Vastu Tips: ଘରର ଏହି ଦିଗରେ ରଖୁଛନ୍ତି କି ସୁନାଗହଣା, ମା ଲକ୍ଷ୍ମୀଙ୍କ କୋପଦୃଷ୍ଟିରୁ ଜୀବନସାରା ମିଳିବନି ମୁକ୍ତି !
Advertisement
Article Detail0/zeeodisha/odisha1850858

Vastu Tips: ଘରର ଏହି ଦିଗରେ ରଖୁଛନ୍ତି କି ସୁନାଗହଣା, ମା ଲକ୍ଷ୍ମୀଙ୍କ କୋପଦୃଷ୍ଟିରୁ ଜୀବନସାରା ମିଳିବନି ମୁକ୍ତି !

Vastu Tips: ସୁନାଗହଣା ମାତା ଲକ୍ଷ୍ମୀଙ୍କର ଭାରି ପ୍ରିୟ। ସେଥିପାଇଁ ଧନତେରାସରେ ମାତା ଲକ୍ଷ୍ମୀକୁ ସନ୍ତୁଷ୍ଟ କରିବାକୁ ସୁନାଗହଣା ଆଦି କିଣାକିଣି କରିଥାନ୍ତି ସମସ୍ତେ । ହେଲେ ଜାଣନ୍ତି କି ଯେଉଁ ସୁନାଗହଣା ଆପଣ କିଣୁଛନ୍ତି ଏହାକୁ ରଖିବାର ସଠିକ୍ ସ୍ଥାନ କେଉଁଠି। କାରଣ ସୁନାଗହଣା ରଖିବାର ସଠିକ୍ ସ୍ଥାନ ନରହିଲେ ଦାରିଦ୍ର୍ୟତା ମାଡ଼ିଆସେ। 

 

Vastu Tips: ଘରର ଏହି ଦିଗରେ ରଖୁଛନ୍ତି କି ସୁନାଗହଣା, ମା ଲକ୍ଷ୍ମୀଙ୍କ କୋପଦୃଷ୍ଟିରୁ ଜୀବନସାରା ମିଳିବନି ମୁକ୍ତି !

Vastu Tips: ଗହଣା ପିନ୍ଧିବାକୁ କେଉଁ ଗୃହିଣୀ ଓ ମହିଳା ମାନଙ୍କୁ ଅବା ଭଲ ଲାଗେନି । ସୁନା ଗହଣା, ରୂପା, ଚାନ୍ଦି ଆଭୂଷଣରେ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱି-ଗୁଣା କରିଥାଏ। ସୁନାର ଗହଣା ପିନ୍ଧିବା ଦ୍ୱାରା ସୁନ୍ଦରତା ବୃଦ୍ଧି ହୋଇଥାଏ। ତେବେ ସେହି କାରଣରୁ ମହିଳାଙ୍କ ପାଖରେ ଅଳ୍ପ ବହୁତେ ସୁନାଗହଣା ରହିଥାଏ। ଯଦି ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ଘରେ ସୁଖ ସମୃଦ୍ଧି ସଦାସର୍ବଦା ବଜାୟ ରହୁ ତେବେ କିଛିଟା ବାସ୍ତୁ ଟିପ୍ସ ଉପରେ ଧ୍ୟାନ ରଖନ୍ତୁ । 

ତେବେ ଆସନ୍ତୁ ଜାଣିବା ଘରର କେଉଁ କୋଣ ବା କେଉଁ ଦିଗରେ ସୁନା ଗହଣା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବା ସୁଖ ସମୃଦ୍ଧି ସେମିତି ବଜାୟ ରହିବ । 

1- ଘରର ପୂର୍ବ ଦିଗରେ ଘରର ସମ୍ପତ୍ତି ବା ସୁନାଗହଣା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।  ପୂର୍ବ ଦିଗରେ ରଖିବା ଦ୍ୱାରା ସୁନାଗହଣା ଓ ଟଙ୍କାର କେବେ ବି ଅଭାବ ଦେଖା ଦେଇନଥାଏ।

2-ଘରର ଦକ୍ଷିଣ ଦିଗ ଓଜନିଆ କିମ୍ବା ମୂଲ୍ୟବାନ ଜିନିଷ ରଖିବାର ଏକ ଶୁଭ ଦିଗ ବୋଲି କୁହାଯାଏ। ସେଥିପାଇଁ ଦକ୍ଷିଣ ଦିଗ ସୁଖ ସମୃଦ୍ଧି ଓ ସୁନା ଗହଣା ରଖିବାର ଏକ ଭଲ ଦିଗ ବୋଲି କୁହାଯାଏ । 

3-ସେହିପରି ଘରର ଉତ୍ତର ଦିଗରେ ଖୋଲା ଆଲମାରୀ ରଖିବା ଶୁଭ ବୋଲି ଧରାଯାଏ। 

4-ଘରର ସିଢି ଘରେ ତଳେ ଆଲମାରୀ କିମ୍ବା ଗଡ୍ରେଜ ରଖିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ସିଢି ଘର କିମ୍ବା ବାଥରୁମ ସାମ୍ନାରେ ସୁନାଗହଣା ତିଜୋରି ବା ଆଲମାରୀ ରଖିବା ଅଶୁଭ ସଙ୍କେତ ଦେଇଥାଏ। 

5- ଆଲମାରୀକୁ ସଦାସର୍ବଦା ସଫା କରି ରଖିବା ଉଚିତ୍ । ଯେଉଁ ଆଲମାରୀରେ ସୁନାଗହଣା ରହିଥାଏ ସେଥିରେ ଧୂଳି ଜମିବା ବା ଅଳନ୍ଧୂ ଲାଗିବା ଏକ ଖରାପ ସଙ୍କେତ ଦେଇଥାଏ। ତେଣୁ ଚେଷ୍ଟା କରନ୍ତୁ ଏହାକୁ ସଦାସର୍ବଦା ସଫାସୁତୁରା ରଖିବା ପାଇଁ। 

6-ଘରର ଆଲମିରା କିମ୍ବା ଟ୍ରେଜେରୀରେ ବସିଥିବା ମାତା ଲକ୍ଷ୍ମୀଙ୍କ ଏକ ସୁନ୍ଦର ଫଟୋ ଲଗାନ୍ତୁ। ଯେଉଁ ଫଟୋରେ ଦୁଇଟି ହାତୀ ଶୁଣ୍ଢ ଉଠାଇ ସୁନାକଳସ ଅର୍ପଣ କରୁଥିବେ ସେହି ପ୍ରକାରର ଫଟୋ ସୁଖସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ। 

7-ଯେଉଁ ଘରେ ଆଲମୀରା ସହ ସୁନାଗହଣା ଟ୍ରେଜେରୀ ରଖୁଛନ୍ତି ସେହି ଘରର ରଙ୍ଗର ହାଲକା କ୍ରିମ୍ କିମ୍ବା ଧଳା ରଙ୍ଗର ହେବା ଉଚିତ୍ । 
ଏହାଦ୍ୱାରା ଆର୍ଥିକ ସଙ୍କଟ ସର୍ବଦା ଆପଣଙ୍କ ଠାରୁ ଦୂରେଇ ରହିବ। 

8-ଘରର ପଶ୍ଚିମ ଦିଗରେ ଦାମୀ ସୁନାଗହଣା, ଧନ, ସମ୍ପତ୍ତି ଓ ଆଭୂଷଣ ରଖାଯାଏ ତେବେ ପରିବାରର ମୁଖିଆ ବହୁତ କଷ୍ଟରେ ଧନ ରୋଜଗାର କରିପାରନ୍ତି। ସେଥିପାଇଁ ଘରର ପଶ୍ଚିମ ଦିଗରେ ଗହଣା ନ ରଖିବା ହିଁ ଭଲ। 

9-ବାସ୍ତୁ ଅନୁସାରେ ଗହଣା, ଟଙ୍କା ଘରର ଉତ୍ତର ଦିଗରେ ରଖିଲ ଏହା ଧନଧାନ୍ୟରେ ଘରକୁ ପୂର୍ଣ୍ଣ କରି ରଖିଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣେଇବା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)