Shanidev: ଶନିଙ୍କ ପୂଜାରେ ମହିଳା ମାନେ ଭୁଲରେ କରନ୍ତୁନି ଏପରି ଭୁଲ, ନହେଲେ ହୋଇପାରନ୍ତି କୋପର ଶିକାର, ସଂକଟରେ ବିତିବ ଜୀବନ
Advertisement
Article Detail0/zeeodisha/odisha1364909

Shanidev: ଶନିଙ୍କ ପୂଜାରେ ମହିଳା ମାନେ ଭୁଲରେ କରନ୍ତୁନି ଏପରି ଭୁଲ, ନହେଲେ ହୋଇପାରନ୍ତି କୋପର ଶିକାର, ସଂକଟରେ ବିତିବ ଜୀବନ

ଶନି ଦେବତା ଯାହାଙ୍କ ଉପରେ ଖୁସି ହୋଇଥାନ୍ତି ତାଙ୍କୁ ନ୍ୟାୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଶନିଙ୍କୁ ରାଗୀ ଦେବତା ମଧ୍ୟ କୁହାଯାଇଥାଏ। 

Shanidev: ଶନିଙ୍କ ପୂଜାରେ ମହିଳା ମାନେ ଭୁଲରେ କରନ୍ତୁନି ଏପରି ଭୁଲ, ନହେଲେ ହୋଇପାରନ୍ତି କୋପର ଶିକାର, ସଂକଟରେ ବିତିବ ଜୀବନ

Shanidev: ନୂଆଦିଲ୍ଲୀ: ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ପରିଗଣିତ କରାଯାଇଥାଏ। ଶନିବାର ଦିନ ଦେବତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଶନିବାର ଶନିଦେବଙ୍କ ପୂଜା କରିବା ଦ୍ୱାରା ନିଜ ରାଶିରୁ ମହାଦଶା, ସାଢେ ଶତିରୁ ମୁକ୍ତି ମିଳିଥାଏ। ତେବେ ଶନି ଦେବତା ଯାହାଙ୍କ ଉପରେ ଖୁସି ହୋଇଥାନ୍ତି ତାଙ୍କୁ ନ୍ୟାୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଶନିଙ୍କୁ ରାଗୀ ଦେବତା ମଧ୍ୟ କୁହାଯାଇଥାଏ। ଏଥିପାଇଁ ତାଙ୍କ ପୂଜାର୍ଚ୍ଚନାରେ ସାବଧାନତାର ସହକାରେ ପାଳନ କରାଯାଇଥାଏ। 

ବିଶେଷ କରି ମହିଳାମାନେ ଯେତେବେଳେ ଶନି ଦେବତାଙ୍କ ପୂଜାର୍ଚ୍ଚନା କରିଥାନ୍ତି ତେବେ କିଛି ନିୟମକୁ ମାନିବାକୁ ହୋଇଥାଏ। ପୂଜାବିଧି ସମୟରେ କଡ଼ାକଡ଼ି ଭାବେ ପାଳନ କରିବାକୁ ହୋଇଥାଏ ଏହି ନିୟମକୁ। ତେବେ ଆସନ୍ତୁ ଜାଣିବା କଣ ସବୁ ଏହି ନିୟମ। 

ଶନିଦେବ ଦୃଷ୍ଟି ସବୁବେଳେ ଆମ ଉପରେ ରହିଥାଏ। ଭଲ ଓ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଶନିଦେବଙ୍କ ଦୃଷ୍ଟିରୁ ବର୍ତ୍ତିନଥାନ୍ତି। ତେବେ ମହିଳାମାନେ ଖରାପ ସମୟରୁ ମୁକ୍ତି ପାଇବା ପାଇଁ ଶନିଦେବଙ୍କ ପୂଜାର୍ଚ୍ଚନା କରିଥାନ୍ତି।

ଶନିଦେବଙ୍କ ପୂଜା କରିବା ସମୟରେ ମହିଳାମାନେ କିଛି ନୀତିନିୟମକୁ ମାନିବାକୁ ହୋଇଥାଏ। ତେବେ ବିଶେଷ କରି ପୂଜା ସମୟରେ ଶନିଦେବଙ୍କ ପ୍ରତିମାଙ୍କୁ ମହିଳାମାନେ ଛୁଇଁବାକୁ ବାରଣ କରାଯାଇଛି। ଏଭଳି କରିବା ଦ୍ୱାରା ଆପଣଙ୍କ ପାଇଁ ସମସ୍ୟା ଦ୍ୱିଗୁଣିତ ହୋଇପାରେ। ଶାସ୍ତ୍ର ମୁତାବକ ଶନିଦେବଙ୍କ ପ୍ରତିମାକୁ ଛୁଇଁବା ଦ୍ୱାରା ମହିଳାମାନଙ୍କ ଉପରେ ଶନିଦେବଙ୍କ ନକରାତ୍ମକ ପ୍ରଭାବ ବଢିଥାଏ। 

ଶାସ୍ତ୍ର ଅନୁସାରେ ମହିଳାମାନେ ଶନିଦେବଙ୍କ ମୂର୍ତ୍ତି ଉପରେ ତେଲ ଚଢାଇବା ମଧ୍ୟ ବାରଣ କରାଯାଇଛି। ଶନିଦେବଙ୍କୁ ପ୍ରଶଂସା କରିବା ପାଇଁ ମହିଳାମାନେ ରାଶିତେଲରେ ଦୀପଦାନ କରନ୍ତୁ। ଏହା କରିବା ଦ୍ୱାରା ଶନିଦେବଙ୍କୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଇଥାଏ। 

ସେହିପରି ଶନିଦେବଙ୍କ କୃପା ଲାଭ କରିବା ପାଇଁ ମହିଳାମାନେ ଶନି ମନ୍ଦିରରେ ଶନି ଚାଳିଷା ମଧ୍ୟ ପାଠ କରିପାରିବେ। ମହିଳାମାନଙ୍କ ପାଇଁ ଏହା ସବୁଠାରୁ ସରଳ ଓ ଲାଭଦାୟୀ ପୂଜାବିଧି ଭାବେ ପରିଗଣିତ କରାଯାଇଥାଏ। 

ଶନିବାର ଦିନ ମହିଳାଙ୍କୁ ଶନିଙ୍କ ସମ୍ବନ୍ଧିତ ବସ୍ତୁ ଯେପରିକି ଶୋରିଷ ତେଲ, କଳା ପୋଷାକ, କଳା ଜୋତା, ଲୁହାର ବାସନ, ରାଶିତେଳ ଦାନକରନ୍ତୁ। ଏପରି କରିବା ଦ୍ୱାରା ଶନିଙ୍କ ଆଶିର୍ବାଦ ଲାଭ ହୋଇଥାଏ। ଏହା ସହିତ ଶନିଦେବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି। 

ଅଧିକ ପଢନ୍ତୁ: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଅଧିକ ପଢନ୍ତୁ: Yoga : ସୁସ୍ଥ ରହିବା ପାଇଁ ପ୍ରତିଦିନ କରନ୍ତୁ ଯୋଗ , ଜାଣନ୍ତୁ ଦିନକୁ କେତେ ସମୟ ଯୋଗ କରିବା ଜରୁରୀ ?

ଅଧିକ ପଢନ୍ତୁ: କେଉଁ ପ୍ରଡକ୍ଟ ଉପରେ ପାର୍ବଣ ଋତୁରେ କେତେ ମିଳୁଛି ରିହାତି ଓ କ୍ୟାସବ୍ୟାକ ଜାଣନ୍ତୁ ସମସ୍ତ ବିବରଣୀ

Disclaimer: ଉପରୋକ୍ତ ସମସ୍ତ ତଥ୍ୟ କେବଳ ମାନ୍ୟତା ଓ ଶାସ୍ତ୍ର ଅନୁଯାୟୀ ଏଠାରେ ଉଲ୍ଲେଖ କରାଯାଇଛି। ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ।