Lifestyle: ପ୍ରତିଷ୍ଠିତ କରାଇଥାଏ ମହିଳାଙ୍କ ଏହିସବୁ ଗୁଣ, ଜାଣିରଖନ୍ତୁ ଫାଇଦା
Advertisement
Article Detail0/zeeodisha/odisha1575774

Lifestyle: ପ୍ରତିଷ୍ଠିତ କରାଇଥାଏ ମହିଳାଙ୍କ ଏହିସବୁ ଗୁଣ, ଜାଣିରଖନ୍ତୁ ଫାଇଦା

Lifestyle: ଶାରିରୀକ ସୌନ୍ଦର୍ଯ୍ୟ ମାତ୍ର ଅଳ୍ପ କେଇ ଦିନର ଅତିଥି, ଏହା ସମସ୍ତେ ଜାଣିକି ମଧ୍ୟ ଅଜଣା ପରି ହୋଇଥାଆନ୍ତି। ଆଜି ଆମେ ବ୍ୟକ୍ତିଙ୍କର ପ୍ରକୃତ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କରିବା ଯାହା ଜୀବନ ସାରା ସାଥି ହୋଇରହିଥାଏ। ଆସନ୍ତୁ ଜାଣିବା ଏହିପରି କିଛି ଗୁଣ ବିଷୟରେ।

ସୌ(ସୋସିଆଲ ମିଡିଆ)

Lifestyle: ସମସ୍ତଙ୍କ ନଜରରେ ସୁନ୍ଦରତାର ସଜ୍ଞା ଭିନ୍ନ ଭିନ୍ନ। କିଏ ରୂପ ଓ ବର୍ଣ୍ଣକୁ ନେଇ ସୌନ୍ଦର୍ଯ୍ୟ ନିର୍ଦ୍ଧାରଣ କରିଥାଏ ତ କିଏ ସ୍ୱଚ୍ଛ ମନ କୋମଳ ହୃଦୟ ଓ ଚରିତ୍ରକୁ ନେଇ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଥାଏ। ଯେତେବେଳେ ଜଣେ ମହିଳାଙ୍କ କଥା ଆସେ ସେତେବେଳେ ଲୋକେ ନାନା ପ୍ରକାରର ଉଦାହରଣ ଦେଇ ସୌନ୍ଦର୍ଯ୍ୟ ବଖାଣିଥାଆନ୍ତି। ଲମ୍ବା ବାଳ, ସୁନ୍ଦର ନାକ, ଗୋରା ଦେହ ଆଦି ଦେଖି ପ୍ରାୟ ସମସ୍ତେ ମହିଳାଙ୍କ ସୌନ୍ଦର୍ଯ୍ୟ ମାପିଥାଆନ୍ତି। ତେବେ ଶାରିରୀକ ସୌନ୍ଦର୍ଯ୍ୟ ଯେ ମାତ୍ର ଅଳ୍ପ କେଇ ଦିନର ଅତିଥି, ଏହା ସମସ୍ତେ ଜାଣିକି ମଧ୍ୟ ଅଜଣା ପରି ହୋଇଥାଆନ୍ତି। ଆଜି ଆମେ ବ୍ୟକ୍ତିଙ୍କର ପ୍ରକୃତ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କରିବା ଯାହା ଜୀବନ ସାରା ସାଥି ହୋଇରହିଥାଏ। ଆସନ୍ତୁ ଜାଣିବା ଏହିପରି କିଛି ଗୁଣ ବିଷୟରେ।

ମାନବିକତା- ମଣିଷର ଶରୀର ଦୁନିଆରେ କେଇ ଦିନର ଅତିଥି ମାତ୍ର। ଜଣଙ୍କର ମୃତ୍ୟୁ ପରେ ଲୋକେ ତାହାକୁ ଭୁଲି ଯାଆନ୍ତି କିନ୍ତୁ ସେ କରିଥିବା କାମକୁ ଲୋକେ କେବେ ବି ଭୁଲି ପାରନ୍ତି ନାହିଁ। ଏହା ମଣିଷର ମାନବିକତା ଉପରେ ନିର୍ଭର କରିଥାଏ। ଯଦି ଆପଣ ନିଜ ଅପେକ୍ଷା ଅନ୍ୟ ମାନଙ୍କ ପାଇଁ ଆଗେ ଚିନ୍ତା କରନ୍ତି, ତାହେଲେ ଆପଣଙ୍କ ପରି ବ୍ୟକ୍ତିତ୍ୱ ଏହି ଦୁନିଆରେ ବିରଳ। ଏହିପରି ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ଲେ ମଧ୍ୟ ଏମାନେ କେବେ ବି ଅନ୍ୟର ଅନିଷ୍ଠ କରନ୍ତି ନାହିଁ।

ଆତ୍ମବିଶ୍ୱାସ- ଆତ୍ମବିଶ୍ୱାସ ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଥାଏ। ତେଣୁ ନିଜ ଭିତରେ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ ଓ କିଛି ଏହିପରି କାମ କରୁନ୍ତୁ ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇବାରେ ସାହାଯ୍ୟ କରିବ।

ଇଣ୍ଟେଲିଜେନ୍ସ- ଇଣ୍ଟେଲିଜେଣ୍ଟ ବ୍ୟକ୍ତିଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇଥାଆନ୍ତି। ଯଦି ଆପଣ ଅତି ସହଜରେ ସମସ୍ତ କଥା ବୁଝି ପାରନ୍ତି ଓ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି ତ ସମାଜରେ ଆପଣଙ୍କର ସମ୍ମାନ ବଢିବା ସହ ଆପଣ ଲୋକଙ୍କର ପ୍ରିୟଭାଜନ ହୋଇପାରିବେ ।

ନିଃସ୍ୱାର୍ଥ ଭାବ-ଯଦି ଆପଣ ଅନ୍ୟମାନଙ୍କର ଭଲ ଚିନ୍ତା କରନ୍ତି ଓ କୌଣସି ସ୍ୱାର୍ଥ ନ ରଖି ଅନ୍ୟକୁ ସାହାଯ୍ୟ କରନ୍ତି ତାହେଲେ ଲୋକଙ୍କ ଆଗରେ ଆପଣଙ୍କ ସମ୍ମାନ ବଢିଥାଏ ଓ ଲୋକେ ଆପଣଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି ।

ଧର୍ଯ୍ୟ-ପ୍ରତ୍ୟେକ ଜିନିଷ ଫଳପ୍ରଦ ହେବା ପାଇଁ  ସମୟ ଲାଗିଥାଏ ଓ ସେହି ସମୟକୁ ଧୌର୍ଯ୍ୟର ସହ ଅପେକ୍ଷା କରି କାର୍ଯ୍ୟ କଲେ ନିଶ୍ଚିନ୍ତ ଭାବରେ ସୁଫଳ ମିଳିଥାଏ। ତେବେ ଆଜିର ଦୁନିଆରେ ଧୌର୍ଯ୍ୟବାନ ହେବା ଏକ ବହୁତ ବଡ଼ ଗୁଣ ବୋଲି ମନାଯାଏ ଯାହାକି ଜୀବନକୁ ସହଜ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Also Read-Constipation Remedy: କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

Also Read-Health Alert: ଅଧିକ ମିଠା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ହୃଦରୋଗ