ଶାକାହାରୀମାନେ କେଉଁ ଖାଦ୍ୟ ଖାଇବା ଉଚିତ୍ ,ଯେଉଁଥିରେ ଶରୀରରେ ଭିଟାମିନ୍ `ଡି`ର ଅଭାବ ରହିବ ନାହିଁ
Advertisement

ଶାକାହାରୀମାନେ କେଉଁ ଖାଦ୍ୟ ଖାଇବା ଉଚିତ୍ ,ଯେଉଁଥିରେ ଶରୀରରେ ଭିଟାମିନ୍ `ଡି`ର ଅଭାବ ରହିବ ନାହିଁ

ଭିଟାମିନ୍ ଡି ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପୁଷ୍ଟିକର ତତ୍ତ୍ବ ଅଟେ । ଆମ ଶରୀରରେ କ୍ୟାଲସିୟମ ଅବଶୋଷଣ ଏବଂ ହାଡକୁ ମଜବୁତ କରିବା ପାଇଁ ଭିଟାମିନ୍ ଡି ଏକ ଜରୁରୀ ଉପାଦାନ । ଏହା ଦାନ୍ତକୁ ମଧ୍ୟ ମଜବୁତ କରିଥାଏ । ସାଧାରଣତଃ ମାଂସାହାରୀ ଖାଦ୍ୟରେ ଅନେକ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ରହିଥାଏ । କିନ୍ତୁ ଶାକାହାରୀ ଲୋକେ କିଛି ଖାଦ୍ୟରେ ଭିଟାମିନ୍ ଡି ପାଇଥାଆନ୍ତି ଯାହା ନିଜ ଶରୀରରେ ଥିବା ଭିଟାମିନ୍ ଡି ଅଭାବକୁ ଦୂର କରିବାରେ ଆଉ ନିଜକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଆପଣ ପ୍ରତିଦିନ ଅଧ ଘଣ୍ଟା ଖରାରେ ବସିବା ଦ୍ବାରା ଆପଣଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ମଧ୍ୟ ରହି ନ ଥାଏ । କାରଣ ଆମ ହାଡକୁ ଶକ୍ତିଶାଳୀ କରିଥାଏ ସୂର୍ଯ୍ୟକିରଣ । ତେବେ ଆସନ୍ତୁ ଜାଣିବା ଶାକାହାରୀର କଣ ଖାଦ୍ୟ ଖାଇଲେ ଆପଣ ନିଜ ଶରୀରର ଭିଟାମିନ ଡି ଅଭାବକୁ ପୂରଣ କରିପାରିବେ । 

 

ଶାକାହାରୀମାନେ କେଉଁ ଖାଦ୍ୟ ଖାଇବା ଉଚିତ୍ ,ଯେଉଁଥିରେ ଶରୀରରେ ଭିଟାମିନ୍ `ଡି`ର ଅଭାବ ରହିବ ନାହିଁ

ଶାକାହାରୀ ଖାଦ୍ୟ କ୍ଷୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ । ଏଥିରେ ପ୍ରୋଟିନ୍ ମିଳିଥାଏ ଏଥିପାଇଁ ଆପଣ ନିଜ ଖାଦ୍ୟରେ କ୍ଷୀରକୁ ଅନ୍ତର୍ଭୁକ୍ତ କରିପାରିବେ । ଦହି କ୍ଷୀରରୁ ପ୍ରସ୍ତୁତ ଦହି , ତେଣୁ  ଗ୍ରୀଷ୍ମ ଋତୁ ପାଇଁ ସର୍ବୋତ୍ତମ ଜିନିଷ ହେଉଛି ଦହି । ଏହାକୁ  ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ଭିତରୁ ଥଣ୍ଡା କରିଥାଏ ଏବଂ ଶରୀରକୁ ହାଇଡ୍ରେଟ୍ ମଧ୍ୟ ରଖିଥାଏ । ଦହି ଦୁଗ୍ଧଜାତ ଦ୍ରବ୍ୟ ଯାହା ଆଲର୍ଜି ହେଉଥିବା ଲୋକଙ୍କ ପାଇଁ ଏକ ଉପଯୁକ୍ତ ପ୍ରୋବାୟୋଟିକ୍ ଭାବରେ କାର୍ଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ କ୍ୟାଲୋରୀ ମିଳିଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ ଭିଟାମିନ୍ ଡି ର ଅଭାବକୁ ଦୂର କରିଥାଏ । 

Mushroom ଛତୁକୁ ଭିଟାମିନ୍ ଡି ର ଏକ ଉତ୍ତମ ଉତ୍ସ କୁହାଯାଏ । ଆପଣ ଏହାକୁ ସୁପ୍ , କିମ୍ବା ସାଲାଡ୍ ଆକାରରେ ଅନ୍ତର୍ଭୁକ୍ତ କରିପାରିବେ । ଏହି କାରଣରୁ ଶରୀରରେ ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ରହି ନ ଥାଏ । ଛତୁ ଖାଇବା ଦ୍ବାରା ଶରୀରରେ ଭିଟାମିନ୍ ଡି ଅଭାବକୁ ଦୂର କରିଥାଏ । 
କମଳା ରସ - ସେହିପରି କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍ ଡି ମିଳିଥାଏ । ଏକ ଗ୍ଲାସ କମଳା ରସ ପିଇବା ଦ୍ବାରା ଆପଣଙ୍କ ଶରୀରରେ ଭିଟାମିନ୍ ଡି ଏବଂ କ୍ୟାଲସିୟମ ଅଭାବ ହୋଇ ନ ଥାଏ ।