Advertisement
Article Detail0/zeeodisha/odisha2290097
Zee OdishaOdisha LifeStyle and Others୪୭ ଡିଗ୍ରୀ ତାତିରୁ ମୁକ୍ତି ଦେବ ଏହି ସବୁଜ ପତ୍ର

୪୭ ଡିଗ୍ରୀ ତାତିରୁ ମୁକ୍ତି ଦେବ ଏହି ସବୁଜ ପତ୍ର

ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପ ପାଇଁ ଆପଣ ଚିନ୍ତିତ କି? ଗରମ ପବନ ଯୋଗୁଁ ଆପଣଙ୍କର ଚର୍ମ ଜଳାପୋଡା ହେଉଛି କି ? ଏସବୁର ସମାଧାନ ଲାଗି ପଢନ୍ତୁ ନିମ୍ନରେ ଥିବା  ଘରୋଇ ସରଳ ଟିପ୍ସକୁ....

mint and coriander
mint and coriander

Health benifit  : ଗ୍ରୀଷ୍ମ ଋତୁରେ ଆପଣ ଶରୀରକୁ ଥଣ୍ଡା ରଖିବା ପାଇଁ ଅନେକ ଜିନିଷ ଖାଉଥିବେ । ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶୀତଳ ପ୍ରଦାନ କରିବା ସହ ଅନେକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ । ଆଜି ଆମେ ଏପରି ପତ୍ର ବିଷୟରେ କହିବାକୁ ଯାଉଛୁ । ଏହାକୁ ଖରାଦିନରେ ସେବନ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା  ତାତିରୁ କିପରି ମୁକ୍ତି ପାଇବା ।

ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପ ପାଇଁ ଆପଣ ଚିନ୍ତିତ କି? ଗରମ ପବନ ଯୋଗୁଁ ଆପଣଙ୍କର ଚର୍ମ ଜଳାପୋଡା ହେଉଛି କି ? ତେବେ ଏସବୁର ସମାଧାନ ଲାଗି ଆପଣମାନଙ୍କ ଲାଗି କିଛି ଘରୋଇ ସରଳ ଟିପ୍ସ ଆମେ ଜଣେଇବାକୁ ଯାଉଛୁ । ଚଳିତ ବର୍ଷ ସାରା ଭାରତ ବର୍ଷରେ ଲୋକମାନେ ଭୀଷଣ ରୌଦ୍ର ତାପରେ ଏକ ପ୍ରକାରର କଷ୍ଟ ଅନୁଭବ କରୁଛନ୍ତି । ଦେଶରେ ପୂର୍ବ ବର୍ଷ ଅପେକ୍ଷା ଏଥର ପାରଦ ୪୭ ଡିଗ୍ରି ଅତିକ୍ରମ କରିଛି । ଯାହା ଲୋକମାନଙ୍କୁ ଘରୁବାହାର କରାଇଦେଉନି । ଲୋକମାନେ ନିଜର ଶୋଷ ମେଣ୍ଟେଇବା ପାଇଁ ଅନେକ ପ୍ରକାରର ଥଣ୍ଡା ପାନୀୟ ଜଳ ବ୍ୟବହାର କରୁଛନ୍ତି । ଆମେ ଆପଣଙ୍କୁ ଏପରି ଏକ ସବୁଜ ପତ୍ର ବିଷୟରେ କହିବାକୁ ଯାଉଛୁ ଏହା ଖାଇବା ଦ୍ୱାରା ବା ସବୁଦିନ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ।

୧.ପୋଦିନା - ଏକ ଆୟୁର୍ବେଦିକ ଡାକ୍ତରୀ ଟିମ ଗଣମାଧ୍ୟମର ସାକ୍ଷାତ କାରରେ କହିଛନ୍ତି ଯେ, ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ଏବଂ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ପୋଦିନାକୁ ଖାଦ୍ୟରେ ସାମିଲ କରିବା ଉଚିତ । ଏହି ପୋଦିନା ପତ୍ରରେ ଭିଟାମିିନ -ଏ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ, ଆଇରନ ଇତ୍ୟାଦିରେ ଭରପୁର ହୋଇ ରହିିଛି । ଏହାକୁ ଖାଇବା ଦ୍ୱାରା ଗ୍ୟାସ, ବିନ୍ଧା ଜନିତ ସମସ୍ୟା ନାଶ ହୋଇଥାଏ । ଏହି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥିବାରୁ ଚାପ, କର୍କଟ , ହୃଦଘାତଭଳି ସମସ୍ୟାକୁ ରୋକିବାକୁ ସହାୟକ ହୋଇଥାଏ । ଅନେକ ସଂକ୍ରମଣ ରୋଗରୁ ମଧ୍ୟ ରକ୍ଷା କରିବାରେ ଏହା ରାମବାଣ ସଦୃଶ ଭଳି କାର୍ଯ୍ୟ କରିଥାଏ । ପେଟ ଥଣ୍ଡା କରିବା ଲାଗି ପୋଦିନାକୁ ଆପଣ ସାଲାଡ, ସରବତ, ଚା, ଲେମ୍ବୁ ପାଣି, ବା ସାଧାରଣ ପାଣିରେ ମଧ୍ୟ ପୋଦିନା ମିଶାଇ ପାନୀୟ ରୂପେ ଗ୍ରହଣ କରିପାରିବେ ।

Add Zee News as a Preferred Source

୨. ଧନିଆ ପତ୍ର- ପୋଦିନା ପରି ଖରାଦିନେ ଧନିଆ ପତ୍ର ଖାଇବା ମଧ୍ୟ ବହୁତ ଲାଭଦାୟକ । ଖରାଦିନେ ଅନେକ ଏହାର ଚଟଣି ଖାଇବାକୁ ବହୁତ ପସନ୍ଦ କରନ୍ତି । ଧନିଆରେ ଅନେକ ଭିଟାମିନ ଓ ଅନେକ
ମିନେରାଲସ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ୱରେ ଅନେକ ରୋଗ ଏବଂ ସଂକ୍ରମଣ କରିବାର ଗୁଣ ରହିଛି । ଜାବାଣୁ ମାନଙ୍କ ସହିତ ଫାଇଟ କରିବା ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ରହିଥାଏ । ଏହାକୁ ସାଲାଡ ଏବଂ ସମସ୍ତ ରନ୍ଧା ଖାଦ୍ୟରେ ପକାଇ ଖଆଇ ପାରିବେ । ତେଣୁ ଖାଦ୍ୟରେ ବା ପାନୀୟରେ ଆପଣମାନେ ଏହାକୁ ପ୍ରତ୍ୟେକ ଦିନ ସାମିଲ କରିପାରିବେ ।

About the Author