ଶରୀରରେ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିବାକୁ ଚାହୁଛନ୍ତି କି? ତେବେ ଖାାଆନ୍ତୁ ଏହି ସବୁ ଖାଦ୍ୟ!
Advertisement

ଶରୀରରେ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିବାକୁ ଚାହୁଛନ୍ତି କି? ତେବେ ଖାାଆନ୍ତୁ ଏହି ସବୁ ଖାଦ୍ୟ!

Health News: କ'ଣ ଆପଣ ନିଜ ଶରୀରରେ ଅଧିକ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିବାକୁ ଚାହୁଛନ୍ତି କି? ତେବେ ଏହି ସବୁ ଖାଦ୍ୟ ଅଧିକ ଖାାଆନ୍ତୁ !

ସାଙ୍କେତିକ ଫଟୋ

Low cholesterol diet: ଖରାପ ଜୀବନଶୈଳୀ ଏବଂ ଓଲଟା ଖାଦ୍ୟ ଖାଇବା କାରଣରୁ ଖରାପ କୋଲେଷ୍ଟ୍ରଲ ଶରୀରରେ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ହୃଦଘାତ ଏବଂ ମଧୁମେହର ମଧ୍ୟ ଭୟ ରହିଥାଏ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ସୁସ୍ଥ ଡାଏଟ ଫଲୋ କରିବା ନିହାତି ଜରୁରୀ । ଆଜି ଆମେ ଆପଣଙ୍କୁ ଏପରି ସବୁଜ ପନିପରିବା ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କେବଳ ଖରାପ କୋଲେଷ୍ଟ୍ରଲରୁ ମୁକ୍ତି ମିଳିବ ତାହା ନୁହେଁ ବରଂ ଶରୀରରେ ରକ୍ତର ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବ ।

୧.ଭେଣ୍ଡି ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ । ଭେଣ୍ଡିରେ ଭିଟାମିନ୍,ମିନେରାଲ୍ସ,ଏବଂ ଫାଇବର ଭରପୁର ଥାଏ ଏହା ବ୍ୟତୀତ ଏଥିରେ ପେକ୍ଟିନ୍ ମଧ୍ୟ ମିଳିଥାଏ ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ କରିବା ଆରମ୍ଭ କରିଥାଏ । ଏହି କାରଣରୁ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।

୨. ଭେଣ୍ଡୀ ମଧୁମେହ ରୋଗ ପାଇଁ ସଞ୍ଜୀବନୀ । ଭେଣ୍ଡୀ ଏକ ସମୃଦ୍ଧ ଉତ୍ସ ଅଟେ ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ଠିକ୍ ରଖେ ଯେଉଁ କାରଣରୁ ଭୋକ ଶୀଘ୍ର ଲାଗେ ନାହିଁ । ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ କାରଣ ଏହି ସବୁଜ ପନିପରିବା ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ।

୩. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଭେଣ୍ତି । କୋରୋନା ଭାଇରସ ପାଣ୍ଡେମିକ୍ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କଥା ଯଦି ଆସେ ତେବେ ଭେଣ୍ତି ହେଉଛି ଆପଣଙ୍କ ପାଇଁ ବହୁ ଉପଯୋଗୀ । ଯଦି ଆପଣ ଏହି ପନିପରିବାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

ଏହା ବି ପଢ଼ନ୍ତୁ: ଚିନ୍ତନ ଶିବିର ମଧ୍ୟରେ କଂଗ୍ରେସକୁ ଝଟକା; ଦଳ ଛାଡିଲେ ଏହି ବଡ଼ ନେତା

ଏହା ବି ପଢ଼ନ୍ତୁ: ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! ଜୁନ୍ ୮ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍, ଦେଖନ୍ତୁ ପୂରା ଲିଷ୍ଟ