Advertisement
Article Detail0/zeeodisha/odisha2335241
Zee OdishaOdisha LifeStyle and OthersVenus Transit 2024: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା, ଅବିବାହିତଙ୍କୁ ମିଳିବ ଜୀବନ ସାଥୀ!

Venus Transit 2024: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା, ଅବିବାହିତଙ୍କୁ ମିଳିବ ଜୀବନ ସାଥୀ!

When is Venus Transit September  ଶୁକ୍ର ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଅଛନ୍ତି। କିନ୍ତୁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ତୁଳା ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ତେବେ, ଶୁକ୍ର ନିଜ ମୂଳ ରାଶିକୁ ଚଳନ କରିବା ଦ୍ବାରା ଶୁଭଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ଏହି କାରଣରୁ ୩ ରାଶିରେ ଲୋକ ମାଲେମାଲ୍ ହେବ।  

Venus Transit 2024: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା, ଅବିବାହିତଙ୍କୁ ମିଳିବ ଜୀବନ ସାଥୀ!

When is Venus Transit September 2024: ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଶୁକ୍ର ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଅଛନ୍ତି। କିନ୍ତୁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ତୁଳା ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ତେବେ, ଶୁକ୍ର ନିଜ ମୂଳ ରାଶିକୁ ଚଳନ କରିବା ଦ୍ବାରା ଶୁଭଯୋଗ ବା ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ଏହି କାରଣରୁ ୩ ରାଶିରେ ଲୋକ ମାଲେମାଲ୍ ହେବ।  ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଉଲ୍ଲେଖ ରହିଛି  ଯେ, ଯଦି ଜାତକରେ ବା ରାଶିରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ତାହା ଜୀବନରେ ସୁଖି ସମୃଦ୍ଧି ବୃଦ୍ଧି ପାଇବା ସହ ପ୍ରତ୍ୟକ କ୍ଷେତ୍ରରେ ଆଶାତିତ ସଫଳତା ପାଇଥାଏ।

ALSO READ: Career Horoscope Today: ଆଜି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସାଙ୍ଗକୁ...

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Add Zee News as a Preferred Source

ଧନବାନ୍ ହେବେ ଏହି ସବୁ ରାଶି:

କର୍କଟ: ଧନ-ସୌନ୍ଦର୍ଯ୍ୟର ଗ୍ରହ ଶୁକ୍ର ବର୍ତ୍ତମାନ ଏହି ରାଶିରେ ବିରାଜମାନ ଅଛନ୍ତି । କିନ୍ତୁ ସେପ୍ଟେମ୍ବରରେ ଶୁକ୍ରଙ୍କ ଚଳନ ଏହି ରାଶିକୁ ଲାଭାବନ୍ କରାଇବ। ଏହି ଅବଧି ମଧ୍ୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ପାଇବ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ କୌଣସି ପ୍ରକାର ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବାରେ ସଫଳ ହେବ। 

କୁମ୍ଭ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶିପାଇଁ ବେଶ୍ ଲାଭଦାୟୀ ରହିବ। ଆୟ ଠାରୁ ଖର୍ଚ୍ଚ ଅଧିକ ବୃଦ୍ଧି ପାଇବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କୁ ମନ ପସନ୍ଦର ଜୀବନ ସାଥୀ ମିଳିବାର ସମ୍ଭାବାନ ରହିଛି। ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ସରକାରୀ ଚାକିରି ପାଇଁ ଆଶାୟୀମାନେ ନିଯୁକ୍ତି ଅଫର ପାଇପାରନ୍ତି। ରାଜନୈତିକ କ୍ଷେତ୍ର ସହ ଜଡି଼ତ ଲୋକଙ୍କୁ ଦଳ ପକ୍ଷରୁ ଏକ ଭଲ ପଦବୀ ମିଳିପାରେ। 

ତୁଳା:  ଶୁକ୍ରଙ୍କ ଚଳନ ଏହି ରାଶି ପାଇଁ ସୁବର୍ଣ୍ଣର ଦିନ ଆଣିବ। କାହିଁକିନା ତୁଳାର ପ୍ରଭୁ ହେଉଛନ୍ତି ଶୁକ୍ର। ଏହି ଅବଧି ମଧ୍ୟରେ ଅବିବାହିତଙ୍କ ପାଇଁ ବିବାହ ଯୋଗ ଖୋଲିବ। ଏପରିକି ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଭଲ ପାଉଥିବା ସାଥୀଙ୍କ ସହ ବିବାହ ହୋଇପାରେ । ପୁରୁଣା ବିନିଯୋଗରୁ ଲାଭପାଇବେ। ବ୍ୟାଙ୍କିଙ୍ଗ୍, କର୍ପୋରେଟ୍ ସେକ୍ଟରରେ କାମ କରୁଥିବା ଲୋକେଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବା ସହ ଆକସ୍ମିକ ଧନ ଲାଭର ଯୋଗ ରହିଛି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

About the Author