Health Tips: ପଇଡ଼ ପାଣି ଅନେକ ଲୋକଙ୍କ ପ୍ରିୟ ପାନୀୟ, ଯାହାକି ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ପଇଡ଼ରେ ଅନେକ ପୋଷକତତ୍ତ୍ୱ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଶେଷ କରି ଗ୍ରୀଷ୍ମ ଋତୁରେ ଏହାକୁ ପିଇବା ଦ୍ୱାରା ଡିହାଇଡ୍ରେସନ୍ ସମେତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ପଇଡ଼ ପାଣିର ପ୍ରଭାବରେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ କ୍ୟାଲୋରିର ମାତ୍ରା କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି କରେ ନାହିଁ। ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ । ଏହା ମସ୍ତିଷ୍କ ଓ ସ୍ନାୟୁକୁ ଅଧିକ ସକ୍ରିୟ କରିବାରେ ବିଶେଷ ଭୂମିକା ନିଭାଇଥାଏ । ଦିନକୁ ଗୋଟିଏ ପଇଡ଼ ପିଇଲେ ପ୍ରାୟ ୧୩ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ । ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବାର ଏହି 5ଟି ଲାଭ.....
୧- ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ତ୍ଵଚା ଉଜ୍ଜ୍ଵଳ ଓ ଶରୀରର ବିଭିନ୍ନ କ୍ଷତ ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ। ମୁହଁରୁ ବ୍ରଣ ଦୂର କରିବାରେ ସହାୟକ ହୁଏ। ଶରୀରରେ କୌଣସି କ୍ଷତ ଚିହ୍ନ ଦୂର କରିବା ପାଇଁ ଖାଦ୍ୟରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପଇଡ଼ ପାଣି ଏଥିପାଇଁ ବହୁତ ଭଲ।
୨- ସେହିପରି ପଇଡ଼ ପାଣିରେ ପ୍ରଚୁର ମାତ୍ରାରେ ଫାଇବର୍ ଭରି ରହିଛି। ଯାହା ପାଚନ କ୍ରିୟାକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ବିଶେଷ କରି ପଇଡ଼ ପାଣି ବଦ୍ ହଜମୀ ସମସ୍ୟାକୁ ଦୂର କରେ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର କରିଥାଏ।
୩- ଓଜନ ହଟାଇବାରେ ଏହା ଏକ ସହଜ ଉପାୟ । ପଇଡ ପାଣି ଓଜନ କମ କରିବା ସହ ପାଚନ ପ୍ରକ୍ରିୟା ସକ୍ରିୟ କରିଥାଏ ।
୪- ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।
୫- ପଇଡ଼ ପାଣି ପିଇବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ ।
Disclaimer: ପ୍ରିୟ ପାଠକ, ଆମର ଏହି ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ କିଛି ପଢ଼ୁଛନ୍ତି, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।