାଏ । ଏଭଳି ପରିସ୍ଥିତିରେ ଏହା କେବଳ ଆପଣଙ୍କ ପାଟିର ସ୍ୱାଦକୁ ନଷ୍ଟ କରିବ ନାହିଁ, ବରଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇ ଥାଏ ।

ଧ୍ୟାନରେ ରଖନ୍ତୁ ଏସବୁ ଜିନିଷ 

  • ଯଦି ଆପଣ ଚା' ତିଆରି କରିବାର ମାତ୍ର ୧୫ ମିନିଟ୍ ହୋଇଛି, ତେବେ ଆପଣ ଚା'କୁ ଗରମ କରି ପୁନର୍ବାର ପିଇପାରିବେ । ଏହା ସେତେବେଳେ କରନ୍ତୁ, ଯେତେବେଳେ ଆପଣଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥାଏ ।
  • ଖାଲି ପେଟରେ କେବେବି ଚା' ପିଅନ୍ତୁ ନାହିଁ କାରଣ ଏହା ଅମ୍ଳତା ସୃଷ୍ଟି କରିପାରେ । ଯଦି ଆପଣଙ୍କର ସକାଳେ ଚା' ପିଇବାର ଅଭ୍ୟାସ ଅଛି, ତେବେ ନିଶ୍ଚିତ ଭାବରେ ଏହା ସହିତ କିଛି ହାଲୁକା ଖାଦ୍ୟ ଖାଆନ୍ତୁ ।
  • ଏହା ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ ଯେତିକି ମାତ୍ରାରେ ଚା'ଦରକାର କେବେଳ ସେତିକି ପ୍ରସ୍ତୁତ କରନ୍ତୁ ।

ଏହା ବି ପଢ଼ନ୍ତୁ: Tulsi Benefits: ପ୍ରତିଦିନ ଖାଆନ୍ତୁ ୪ଟି ତୁଳସୀ ପତ୍ର, ଏସବୁ ରୋଗରୁ ମିଳିବ ମୁକ୍ତି