Venus Retrograde 2023: ଶୁକ୍ରଙ୍କ ଓଲଟା ଚଳନ ଯୋଗୁଁ ଧନଧାନ୍ୟରେ ପୂରି ଉଠିବ ଏହି ରାଶିର ଲୋକଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1862734

Venus Retrograde 2023: ଶୁକ୍ରଙ୍କ ଓଲଟା ଚଳନ ଯୋଗୁଁ ଧନଧାନ୍ୟରେ ପୂରି ଉଠିବ ଏହି ରାଶିର ଲୋକଙ୍କ ଭାଗ୍ୟ

Venus Retrograde 2023:   ଜ୍ୟୋତିଶ ଶାସ୍ତ୍ରରେ ଶୁକ୍ରଙ୍କୁ (venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏ-ହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ।  ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଶୁକ୍ର  (venus) କର୍କଟ ରାଶିରେ ଓଲଟା ଚଳନ କରିଛନ୍ତି। ଶୁକ୍ରଙ୍କ ଏହି ଓଲଟା ଚଳନ ଫଳରେ ୧୨ ଟି ରାଶି ମଧ୍ୟରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

 

ସୌଜନ୍ୟ- ସୋସିଆଲ ମିଡି଼ଆ

Venus Retrograde 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି ।  ଜ୍ୟୋତିଶ ଶାସ୍ତ୍ରରେ ଶୁକ୍ରଙ୍କୁ (venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏ-ହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ। ଅନ୍ୟପକ୍ଷରେ,ଯେତେବେଳେ ଶୁକ୍ର ଗୋଟିଏ ରାଶିରୁ ଅନ୍ୟ ରାଶିଚୁ ଚଳନ କରନ୍ତି (Venus Retrograde 2023) । ସେତେବେଳେ କିଛି ରାଶିଙ୍କୁ (zodiac sign) ଉପରେ ପ୍ରଭାବ ପଡିଥାଏ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଶୁକ୍ର  (venus) କର୍କଟ ରାଶିରେ ଓଲଟା ଚଳନ କରିଛନ୍ତି। ଶୁକ୍ରଙ୍କ ଏହି ଓଲଟା ଚଳନ ଫଳରେ ୧୨ ଟି ରାଶି ମଧ୍ୟରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ଏହି ରାଶିର ବ୍ୟକ୍ତି ହେବେ ମାଲେମାଲ୍ :

କର୍କଟ : ଶୁକ୍ର (venus) କର୍କଟ ରାଶିରେ ଓଲଟା ଚଳନ ଯୋଗଁ ଏହି ରାଶିର ଲୋକେ ଶୁଭଫଳ ପାଇବେ । ବ୍ୟବସାୟରେ ଅଧିକ ଲାଭ ମିଳିବ। କୌଣସି ନୂତନ ଯୋଜନା ଏହି ସମୟରେ ଆରମ୍ଭ କରିପାରିବେ।  ନୂଆ ବ୍ୟବସାୟ ମଧ୍ୟ ଆପଣ ଏହି ସମୟରେ ଆରମ୍ଭ କରିପାରିବେ। ନୂଆ ଡିଲ୍ ମଧ୍ୟ ବ୍ୟବସାୟ ପାଇଁ   ଆରମ୍ଭ କଲେ ଅଧିକ ଲାଭ ପାଇବେ। କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ମଧ୍ୟ ଏହି ସମୟରେ ଶୁଭଫଳ ପାଇବେ । ଦୂରଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ।  ଏବଂ ବୈବାହିତ ଜୀବନ ସୁଖମୟ ହେବ। ଖାସ୍ କରି ଏହି ସମୟରେ ଆପଣଙ୍କୁ କେଉଁ ଆଡୁ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ମଧ୍ୟ ରହିଛି।  ଧାର -କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ପୁରୁଣା ବିନିଯୋଗରୁ ଆପଣଙ୍କୁ ଲାଭ ମିଳିବ।   

ସିଂହ : ଶୁକ୍ର (venus)କର୍କଟ ରାଶିରେ ଓଲଟା ଚଳନ କରିବା ଯୋଗଁ ଏହି ରାଶିର ଲୋକେ ମାଲେମାଲ୍ ହେବେ । ବ୍ୟବସାୟରେ ଅଧିକ ଲାଭ ପାଇବେ ।  ଏହି ସମୟରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ବି ମିଳିବାର ସମ୍ଭାବନା ରହିଛି। ରୋଜଗାର ନେଇ ସମସ୍ତ ବାଟ ଫିଟିପାରେ । ଆୟ ବୃଦ୍ଧି ପାଇବା ସହ ଖର୍ଚ୍ଚ ହ୍ରାସ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଏହି ସମୟରେ ଆପଣ ନୂତନ ଘର ଓ ଗାଡି଼ କିଣିବାର ସମ୍ଭାବନା ମଧ୍ୟ ରହିଛି । ଖାସ୍ କରି ଏହି ସମୟରେ ଆପଣ ଚାକିରି ପାଇଁ ନୂଆ ଅଫର ମଧ୍ୟ ପାଇପାରନ୍ତି। ଦିର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ।  ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ ।

କନ୍ୟା : ଶୁକ୍ରଙ୍କ କୃପାରୁ ଏହି ରାଶିରେ ଲୋକଙ୍କ ଭାଗ୍ୟ ମଧ୍ୟ ଚମକିବ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ । ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )