Main Causes Of Polydipsia: ଅତ୍ୟଧିକ ଶୋଷ ଲାଗିବା ଏହି ୫ଟି ରୋଗର ଲକ୍ଷଣ ହୋଇପାରେ...
Advertisement
Article Detail0/zeeodisha/odisha2271578

Main Causes Of Polydipsia: ଅତ୍ୟଧିକ ଶୋଷ ଲାଗିବା ଏହି ୫ଟି ରୋଗର ଲକ୍ଷଣ ହୋଇପାରେ...

Main Causes Of Polydipsia: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ଅନେକ ଲୋକ ସେମାନଙ୍କର ଶୋଷ ମେଣ୍ଟାଇବା ପାଇଁ ଅନେକ ଗ୍ଲାସ୍ ପାଣି ପିଇବା ପରେ, କିମ୍ବା ଥଣ୍ଡା ରସ ଏବଂ ମୃଦୁ ପାନୀୟ ପିଇବା ପରେ ମଧ୍ୟ ସେମାନଙ୍କ ଗଳା ସବୁବେଳେ ଶୁଖିଲା ଅନୁଭବ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ହୀତକାରକ ନୁହେଁ। ଏହା ପଛର କାରଣ କ’ଣ ହୋଇପାରେ ଆସନ୍ତୁ ଜାଣିବା...

Main Causes Of Polydipsia: ଅତ୍ୟଧିକ ଶୋଷ ଲାଗିବା ଏହି ୫ଟି ରୋଗର ଲକ୍ଷଣ ହୋଇପାରେ...

Main Causes Of Polydipsia: ଆଜିକାଲି ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଏଭଳି ପରିସ୍ଥିତିରେ ନିଜକୁ ଡିହାଇଡ୍ରେଡ୍ ରଖିବା ପାଇଁ ସର୍ବୋତ୍ତମ ଏବଂ ସରଳ ସମାଧାନ ହେଉଛି ନିୟମିତ ପାଣି ପିଇବା। ତେବେ ଯେତେ ବି ଖରା, ଗରମ ବା ଦେହରପୁ ଝାଳ ବୋହିଲେ ମଧ୍ୟ ଶରୀରକୁ ମାତ୍ର ୨ ଲିଟର ପାମଇ ହିଁ ଯଥେଷ୍ଟ। ଦିଲ୍ଲୀର IHBAS ହସ୍ପିଟାଲର ପୂର୍ବତନ ଡକ୍ଟର ଇମ୍ରାନ ଅହମ୍ମଦ ଏହାର କାରଣ କହିଛନ୍ତି ?

କାହିଁକି କିଛି ଲୋକ ଅଧିକ ଶୋଷିଲା ଅନୁଭବ କରନ୍ତି?

ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ଅନେକ ଲୋକ ସେମାନଙ୍କର ଶୋଷ ମେଣ୍ଟାଇବା ପାଇଁ ଅନେକ ଗ୍ଲାସ୍ ପାଣି ପିଇବା ପରେ, କିମ୍ବା ଥଣ୍ଡା ରସ ଏବଂ ମୃଦୁ ପାନୀୟ ପିଇବା ପରେ ମଧ୍ୟ ସେମାନଙ୍କ ଗଳା ସବୁବେଳେ ଶୁଖିଲା ଅନୁଭବ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ହୀତକାରକ ନୁହେଁ। ଏହା ପଛର କାରଣ କ’ଣ ହୋଇପାରେ ଆସନ୍ତୁ ଜାଣିବା...

1. ଡିହାଇଡ୍ରେସନ୍:

ଯଦି ଶରୀରରେ ବହୁ ପରିମାଣର ଜଳୀୟଅଂଶର ଅଭାବ ଥାଏ, ତେବେ ଗୋଟିଏ କିମ୍ବା ଦୁଇ ଗ୍ଲାସ୍ ପାଣି ପିଇବା ଶୋଷ ମେଣ୍ଟି ନଥାଏ ଏବଂ ବାରମ୍ବାର ଶୋଷ ଲାଗିଥାଏ।

2. ଶୁଖିଲା ପାଟି:

ଅନେକ ଲୋକଙ୍କ ପାଟିରେ ପର୍ଯ୍ୟାପ୍ତ ପରିମାଣର ଲାଳ ଉତ୍ପାଦନ ହୋଇପାରିନଥାଏ ଯେଉଁଥିପାଇଁ ପାଟି ଶୁଖିଲା ଲାଗେ ଏବଂ ବାରମ୍ବାର ପାଣି ପିଇବା ସତ୍ତ୍ୱେ ସେମାନଙ୍କର ଶୋଷ ମେଣ୍ଟି ନଥାଏ।

3.ମଧୁମେହ:

ମଧୁମେହ ଏପରି ଏକ ରୋଗ ଯାହା ଅନେକ ରୋଗର ମୂଳ ବୋଲି କୁହାଯାଏ। ମଧୁମେହ ରୋଗୀଙ୍କ ଏକ ପ୍ରମୁଖ ସମସ୍ୟା ହେଉଛି ସେମାନଙ୍କୁ ଅତ୍ୟଧିକ ଶୋଷ ଲାଗିଥାଏ।

 

4. ମସଲାଯୁକ୍ତ ଖାଦ୍ୟ ଅଭ୍ୟାସ:

ଯଦି ଆପଣ ଜଙ୍କ ଫୁଡ୍ କିମ୍ବା ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ବାରମ୍ବାର ଶୋଷ ଲାଗିଥାଏ।

5. ରକ୍ତହୀନତା:

ଶରୀରରେ ରକ୍ତ ଅଭାବକୁ ରକ୍ତହୀନତା କୁହାଯାଏ, ଏହି ଅବସ୍ଥାରେ ହେମୋଗ୍ଲୋବିନର ମାତ୍ରା ଶରୀରରେ କମ୍ ଥାଏ, ଯେଉଁଥିପାଇଁ ବାରମ୍ବାର ପାଣି ପିଇବା ପରେ ମଧ୍ୟ ଶୋଷ ମେଣ୍ଟି ନଥାଏ।

(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଓ ଦାବିକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ସମ୍ପୃକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)