Odisha Daily News Live: ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2322236

Odisha Daily News Live: ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେ

Odisha Daily News Live: ରତ୍ନଭଣ୍ଡାର ପାଇଁ ଗଠନ ହେଲା ୧୬ ଜଣିଆ କମିଟି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

05 July 2024
21:10 PM

President Droupadi Murmu To Visit Odisha: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଜୁଲାଇ ୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ଏହା ପରେ ଜୁଲାଇ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବେ।

17:39 PM

BJP appoints in-charges for various states: ଓଡି଼ଶା ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ବଡ ରାଜ୍ୟ ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପି ନିଜର ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଦଳ ତରଫରୁ ଅପରାଜିତାଙ୍କୁ ମଧ୍ୟ ଏକ ଗୁରୁ ଦାୟିତ୍ୱ ମିଳିଛି। 

 
16:08 PM

FIR against Bobby Das: ପୂର୍ବତନ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାଁରେ ଆଜି ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏତଲା ଦେଇଛନ୍ତି ହାଇକୋର୍ଟ ଆଇନଜୀବୀ ସତ୍ୟଶିବ ସୁନ୍ଦର ମହାନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରଣବ ପ୍ରକାଶ ଦାସ ଅନୁମତି ନନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିଲେ। ସ୍ୱତନ୍ତ୍ର କମିଟି ଗଢ଼ି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗପତ୍ରରେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି ଦର୍ଶାଇଛନ୍ତି।

 

14:26 PM

Odisha Daily News Live:  ଆକ୍ସନ ମୋଡ଼ ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଜଗତସିଂହପୁର ଜିଲ୍ଲା ସଦର ଥାନାରେ ସାଧାରଣ ଲୋକଙ୍କୁ ମିଳୁନି ନ୍ୟାୟ ।ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ବାବୁ କରୁଛନ୍ତି ଦୁଵ୍ୟଵହାର ।ଶୁଣିବାକୁ ମିଳୁଛି ଗାଳି ।ଥାନାକୁ ଅଭିଯୋଗ ପାଇଁ ଗଲେ ବିଭିନ୍ନ ଆଳରେ ଭୟଭୀତ କରୁଛି ପୋଲିସ ।ଏପରିକି ଜଗତସିଂହପୁର ଥାନାରେ ଅଭିଯୋଗକାରୀଙ୍କୁ ଦରଖାସ୍ତ ଦେବା ନିମନ୍ତେ ମିଳୁନି କାଗଜ କଲମ l ସାଧାରଣ ଲୋକଙ୍କୁ ପୋଲିସ ଭୟ ଦେଖାଉ ଥିବାରୁ ଥାନାକୁ ଯିବାକୁ ଲୋକେ ଭୟ କରୁଛନ୍ତି ।ପୋଲିସର ଏଭଳି ଦୁବ୍ୟବହାର ଖବର ପାଇ ୪ ପ୍ୟାକେଟ କାଗଜ ୨୦ ଗୋଟି କଲମ ଧରି ଥାନାରେ ପହଞ୍ଚିଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ।ବିଧାୟକ ଥାନା ବାରଣ୍ଡାରେ ବସି ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ ପୋଲିସ ଉପରେ ବର୍ଷିଥିଲେ ।ଥାନାଅଧିକାରୀଙ୍କୁ ଚେତାବନୀ ମଧ୍ୟ ଦେଲେ ।ସରକାର ପୋଲିସକୁ ଜନତାଙ୍କ ବନ୍ଧୁ ବୋଲି ଅଭିହିତ କରୁଥିବା ବେଳେ ଜଗତସିଂହପୁର ଥାନାରେ ପୋଲିସ ଲୋକଙ୍କୁ ଖରାପ ବ୍ୟବହାର କରୁଛି । ସାଧାରଣ ଲୋକଙ୍କୁ ଫ୍ରେଣ୍ଡଲି ବ୍ୟବହାର କର l ଆଉ ଅଭିଯୋଗକାରୀଙ୍କୁ ବସିବା ପାଇଁ ଟିକେ ଜାଗା ଦେଉନ l ଭଗବାନ ମତେ ସେ କ୍ଷମତା ଦେଇଛନ୍ତି ଜାଗା ଦେଖାଅ ମୁଁ ଘର କରିଦେବି ଥାନାରେ ମୋ ଲୋକ ସେଠାରେ ବସି ତାଙ୍କର ଅଭିଯୋଗ ଲେଖି ଆପଣଙ୍କୁ ଦେବେ ।

13:42 PM

Odisha Daily News Live: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ସ୍ବର୍ଗତ ନାୟକ ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ ସାଧାରଣ ଜୀବନରେ ସ୍ୱଛତା ଓ ସାଧୁତା ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଜଣେ ମନ୍ତ୍ରୀ ଓ ବିଧାୟକଭାବେ ତାଙ୍କର ଉଚ୍ଚ କୋଟୀର ପ୍ରଦର୍ଶନ ପାଇଁ ଓଡିଶା ରାଜନୀତିରେ ସୁରେନ୍ଦ୍ର ବାବୁ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ତାଙ୍କର ପରଲୋକ ରାଜ୍ୟ ପାଇଁ ଓ ବିଜୁ ଜନତା ଦଳ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି। 

13:21 PM

ଓଡିଶାରେ ଓଡିଆରେ ଚାଲିବ ଶାସନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ଏଥିପାଇଁ ସେ ଓଡିଆରେ ନଥିପତ୍ର ମାଗିଛନ୍ତି।ଓଡିଆରେ ସରକାର ଚାଲିବ ବୋଲି ୨୦୧୮ରୁ ଏ ବାବଦରେ ଘୋଷଣା ହୋଇଛି। ତତ୍କାଳୀନ ସରକାର ଏହି ଘୋଷଣା କରିଥିଲେ। କିନ୍ତୁ ଏଯାବତ ଏହା ଲାଗୁ ହୋଇପାରି ନାହିଁ। କଣ ରହିଛି କାରଣ ଏହାକୁ ନେଇ ବଢିଛି ଚର୍ଚ୍ଚା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଲକ୍ଷ୍ଣଣନାଥ, ଚନ୍ଦନେଶ୍ବର। ଏ ହେଉଛି ପଡୋଶୀ ପଶ୍ଚିମବଙ୍ଗର ପଡୋଶୀ ଅଞ୍ଚଳ, ଓଡିଶାର ସୀମାନ୍ତ ଜିଲ୍ଲା ବାଲେଶ୍ୱରର ଶେଷଭାଗ। ଏଠାରେ ବଙ୍ଗଳା ଭାଷାର ବ୍ୟବହାର ମଧ୍ୟ ରହିଛି। 

12:35 PM

High Court Holiday: ଆସନ୍ତା ୭ ତାରିଖ ରଥଯାତ୍ରା ପରଦିନ ବନ୍ଦ ରହିବ ହାଇକୋର୍ଟ ଓ ଏବଂ ଅନ୍ୟ ସମସ୍ତ କୋର୍ଟ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ହାଇକୋର୍ଟ। ରଥଯାତ୍ରା ପରଦିନ ଅର୍ଥାତ୍ ସୋମବାର ଦିନ କୋର୍ଟ ବନ୍ଦ ରହିବ। ଏହା ବଦଳରେ ଜୁଲାଇ ୩୧ ତାରିଖ ତଥା ଶନିବାର ଦିନ କୋର୍ଟ ଖୋଲା ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏଥି ସହିତ ହାଇକୋର୍ଟର କ୍ୟାଲେଣ୍ଡର ମଧ୍ୟ ଏହି ଅନୁଯାୟୀ ପରିବର୍ତ୍ତିତ ହୋଇଛି।

12:35 PM

High Court Holiday: ଆସନ୍ତା ୭ ତାରିଖ ରଥଯାତ୍ରା ପରଦିନ ବନ୍ଦ ରହିବ ହାଇକୋର୍ଟ ଓ ଏବଂ ଅନ୍ୟ ସମସ୍ତ କୋର୍ଟ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ହାଇକୋର୍ଟ। ରଥଯାତ୍ରା ପରଦିନ ଅର୍ଥାତ୍ ସୋମବାର ଦିନ କୋର୍ଟ ବନ୍ଦ ରହିବ। ଏହା ବଦଳରେ ଜୁଲାଇ ୩୧ ତାରିଖ ତଥା ଶନିବାର ଦିନ କୋର୍ଟ ଖୋଲା ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏଥି ସହିତ ହାଇକୋର୍ଟର କ୍ୟାଲେଣ୍ଡର ମଧ୍ୟ ଏହି ଅନୁଯାୟୀ ପରିବର୍ତ୍ତିତ ହୋଇଛି।

11:16 AM

Ayodhya Ram Mandir: ଅଯୋଧ୍ୟାରେ ନିର୍ବାଚନ ଫଳାଫଳ ପରିବର୍ତ୍ତନ ପରେ ଦିଗ ବଦଳିବାରେ ଲାଗିଛି, ଏବେ ଏହି କ୍ରମରେ ଆଉ ଏକ ପରିବର୍ତ୍ତନ ସାମ୍ନାକୁ ଆସିଛି। ପ୍ରକୃତରେ ଯାହା ଘଟିଛି ତାହା ହେଉଛି ଅଯୋଧ୍ୟା ରାମ ମନ୍ଦିରର ପୁରୋହିତମାନେ ସେମାନଙ୍କର ପୋଷାକର ରଙ୍ଗ ବଦଳାଇ ଦେଇଛନ୍ତି ଏବଂ ସେମାନଙ୍କୁ ମନ୍ଦିରରେ ମୋବାଇଲ୍ ଫୋନ୍ ନେବାକୁ ମଧ୍ୟ ବାରଣ କରାଯାଇଛି। ମନ୍ଦିର ଟ୍ରଷ୍ଟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟ ଅଧିକାରୀଙ୍କ ଅନୁଯାୟୀ ରାମ ମନ୍ଦିରର ପୁରୋହିତମାନଙ୍କ ପୋଷାକରେ ପରିବର୍ତ୍ତନ କରାଯାଇଛି।

10:37 AM

Bhole Baba Net Worth: ଉତ୍ତରପ୍ରଦେଶ ହାଥରସ ସତସଙ୍ଗ ଦଳାଚକଟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛନ୍ତି। ଏହି ଅଘଟଣ ଯେଉଁ ବାବାଙ୍କ ସତସଙ୍ଗରେ ଘଟିଥିଲା ସେହି ବାବା ହେଉଛନ୍ତି ନାରାୟଣ ହରି ଓରଫ ଭୋଲେ ବାବା। ତେବେ, ବାବାଙ୍କ ସମ୍ପତ୍ତିକୁ ନେଇ ଏବେ ବଡ଼ ଖୁଲାସା ହୋଇଛି।  ଭୋଲେ ବାବା କେତେ କୋଟିର ମାଲିକ ଅଟନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭୋଲେ ବାବାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୦ କୋଟିରୁ ଉର୍ଧ୍ବ । କେବଳ ପଶ୍ଚିମ ୟୁପିରେ ବାବାଙ୍କର ୨୪ଟି ବିଳାସପୂର୍ଣ୍ଣ ଆଶ୍ରମ ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। କେବଳ ସେତିକି ନୁହେଁ, ଦାମୀ ଗାଡି଼ ଚଢିବାକୁ ପସନ୍ଦ କରନ୍ତି ବାବା ଭୋଲେ। ଯେଉଁ ଗାଡିର ଦାମ୍ ପ୍ରାୟ କୋଟିଏ ରୁ ଅଧିକ।  ଯେତେବେଳେ ବାବା କୌଣସି ସ୍ଥାନକୁ ଯାତ୍ରା କରନ୍ତି । ତାଙ୍କ ସୁରକ୍ଷା ଦାୟିତ୍ବରେ ୮୦ ଜଣ ନିୟୋଜିତ ହୋଇଥାଆନ୍ତି। ଯାହା ସବୁଠୁ ଆଶ୍ଚର୍ଯ୍ୟ ଜନକ କଥା।  

10:11 AM

Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୦୯ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୮୨ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୦୧  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୧୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୮୩ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୭୬୧ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୭୬ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୩୮ ଟଙ୍କା ରହିଛି। 

09:41 AM

ଜଙ୍ଗଲରୁ ମାଓ ବ୍ୟାନର ଓ ବୋମା ଜବତ:
ବିଏସଏଫ୍ ୬୫ ବାଟାଲିୟନ ଦ୍ଵାରା ଅନକାଡେଲି ନିକଟ କଦମଗୁଡ଼ା ଜଙ୍ଗଲରୁ ମାଓବାଦୀ ମାନେ ପୋତିଥିବା ଦୁଇଟି ଶକ୍ତିଶାଳୀ ବୋମା ଓ ମାଓ ବ୍ୟାନର ଜବତ। ବୋମା ନିଷ୍କ୍ରିୟ କରି ଦଳ ବୋମା ଦୁଇଟିକୁ ନିଷ୍କ୍ରିୟ କରିଥିଲେ।

09:35 AM

Weather Report: ମୌସୁମୀ ବର୍ଷା ସାରା ଦେଶରେ ବିପର୍ଯ୍ୟୟ ପାଲଟିଛି। ଯଦିଓ ପ୍ରବଳ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇଛନ୍ତି, ମାତ୍ର ପ୍ରବଳ ବର୍ଷା ହେତୁ ସେମାନେ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ଉତ୍ତର-ପୂର୍ବର ୩ଟି ରାଜ୍ୟ ବନ୍ୟା ପରିସ୍ଥିତିରେ ଅଛନ୍ତି। ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶ, ବିହାର ଏବଂ ଉତ୍ତରପ୍ରଦେଶରେ ନଦୀଗୁଡ଼ିକ ପ୍ରବାହିତ ହେଉଥିବାବେଳେ ପ୍ରବଳ ଜଳ ସହିତ ପର୍ବତରୁ ଆବର୍ଜନା ଏବଂ ପଥର ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବିପଦ ସୃଷ୍ଟି କରୁଛି।

09:04 AM

Odisha News: ଓଡ଼ିଶାରେ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ କେସ୍(CASE) ଇଣ୍ଡିଆ ତାର ସିଏସଆର (କର୍ପୋରେଟ୍ ସାମାଜିକ ଦ୍ଵାୟୀତ୍ଵ) ପଦକ୍ଷେପର ଏକ ଅଂଶ ଭାବରେ ମାର୍ଚ୍ଚ ୨୦୨୩ ରେ ପ୍ରଥମେ ପ୍ରୋଜେକ୍ଟ ଲିଡ୍ (LEAD) ଆରମ୍ଭ କରିଥିଲା, ଯାହା ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରତି ଉତ୍ସାହ କୁ ବଢାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅଟେ | ଏହି ସିଏସଆର ପଦକ୍ଷେପଟି ବ୍ୟାପକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି | ଏହି ପ୍ରକଳ୍ପ ନୟାଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାର ୧୦୪ ରୁ ଅଧିକ ଗ୍ରାମକୁ ପହଞ୍ଚାଇବାର ଲକ୍ଷ ରଖିକି କେସ୍ ଇଣ୍ଡିଆ ।

08:39 AM

ବନକଲାଗି ନିତି:  ଆଜି ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ ତେବେ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଭକ୍ତଙ୍କ ଭିଡ ଆରମ୍ଭ ହୋଇଛି। ତିନିରଥ ପ୍ରସ୍ତୁତ। ତିନିରଥରେ କପଡା ପଡିବା ଆରମ୍ଭ ହୋଇଛି। ଏଥର ୫୩ବର୍ଷ ପରେ ଏକ ବିରଳ ରଥଯାତ୍ରା ପଡିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଘୋଷଯାତ୍ରା। ଏଥିଲାଗି ରଥଯାତ୍ରା ପାଇଁ ଦୁଇଦିନିଆ ବ୍ଯବସ୍ଥା କରାଯାଉଛି। ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବାର କାର୍ଯ୍ଯକ୍ରମ ରହିଛି।

08:21 AM

ରତ୍ନଭଣ୍ଡାର: ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ। ୬ ତାରିଖରେ ଏହି ନୂଆ କମିଟିବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ।