Live Now

Odisha News Live Updates: ଭୂକମ୍ପରେ ଥରିଲା ତାଇୱାନ୍, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଭୂକମ୍ପରେ ଥରିଲା ତାଇୱାନ୍, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
23 April 2024 11:15 PM (IST)

Odisha News Live Updates: ସ୍ୱଦେଶୀ ହାଲୁକା ଓଜନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ (BPJ)କୁ ସଫଳତାର ସହ ବିକଶିତ କରିଛି DMSRDE କାନପୁର । ଏଥିରେ ସର୍ବାଧିକ ବିପଦ ସ୍ତର ୬ରୁ ନିଜକୁ ରକ୍ଷା କରିହେବ । ମୋନୋଲିଥିକ୍ ସିରାମିକ୍ ଏଥିରେ ବ୍ୟବହୃତ ହୋଇଛି ।

23 April 2024 10:20 PM (IST)

ଆଜି ସବୁଠୁ ବେଶି ତାତିଥିଲା ପାରଳାଖେମୁଣ୍ଡି, ନୟାଗଡରେ ୪୨ ଡିଗ୍ରୀ ପାର୍

Weather News: ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଲୋକଙ୍କୁ ନାହିଁ ନଥିବା କଲବଲ କରୁଛି । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଥିବା ଦେଖିବାକୁ ମିଳୁଛି । ଆଜି ମଧ୍ୟ ୧୭ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ ହୋଇଛି । ସବୁଠୁ ଅଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ନୟାଗଡରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

23 April 2024 09:37 PM (IST)

Sikar Accident News: PCR ସହ ଟ୍ରଲର ଧକ୍କା, ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Sikar Accident News: ରାଜସ୍ଥାନର ନିମକାଥାନା ଅଞ୍ଚଳର ପାଟନ ପୋଲିସ ଷ୍ଟେସନ ଅଧୀନରେ ରାମପୁରା ଉପତ୍ୟକାରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଓଭରଲୋଡ୍ ଟ୍ରଲର ସହିତ ପୋଲିସ ଗାଡି ଧକ୍କା ହେବା ଫଳରେ ପୋଲିସ ଗାଡି ଉପରେ ଓଲଟି ପଡିଥିଲା ଟ୍ରଲର । ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...

23 April 2024 09:23 PM (IST)

Odisha News Live Updates: ଆଜି ବିଜେପିରେ ମିଶିଲେ ବିଧାୟିକା
ଗତକାଲି ବିଜେଡି କାଟିଥିଲା ଟିକେଟ। ଆଜି ବିଜେଡିରେ ଯୋଗ ଦେଲେ ବିଧାୟିକା ସୀମାରାଣୀ ନାୟକ। ଲଗାତାର ଦୁଇ ଥର ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ଦଳ। ଏଥିରେ କ୍ଷୁବ୍ଧ ହୋଇ ବିଜେଡି ଛାଡ଼ି ଆଜି ବିଜେପିରେ ମିଶିଛନ୍ତି ବିଧାୟିକା ସୀମାରାଣୀ ନାୟକ। ବିଜେପି ସୀମାରାଣୀଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ବିଜେଡି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ବିଜେପି କରି ନାହିଁ। ତେଣୁ ଦଳ ସୀମାରାଣୀଙ୍କୁ ଟିକେଟ ଦେବାର ଅଧିକ ସମ୍ଭାବନା ଥିବା କୁହାଯାଉଛି। 

23 April 2024 09:20 PM (IST)

Odisha News Live Updates: ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ବିଦେଶୀ ଜାହାଜରେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରାଦୀପ ପୋର୍ଟ SQ ବର୍ଥରେ ଲାଗିଛି ଜାହାଜ। ମୃତକଙ୍କ ନାଁ ହେଉଛି ବିଭୁତି ବାରିକ୍‌। ତାଙ୍କ ଘର ହେଉଛି ବଡ଼ମ୍ବା ଅଞ୍ଚଳରେ। ପାରାଦୀପ ପୋର୍ଟରେ ଏକ ବିଦେଶୀ ଜାହାଜ ଲାଗିଛି। ସେଇ ଜାହାଜରେ ବିଭୁତି ବାରିକ୍‌ କୋକ୍ଲିନ୍‌ ଡ୍ରାଇଭର ଭାବେ କାମକରନ୍ତି। ସୋମବାର (ଗତକାଲି) ରାତିରେ ସେ ହ୍ୟାଚ୍‌ରେ ପଶି କାମ କରୁଥିଲେ। କାମ ସରିବା ପରେ ବିଭୁତି ବାହାରକୁ ବାହାରିବା ପୂର୍ବରୁ କିଏ ଜଣେ ହ୍ୟାଚ୍‌ର କଭର ପକାଇ ଦେଇଥିଲେ। ହ୍ୟାଚ୍‌ ଭିତରେ ଫଶିରହିଥିଲେ ବିଭୁତି। ଦିର୍ଘ ଘଣ୍ଟା ଫଶିରହିବା ପରେ ଅମ୍ଳଜାନ ନପାଇ ତାଙ୍କର ମୃତ୍ୟୁ ହୋଇଥିବା ସାଥି ଶ୍ରମିକ ମାନେ ଅନୁମାନ କରୁଛନ୍ତି।

23 April 2024 09:05 PM (IST)

BJPରେ ମିଶିଲେ ସୀମାରାଣୀ ନାୟକ, BJD ଟିକେଟ ନମିଳିବାରୁ ଛାଡିଥିଲେ ଦଳ

Odisha Politics: ହିନ୍ଦୋଳ ନିର୍ବାଚନ ମଣ୍ଡଳିରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀ ନାୟକ ବିଜୁ ଜନତା ଦଳରୁ ଇସ୍ଥଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ହିନ୍ଦୋଳରୁ ଏଥର ଟିକେଟ୍ ନମିଳିବା ସୀମାଙ୍କ ଦଳ ବଦଳାଇବାର କାରଣ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଟିକେଟ୍ କଟିବା ପରେ ସେ ଖୁବ୍ ଭାଙ୍ଗିପଡିଥିଲେ । ଏନେଇ ଗଣମାଧ୍ୟମ ଆଗରେ ନିଜ ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ । ଦଳ ପାଇଁ ଅନେକ ପରିଶ୍ରମ କରିବା ପରେ ମଧ୍ୟ ଦଳ ପକ୍ଷରୁ ଅଣଦେଖା କରାଯାଇଥିଲା । ଫଳରେ ଦଳ ଛାଡି ଅନ୍ୟ ଦଳରେ ମିଶିବା ନେଇ ସମର୍ଥକଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

23 April 2024 08:45 PM (IST)

ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ପ୍ରଚାର ଆରମ୍ଭ କଲେ ଏହି ପ୍ରାର୍ଥୀ

ବାଣପୁର: ବିଜୁ ଜନତା ଦଳ ଚିଲିକା ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ସାହୁ ତାଙ୍କର ଶହ ଶହ ସମର୍ଥକମାନଙ୍କ ସହିତ ଆଜି ବାଣପୁରଠାରେ ଅଧିଷ୍ଠିତ ମା’ ଭଗବତୀଙ୍କ ପୀଠକୁ ଯାଇ ତାଙ୍କ ଆଶୀର୍ବାଦ ଭିକ୍ଷା କରି ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ନିର୍ବାଚନ ପ୍ରଚୀର ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ସହିତ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ, ରାଜ୍ୟସଭା ସାାଂସଦ ମାନସ ମଙ୍ଗରାଜ, ରାଜ୍ୟସଭା ସାାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର ମାନସିଂହ ପ୍ରମୁଖଙ୍କ ସହିତ ବିଜୁ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀ ନିର୍ବାଚିତ ପ୍ରତିନିଧି ଏବାଂ କମଥକର୍ତ୍ତା ମାନେ ଉପସ୍ଥିତ ଥିଲେ। ପରେ ଆୟୋଜନ କରାଯାଇଥିବା ଏକ ସମ୍ମିଳନୀରର ଉପସ୍ଥିତ ବିଜୁ ଜନତା ଦଳର ସମସ୍ତ ନତୃ ବୃନ୍ଦ ତଥା କର୍ମକର୍ତ୍ତାମାନେ ଆଗାମୀ ନିର୍ବାଚନର ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ ସଂକଳ୍ପ ରନଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିଲେ ।

23 April 2024 08:20 PM (IST)

Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା

Ram Mandir New Update: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ତଥା ଅଯୋଧ୍ୟା ରାମ ମନ୍ଦିରରେ ନୂଆ ପରିବର୍ତ୍ତନ କରାଯାଉଛି । ସୂଚନାନୁସାରେ, ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ସହ ଶବରୀ ଏବଂ ଜଟାୟୁଙ୍କ ପ୍ରତିମା ସ୍ଥାପନା କରାଯିବ। ଏହା ବ୍ୟତୀତ କମ୍ଲେକ୍ସରେ ଆଉ ୬ ଟି ମନ୍ଦିର ନିର୍ମାଣ କରାଯିବ । ଅଧିକ ପଢ଼ନ୍ତୁ

23 April 2024 07:55 PM (IST)

Odisha News Live updates: ଏପ୍ରିଲ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ଆସନ୍ତାକାଲି (ଏପ୍ରିଲ ୨୪) ଦିନିକିଆ ଗସ୍ତରେ ଗଂଜାମ ଯିବେ। ସେଠାରେ ଦୁଇଟି ସଭାକୁ ସମ୍ବୋଧିତ କରିବେ। ହିଞ୍ଜିଳି ଓ ଶେରଗଡ଼ରେ ସେ ପୂର୍ବାହ୍‌ଣରେ ୨ଟି ସଭାକୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏପ୍ରିଲ ୨୪ ତାରିଖ ପୂର୍ବାହ୍‌ଣ ୯ଟା ୩୦ରେ ନବୀନ ନିବାସରୁ ବାହାରିବେ। ୯ଟା ୪୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ସେଠାରୁ ୯ଟା ୪୫ରେ ଅଗଷ୍ଟା ୧୦୯ ଭିଡି ଓଏସ୍‌ଏଚ୍‌ ହେଲିକପ୍ଟର ଯୋଗେ ଗଂଜାମ ଅଭିମୁଖେ ବାହାରିବେ। ସେ ୧୦ଟା ୩୫ରେ ହିଞ୍ଜିଳିସ୍ଥିତ ଶଙ୍କର ଚକ୍ଷୁ ଡାକ୍ତରଖାନା ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତୀର୍ଣ୍ଣ କରିବେ। ସେଠାରୁ ସାଧାରଣ ସଭାକୁ ବାହାରିବେ। ସଭା କାର୍ଯ୍ୟ ପରେ ପୂର୍ବାହ୍ଣ ୧୧ଟା ୧୫ରେ ପୁଣି ଅସ୍ଥାୟୀ ହେଲିପ୍ୟାଡକୁ ଫେରି ଆସିବେ ଓ ଶେରଗଡ଼ ଅଭିମୁଖେ ବାହାରିବେ।

23 April 2024 07:10 PM (IST)

Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ

Rashifal 24 April 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଦିନ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟଫଳ ଭିନ୍ନ ଭିନ୍ନଭାବେ କଟିଥାଏ । ଗ୍ରହ ଚଳନ ପ୍ରଭାବରୁ କାହା ପାଇଁ ଖୁବ ଶୁଭମୟ ହୋଇଥାଏ ତ ପୁଣି କାହା ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ୨୪ ଏପ୍ରିଲ, ବୁଧବାର ଦିନ ଆପଣଙ୍କ ଭାଗ୍ୟଫଳ କିପରି ରହିବ ଏବଂ କଣ ରହିଛି ପ୍ରତିକାର ସେ ବିଷୟରେ ଜାଣନ୍ତୁ । ଅଧିକ ପଢ଼ନ୍ତୁ...

23 April 2024 06:51 PM (IST)

Odisha News Live updates: କାଂକେର ଏନକାଉଣ୍ଟର ଘଟଣା: ୨୯ ମାଓବାଦୀଙ୍କ ଶବ ଚିହ୍ନଟ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି। ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ ବନ୍ଧୁକର ମୂଲ୍ୟ ହେଉଛି ୧ କୋଟି ୮୫ ଲକ୍ଷ ୫୫ ହଜାର ଟଂକା ବୋଲି ପୁଲିସ କହିଛି।

23 April 2024 06:20 PM (IST)

Odisha News Live Updates:ଅଜାଣତରେ ଝିଅ ଉପରେ ଗାଡି ଚଢ଼ାଇଦେଲା ବାପା, ଚାଲିଗଲା ଜୀବନ
ଅଜାଣତରେ ଝିଅ ଉପରେ ଗାଡି ଚଢ଼ାଇଦେଲା ବାପା। ଚିକିତ୍ସା ପାଇଁ ପରିବାର ଡାକ୍ତରଖାନା ନେଇଥିଲେ ବି ଚାଲିଗଲା ଜୀବନ। ସୋମବାର ରାତି ୧୧.୩୦ରେ ଏହି ହୃଦୟ ବିଦାରକ ଘଟଣା ଘଟିଥିବା ଜଣାପଡିଛି। ଏହି ଛାତି ଥରା ଘଟଣାଟି ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ମୃତକଙ୍କ ନାମ ଶାଜିଆ ଜନତ ବୋଲି ଜଣାପଡିଛି।

23 April 2024 05:50 PM (IST)

Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ

Ration Card Apply Online 2024: ଦୀର୍ଘ ବର୍ଷ ହେବ ରାସନ କାର୍ଡ ବ୍ୟବହାର କରୁଛନ୍ତି ଦାରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷ । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ କିପରି ରାସନ କାର୍ଡ ପାଇପାରିବେ ଏବଂ ସରକାର ଦେଉଥିବା ସୁବିଧା ସୁଯୋଗର ଲାଭ ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

23 April 2024 05:48 PM (IST)

Odisha News Live Updates: ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟାଇଥିବା ଆସନରେ ନିର୍ବାଚନକୁ ଅନୁମତି ଦିଆଯିବ ନାହିଁ: କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗରେ ରାମନବମୀ ପାଳନ ସମୟରେ ସାମ୍ପ୍ରଦାୟିକ ହିଂସା ଘଟିଥିବା ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ଅନୁମତି ଦିଆଯିବ ନାହିଁ ବୋଲି କାଲକାଟା ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଗତ ଏପ୍ରିଲ ୧୭ ତାରିଖରେ ମୁର୍ଶିଦାବାଦରେ ରାମନବମୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକାଣ୍ଡର ଶୁଣାଣି କାଳରେ ଅଦାଲତ ଏହି ଚେତାବନୀ ଦେଇଛନ୍ତି। ଯଦି ଲୋକମାନେ ଶାନ୍ତି ଶୃଙ୍ଖଳାରେ ରହିପାରିବେ ନାହିଁ, ତେବେ ଆମେ କହିବୁ ଯେ ନିର୍ବାଚନ କମିଶନ ଏହି ଜିଲ୍ଲାଗୁଡ଼ିକରେ ସଂସଦୀୟ ନିର୍ବାଚନ କରିପାରିବେ ନାହିଁ। ଏହା ହିଁ ଏକମାତ୍ର ଉପାୟ ବୋଲି କାଲକାଟା ହାଇକୋର୍ଟ କହିଛନ୍ତି।

23 April 2024 05:35 PM (IST)

Odisha News Live Updates: ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ
ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ବର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ପୂର୍ବାହ୍‌ଣରେ ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରକିବୁଲ ସେକ୍‌ (୪୩) ଓ ତାଳଚେରର ବିଜୟ ବୀରବର୍ମା (୨୬)। ବେଆଇନ୍‌ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ ଜିଲ୍ଲା ଫରକ୍କା ଅର୍ଜୁନପୁର ଥାନା ଅଧୀନ ଖୋଡ଼ାବାନପୁର ସ୍ବର୍ଗତଃ ମୁନ୍ତାଜା ଅଲିଙ୍କ ପୁଅ ରକିବୁଲ ଓ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଧୀନ ତ୍ରିନାଥ କଲୋନିର ସ୍ବର୍ଗତ ବୁଲୁ ବୀରବ୍ରହ୍ମାଙ୍କ ପୁଅ ବିଜୟଙ୍କ ଠାରୁ ୧୧୨୦ ଗ୍ରାମ୍‌ ବ୍ରାଉନସୁଗାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ପୁଲିସ ବ୍ରାଉନସୁଗାର ଜବତ ସହ ଏକ ମାମଲା ରୁଜୁ ସହ ଘଟଣାର ଅଧିକ ତଦନ୍ତ କରୁଛି।

23 April 2024 05:24 PM (IST)

Odisha News Live Updates: ଦୁଇଟି ଦେଶରେ ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସଲା ବ୍ୟାନ ପରେ ସଜାଗ ହେଲେ ଭାରତ ସରକାର
ହଂକଂ ଓ ସିଙ୍ଗାପୁରରେ ଭାରତୀୟ କମ୍ପାନି ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ସମଲା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତ ସରକାର କୌଣସି ପ୍ରତିବନ୍ଧକ କାହିଁକି ନେଉ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ତେବେ ଦୁଇଟି ଦେଶରେ ଆର୍ଥାତ ହଂକଂ ଓ ସିଙ୍ଗାପୁର ସରକାର ଏମ୍‌ଡିଏଚ୍ ଓ ଏଭେରେଷ୍ଟ ମସାଲକୁ ବ୍ୟାନ କରି ଯଥାଶୀଘ୍ର ଏହାକୁ ବଜାରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଭାରତ ସରକାର ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡର ମମାଲାଗୁଡିକୁ ନେଇ ଫୁଡ୍‌ କମିଶନରଙ୍କୁ ଆଲର୍ଟ କରିବା ସହିତ ଏହାର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛି।।

23 April 2024 04:51 PM (IST)

Odisha News Live Updates: ସଲମାନଙ୍କ ଘର ଉପରକୁ ଗୁଳିକାଣ୍ଡ ମାମଲା: ପିସ୍ତଲ ଓ ଗୁଳି ଜବତ
ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ ଗୁଳିକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ, ମାଗାଜିନ୍‌ ଏବଂ ଗୁଳି ଜବତ କରିଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଚଢ଼ାଉ କାଳରେ ଆଜି କ୍ରାଇମବ୍ରାଞ୍ଚ ୨ଟି ପିସ୍ତଲ, ୩ଟି ମାଗାଜିନ୍‌ ଓ ୧୩ଟି ଗୁଳି ଜବତ କରିଛିଯ। ଘଟଣାସ୍ଥଳରେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ବରିଷ୍ଠ ପୁଲିସ ଇନ୍‌ସପେକ୍ଟର ଦୟା ନାୟକଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୧୨ ଜଣିଆ ଟିମ୍‌ ରହିଛନ୍ତି। ସ୍କୁବା ଡାଇଭରଙ୍କ ସହାୟତାରେ ଖୋଜାଖୋଜି ଜାରି ରହିଛି।

23 April 2024 04:39 PM (IST)

Odisha News Live Updates: ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି: ନରେନ୍ଦ୍ରରୁ ତିନି ଡଙ୍ଗା ଉଠାଇଲେ ଭୋଇ ସେବକଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ମେ’ ୧୦ ତାରିଖରେ ଅକ୍ଷୟ ତୃତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନଠାରୁ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଚନ୍ଦନଯାତ୍ରା ଶେଷପରେ ନରେନ୍ଦ୍ରର ଗଭୀର ଜଳରାଶିରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ବୈଜୟନ୍ତୀଙ୍କୁ ମଙ୍ଗଳବାର ଦିନ ଚୈତ୍ର ପୂର୍ଣ୍ଣିମା ତିଥିରେ ପାଣି ଉପରକୁ ଉଠାଯାଇଛି। ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ଭୋଇ ସେବକମାନେ ପାଣିରେ ବୁଡ଼ି ମୋଟ୍‌ ୫ଟି ଡଙ୍ଗାକୁ ଉପରକୁ ଆଣିଛନ୍ତି।

23 April 2024 04:28 PM (IST)

Odisha News Live Updates: ଓଡ଼ିଆ ଝିଅ ହର୍ଷିତା ପ୍ରିୟଦର୍ଶିନୀଙ୍କ ଆଉ ଏକ କୃତିତ୍ୱ
ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର କୁନି ଗବେଷିକା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ନେଇ ଗତ କିଛି ଦିନ ଧରି ‘ଏଚଡିଏଫସି ଲାଇଫ’ ଓ ‘ରେଡ଼ ଏଫଏମ’ ଦ୍ୱାରା ଚାଲିଥିବା ଆଭାସି ପ୍ରତିଯୋଗିତାର ଚୂଡାନ୍ତ ସାକ୍ଷାତକାରରେ ପାରମ୍ପରିକ ଧାନ ଓ ମାଣ୍ଡିଆକୁ ସଂରକ୍ଷଣ ପ୍ରକ୍ରିୟା ପାଇଁ କୋରାପୁଟ ଜିଲ୍ଲାର ଜୟପୁର ପ୍ରକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଷିତା ପ୍ରଥମ ସ୍ଥାନର ଅଧିକାରୀ ହୋଇଛନ୍ତି। ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

23 April 2024 04:15 PM (IST)

Top 10 News Today: ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

23 April 2024 03:55 PM (IST)

Odisha News Live Updates: ମଇ ମାସରେ ଅଛି କି ଜରୁରୀ କାମ? ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
ଏପ୍ରିଲ୍ ମାସ ପ୍ରାୟ ଶେଷ ହେବାକୁ ଯାଉଛି। ଚଳିତ ମାସ ଆରମ୍ଭରୁ ଆରବିଆଇ ସୂଚନା ଦେଇଛି ଯେ ବ୍ୟାଙ୍କଗୁଡିକ ଏହି ମାସରେ ମୋଟ ୧୪ ଦିନ ବନ୍ଦ ରହିବ। ୨୭ ଏପ୍ରିଲ ଚତୁର୍ଥ ଶନିବାର ଏବଂ ୨୮ ଏପ୍ରିଲ ୨୦୨୪ ରବିବାର ହେତୁ ବ୍ୟାଙ୍କ ଛୁଟି ରହିବ। ଏହା ପରେ ବ୍ୟାଙ୍କଗୁଡିକ ଆସନ୍ତା ମାସରେ ଅର୍ଥାତ୍ ମେ ମାସରେ ବନ୍ଦ ରହିବ। ଆସନ୍ତୁ ଜାଣିବା ମେ ମାସରେ ବ୍ୟାଙ୍କ ଛୁଟି କେବେ ଏବଂ କେଉଁଠାରେ ହେବ? ପଢନ୍ତୁ ପୂରା ରିପୋର୍ଟ...

23 April 2024 03:45 PM (IST)

Airtel Plan: ମାତ୍ର ଏତିକି ଟଙ୍କାରେ ଗୋଟିଏ ବର୍ଷ ଚିନ୍ତାରୁ ମୁକ୍ତି, ମାଗଣା ଡାଟା ସହ OTT ସେବା

Airtel Best Recharge Plan: ଏୟାରଟେଲର ଏପରି ଏକ ପ୍ରିପେଡ୍ ପ୍ଲାନ୍ ରହିଛି ଯାହାକୁ ଥରୁଟିଏ ଆପଣ ଗ୍ରହଣ କଲେ ବର୍ଷେ ପର୍ଯ୍ୟନ୍ତ ଟେନସନରୁ ଆପଣ ମୁକ୍ତି ପାଇବେ । ଏହି ପ୍ଲାନରେ ଆପଣ ପର୍ଯ୍ୟାପ୍ତ ଡାଟା ସହିତ ଅସୀମିତ କଲିଂର ସୁବିଧା ପାଇପାରିବେ । ଅଧିକ ପଢ଼ନ୍ତୁ...

23 April 2024 03:37 PM (IST)

Odisha News Live Updates: ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲା: କୋର୍ଟରେ ହାଜର ହେବେ ପ୍ରଦୀପ
ଟାଟା ମୋଟର୍ସରେ ନିଯୁକ୍ତି ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରହୀଙ୍କୁ ଧକ୍କା ମିଳିଛି। ଏହି ମାମଲାରେ ଥିବା ସ୍ଥଗିତାଦେଶକୁ କୋର୍ଟ ଉଠାଇଦେଇଛନ୍ତି। ଏହାଫଳରେ ଅଦାଲତରେ ଶୁଣାଣି ବେଳେ ଆବଶ୍ୟକ ଅନୁସାରେ ତାଙ୍କୁ ନିୟମିତ ହାଜର ହେବାକୁ ହେବ । ଖାଲି ପ୍ରଦୀପ ନୁହଁନ୍ତି ଏ ମାମଲାରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜଚର ହେବାକୁ ପଡ଼ିବ। 
ପ୍ରଦରପଙ୍କ ବିରୋଧରେ ମିଛ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି । ଟାଟା ମୋଟର୍ସରେ ପାସେଞ୍ଜର ଡିଭିଜନରେ ଚାକିରି ଦେବେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଠକେଇରେ ପ୍ରଦୀପଙ୍କ ସହଯୋଗୀ ଥିଲେ ଭାବୀ ଜ୍ବାଇଁ ଆକାଶ ପାଠକ । ଏହାକୁ ନେଇ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ଅଭିଯୋଗ କରିବା ସହ ଠକେଇର ଶିକାର ଲୋକେ ମଧ୍ଯ ଅଭିଯୋଗ କରିଥିଲେ ।

23 April 2024 02:20 PM (IST)

STF Raid: ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ବଡ଼ ସଫଳତା। ଅନୁଗୁଳ ଜିଲ୍ଲାରେ ଏ ସ୍ୱତନ୍ତ୍ର ଅପରେସନ ଜରିଆରେ ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍। ଅପରେସନ୍ ସମୟରେ ୧.୧ କୋଟିରୁ ଅଧିକ ମୂଲ୍ୟର ହିରୋଇନ୍ ଜବତ କରାଯାଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଉପରେ କାର୍ଯ୍ୟ କରି ସୋମବାର ଦିନ ଅନୁଗୁଳ ଜିଲ୍ଲା ପୋଲିସର ସହାୟତାରେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫଙ୍କ ଏକ ଟିମ୍ ଦ୍ୱାରା ନିଶା କାରବାର ତଥା ନିଶା ନିବାରଣ ବିରୋଧରେ ତାଳଚେରରେ ଏକ ଅପରେସନ କରାଯାଇଥିବା ସୂଚନା ଦେଇଛି ଏସଟିଏଫ୍।

23 April 2024 01:53 PM (IST)

Ratan Tata: ଟାଟା ଗ୍ରୁପ୍‍ର ଚେୟାରମ୍ୟାନ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ରେ ସମ୍ମାନିତ କରାଯାଇଛି।ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ବାସଭବନରେ ରତନ ଟାଟାଙ୍କୁ ସମ୍ମାନିତ କରିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ(Achyuta Samanta)। ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍(Ricky kej) ଉପସ୍ଥିତ ଥିଲେ। 

23 April 2024 01:41 PM (IST)

Aroop Pattnaik: ଅରୂପ ପଟ୍ଟନାୟକ ଅସୁସ୍ଥ, ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ ହୋଇପଡ଼ିଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ।

23 April 2024 01:31 PM (IST)

Mohammed Moquim: ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ (ORHDC) ଦୁର୍ନୀତି ମାମଲାରେ କଟକ ବିଧାୟକ ମହମ୍ମଦ ମୋକିମ୍‍ଙ୍କୁ ସୁପ୍ରିମ୍‍କୋର୍ଟରୁ ଲାଗିଛି ବଡ଼ ଝଟକା। ଆଜି କୋର୍ଟ ମୋକିମ୍‍ଙ୍କ ଦ୍ୱାରା ଆବେଦନ କରାଯାଇଥିବା ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଉପରେ ବିଚାର କରି ହାଇକୋର୍ଟଙ୍କ ରାୟକୁ କାଏମ ରଖାଯାଇଛି। କିନ୍ତୁ କୋର୍ଟ ଶୁଣାଇଥିବା କାରାଦଣ୍ଡା ଆଦେଶ ଉପରେ ସାମୟିକ ସ୍ଥିଗିତାଦେଶ ଜାରି କରିଛନ୍ତି। ବାଚାରାଧୀନ ଥିବା ଏହି ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ ଶୁଣାଣି ଶେଷ ନହେବା ଯାଏଁ ଦଣ୍ଡାଦେଶକୁ ନିଲମ୍ବିତ ରଖିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି ।

23 April 2024 12:37 PM (IST)

Odisha News: ପାରାଦୀପ ବନ୍ଦରରେ ଏକ ଜାହାଜର ହାଚ ଭିତରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ତାଙ୍କ ମୃତ୍ୟୁ ଏବେବି ସନ୍ଦେହ ଘେରରେ ରହିଛି।

23 April 2024 12:28 PM (IST)

Taiwan Earthquake: ଭୂକମ୍ପରେ ଥରିଲା ତାଇୱାନ୍ । ସୋମବାର ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ ବହୁ କୋଠା ଭୁଶୁଡ଼ି ପଡିଥିବା ବେଳେ ମୃତହାତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ ।ଖବର ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍ ରେ ତାଇୱାନରେ ପ୍ରଥମ ଭୂକମ୍ପରେ ଝଟକା ଅନୁଭୂତ ହୋଇଥିଲା । ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା । ସେଥିମଧ୍ଯରୁ କିଛି ହାଲକା ଝଟକା ଥିବା ବେଳେ ଆଉ କେତେକ ଶକ୍ତିଶାଳୀ ଝଟକାର ତ୍ରୀବତା ରିକ୍ଟର ସ୍କେଲରେ ୬.୩ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କି.ମି ଗଭୀରରେ ଥିବା ଜଣାପଡ଼ିଛି।

23 April 2024 12:04 PM (IST)

Navy ​Helicopter Crash: ମଝି ଆକାଶରେ ଭୟଙ୍କର ଦୁର୍ଘଟଣାରେ । ଅକାଳରେ ଚାଲିଗଲା ୧୦ ଜୀବନ । ଏଭଳି ଏକ ଛାତିଥରା ଘଟଣା ଘଟିଛି ମାଲେସିଆ ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ।ସୂଚନାଯୋଗ୍ୟ, ଲୁମୁଟ ନାଭାଲ ବେସ୍ ଅଞ୍ଚଳରେ ନୌସନା ପରେଡ଼ ପାଇଁ ଅଭ୍ୟାସ କରୁଥିଲେ । ଠିକ୍ ଏହି ସମୟରେ ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା ହୋଇଥିଲେ । ଫଳରେ ବିମାନରେ ଥିବା ସମସ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

23 April 2024 11:18 AM (IST)

Odisha Election 2024: ବିଜେଡିର ହାତ ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସମ୍ବଲପୁରରେ ବିଜେଡିକୁ ଲାଗିଛି ବଡ ଝଟକା। ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ପାଖକୁ ରାସେଶ୍ୱରୀ ନିଜର ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

23 April 2024 11:09 AM (IST)

Manoj Bajpayee Birthday: ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ଆଜିକା ଦିନରେ ବି-ଟାଉନରେ ନାଁଟି ବେଶ୍ ପରିଚିତ।  ଜଣେ ପ୍ରସିଦ୍ଧ ଅଭିନେତା ଭାବରେ  ବଲିଉଡରେ ସେ ରାଜ୍ କରୁଛନ୍ତି । କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନ ଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ। ବିହାରର ଏକ ଛୋଟ ଗାଁ ବେଲୱାରେ  ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ଏକ କୃଷକ ପରିବାରରେ ମନୋଜ ବାଜପେୟୀ (Manoj Bajpayee)ଜନ୍ମ ହୋଇଥିଲେ।

 

23 April 2024 10:56 AM (IST)

Arvind Kejriwal: ବାରମ୍ବାର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ଅଭିଯୋଗ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯାଇଛି। ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିବା ଆପ୍ ସୂଚନା ଦେଇଛି।

23 April 2024 10:44 AM (IST)

Odisha News: ଗାଁରେ ପଶିଲେ ହାତୀ ପଲ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତରେ ଥିବା ଚାଷୀପଡ଼ା ଗାଁରେ ୭୦ ଟିକିଆ ହାତୀପଲ ପଶିଥିବା ସୂଚନା ମିଳିଛି। ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚାଷୀପଡାରେ ଓ ଅପରାହ୍ନ ସମୟରେ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା ।

23 April 2024 10:23 AM (IST)

India Weather: ଜୁନ୍ ୧ ତାରିଖରୁ ଦେଶରେ ପ୍ରବେଶ କରିବାକୁ ଯାଉଛି ମୌସୁମୀ, ଏହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀର ପ୍ରଭାବ ଅନୁଭୂତ ହେବା ନେଇ ସୂଚନା ଦେଇଛି ବିଭାଗ। ପ୍ରାୟ ୨୦ ଟି ରାଜ୍ୟରେ ଏଥର ମୌସୁମୀ ଶିଘ୍ର ପଡି଼ବାର ସମ୍ଭାବନା ରହିଛି। ବର୍ଷା କୃଷକମାନଙ୍କ ପାଇଁ ଲାଭଦାୟକ ହେବ, କିନ୍ତୁ ଯଦି ଲଗାତାର ପ୍ରବଳ ବର୍ଷା ହୁଏ, ତେବେ ଏହା ଦ୍ୱାରା କୃଷକମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

23 April 2024 10:16 AM (IST)

Sports News: ଆଜି କଳିଙ୍ଗ ଷ୍ଟାଡିୟମରେ ଓଡି଼ଶା ଏଫସି ଏବଂ ମୋହନ ବାଗାନ୍ ମଧ୍ୟରେ (ଆଇଏସଏଲ) ଇଣ୍ତିଆନ୍ ସୁପର ଲିଗ୍ ର ପ୍ରଥମ ଲେଗ୍ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ।  ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି।  ଚଳିତ ସିଜିନ୍ ରେ ଓଡି଼ଶା ଏଫସି କଳିଙ୍ଗ ଷ୍ଟାଡିୟମରେ ୧୨ଟି ମ୍ୟାଚ୍ ଖେଳିଥିବା ବେଳେ ସବୁଥିରେ ବିଜୟ ହୋଇ ଅପରାଜେୟ ରହିଛି। ​

23 April 2024 10:00 AM (IST)

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭,୫୪୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୩,୬୮୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୭,୫୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୩,୬୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୫,୨୬୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୭,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୩,୬୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି  ୫୫,୨୬୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

23 April 2024 09:35 AM (IST)

 Odisha News: କମିଶନରେଟ ପୋଲିସ ପକ୍ଷରୁ ସତ୍ୟନଗର ଓ ନାଲକୋ ଛକରେ କଳାକାଚ ଲାଗିଥିବା କାର ଉପରେ ଯାଞ୍ଚ, ୪୬ଟି ଗାଡିରୁ ଦୁଇ ଲକ୍ଷ ୫୧ହଜାର ଜରିମାନା ଆଦାୟ।

23 April 2024 09:10 AM (IST)

Bengal School Jobs Scam: ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୪,୦୦୦ ଚାକିରି ଅବ‌ୈଧ ହୋଇଛି। ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ।

23 April 2024 08:58 AM (IST)

Actor Death: ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ଲୋକପ୍ରିୟ ହଲିଉଡ ଅଭିନେତା ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଜଣାଶୁଣା ଅଭିନେତା ଜର୍ଜ ଗିଲବେ ଆଉ ଆମ ସହିତ ନାହାଁନ୍ତି। ଆପଣ ନିଶ୍ଚିତ ଭାବରେ ତାଙ୍କୁ ବିଗ୍ ବ୍ରଦର ‘ସେଲିବ୍ରିଟି ବିଗ୍ ବ୍ରଦର ’ରେ ଦେଖିଥିବେ। ଏହା ବ୍ୟତୀତ ସେ ଲୋକପ୍ରିୟ ସୋ 'ଗଗଲବକ୍ସ' ପାଇଁ ମଧ୍ୟ ସେ ଖୁବ୍ ଲୋକପ୍ରିୟତା ଭାଜନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଆଉ ଆମ ମଧ୍ୟରେ ନାହାଁନ୍ତି। ମାର୍ଚ୍ଚ ୨୭ ରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ଏହି ଖବର ସାମ୍ନାକୁ ଆସିଛି।

23 April 2024 08:49 AM (IST)

Odisha Election 2024: ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ସେଥିରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କ ଟିକେଟ କଟିଛି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ତାଙ୍କ ବଦଳରେ ବିଜେଡି ଏଥର ଏହି ଆସନରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ସୁନନ୍ଦାଙ୍କ ବିପକ୍ଷରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ। ସୁନନ୍ଦାଙ୍କଠାରୁ ସେ ୪ ହଜାରରୁ ଅଧିକ ଭୋଟରେ ହାରିଥିଲେ। ଦଳ ତାଙ୍କ ଟିକେଟ କାଟି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦେବା ପରେ କ୍ଷୁବ୍ଧ ହୋଇଛନ୍ତି ସୁନନ୍ଦା। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇ ଜଣେ ଗୁଣ୍ଡା ଓ ବଦ୍‌ମାସଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ସେ କହିଛନ୍ତି।

23 April 2024 08:20 AM (IST)

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଲିଟର ପିଛା ୩୫ ପଇସା ଖସିଥିବା ବେଳେ ଡିଜେଲ୍ ଲିଟର ପିଛା ୩୪ ପଇସା କମିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

23 April 2024 08:11 AM (IST)

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଲଗାତର ୮ ଦିନ ହେଲାଣୀ ତାତିରେ ଜଳୁଛି ଓଡି଼ଶା ।  ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଗକୁ ଆହୁରି ଭୟାନକ ହେବ ସ୍ଥିତି । ଦୁଇ ଦିନ ପରେ ତାତି ଆହୁରି ବଢିବ। ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ। ଏଥର ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୦ ଦିନକୁ ଲମ୍ବିଲାଣୀ।  ଆସନ୍ତା ୨୫ ଓ ୧୬ ତାରିଖରେ ରାଜ୍ୟରେ ଭୀଷଣ ତତଲା ହାଓ୍ବା ବହିବ। ୫ ରୁ ୬ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

23 April 2024 07:59 AM (IST)

Mohammed Moquim: ପୁଣି ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ଓଡି଼ଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ  ଦୁର୍ନୀତି ମାମଲାରେ  ଜେଲ ଦଣ୍ତ ପାଇଥିବା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ୍ ଉପରେ  ସୁପ୍ରିମକୋର୍ଟ ଆଜି ଶୁଣାଣୀ କରିବେ।  ଆଜି ମାମଲାର ଶୁଣାଣୀ ହେବାକୁ ଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି  ସୂର୍ଯ୍ୟକାନ୍ତ ଏବଂ ବିଚାରପତି କେଭି ବିଶ୍ବନାଥଙ୍କୁ  ନେଇ ଗଠିତ ଖଣ୍ତପୀଠ ଏହାକୁ ମଙ୍ଗଳବାର ଘୁଚଂଇ ଦେଇଛନ୍ତି। ସେହି ଦିନ ମାମଲାର ବିସ୍ତୁତ ଶୁଣାଣୀ ହେବେ। ଅପରପକ୍ଷେ ନିମ୍ନ ଅଦାଲତରେ  ହାଜର ହେବା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ଯେଉଁ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତାହା ବଳବତ୍ତର ରହିଛି।

23 April 2024 07:37 AM (IST)

Odisha Election 2024: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି ଯେଉଁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ଓ ଯେଉଁ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସେଠାରୁ ତ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଦୀର୍ଘ ୨୪ ବର୍ଷ ଶାସନରେ କଣ ଉପଲବ୍ଧି ଓ ଉନ୍ନତି ହୋଇଛି ଓଡିଶାରେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। 

23 April 2024 07:29 AM (IST)

Srimadir: ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସକାଳ ୫ଟା ୨୧ରେ  ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳାଳତୀ ପୂର୍ବରୁ ନିତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହେବା ପରେ ନିତି ଆଗକୁ ବଢିବ ବୋଲି ଜଣାପଡିଛି।

23 April 2024 07:12 AM (IST)

Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ। ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି। ବରପାଲି ଓ ବିଜେପୁର ବ୍ଳକର ଶତାଧିକ କର୍ମକର୍ତ୍ତାମାନେ ବରଗଡ଼ ବିଜେପି ଅଫିସକୁ ଆସି ବିରୋଧ କରିଛନ୍ତି। ସେମାନେ ସନତ ଗଡତିୟାଙ୍କୁ ଖୋଲାଖୋଲି ବିରୋଧ କରୁଥିବା ବେଳେ ତାଙ୍କ ବଦଳରେ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି ।ଅଧିକ ପଢ଼ନ୍ତୁ..

Add Zee News as a Preferred Source

About the Author