Advertisement
Article Detail0/zeeodisha/odisha2312007
Zee OdishaZee Odishaନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ରାହୁଲ କହିଲେ ମିଳିତ ବାର୍ତ୍ତା ଦେବାକୁ ଆଲୋଚନା ଆବଶ୍ୟକ

ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ରାହୁଲ କହିଲେ ମିଳିତ ବାର୍ତ୍ତା ଦେବାକୁ ଆଲୋଚନା ଆବଶ୍ୟକ

ଆଜି ବାଚସ୍ପତିଙ୍କ ଦ୍ବାରା ଗୃହର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଏହି ଅବସରରେ ଗୃହରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପସ୍ଥିତ ସାଂସଦ।

ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା, ରାହୁଲ କହିଲେ ମିଳିତ ବାର୍ତ୍ତା ଦେବାକୁ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନର ୫ମ ଦିନରେ ନିଟ୍ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ବିରୋଧୀଙ୍କ ହୋ ହାଲ୍ଲାରେ ବାଚସ୍ପତି ଗୃହକୁ ମୂଲତବୀ ରଖିଛନ୍ତି। ଯାହାକୁ ନେଇ ଗୃହ ମଧ୍ୟାହ୍ନ ୧୨ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ତେବେ ଆଜି ବାଚସ୍ପତିଙ୍କ ଦ୍ବାରା ଗୃହର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଏହି ଅବସରରେ ଗୃହରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପସ୍ଥିତ ସାଂସଦ। ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ପ୍ରକାର ପତ୍ର ଟେବୁଲ୍ ଉପରେ ରଖିବାକୁ କହିଥିଲେ, କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ଟେବୁଲ ଉପରେ ଛିଡ଼ା ହୋଇ କହିଥିଲେ ଯେ, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଏକ ମିଳିତ ବାର୍ତ୍ତା ଦେବାର ଆବଶ୍ୟକତା ଅନୁଭବ ହେଉଛି। ଉଭୟ ସରକାରୀ ଓ ବିରୋଧୀ ଦଳର ଆଭିମୁଖ୍ୟ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ଏହାର ଆସ୍ଥା ବୃଦ୍ଧି ପାଇଁ ଆବଶ୍ୟକତା ରହିଛି। ଏଣୁ ଏକ ମୁଲତବୀ ପ୍ରସ୍ତାବ ଆଣିବାକୁ ଆମେ ନୋଟିସ୍ ଦେଇଛୁ। 

କିନ୍ତୁ ବାଚସ୍ପତି ଶ୍ରୀ ବିର୍ଲା କହିଲେ ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେଉଥିବା ବେଳେ କୌଣସି ଭାବରେ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯିବାର ପରମ୍ପରା ନାହିଁ। ତେଣୁ ଆପଣମାନେ ଯେ କୌଣସି ପ୍ରସଙ୍ଗକୁ ଉଠାଇବାକୁ ଚାହୁଁଛନ୍ତି ଉଠାଇ ପାରିବେ, ଯାହା ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଲୋଚନା ସମୟରେ। ଏପରିକି ଆପଣଙ୍କୁ ଦୁଇ ମିନିଟ୍ ସମୟ ନୁହଁ, ବରଂ ନିଜର ପ୍ରସଙ୍ଗ ରଖିବାକୁ ପୂର୍ଣ୍ଣ ସମୟ ଦିଆଯିବ। ଏହାସହିତ ବାଚସ୍ପତି ଶାସକ ଦଳକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଯାହା ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ ଉତ୍ଥାପନ କରାଯିବ, ତାହାର ଉତ୍ତରକୁ ମଧ୍ୟ ଶାସକ ଦଳ ରଖିବେ। କିନ୍ତୁ ବିରୋଧୀ ଦଳମାନେ ଗୃହରେ ହଟଗୋଳ କରିଥିଲେ। ମୁଲତବୀ ପ୍ରସ୍ତାବ ଆଣିବାକୁ ଚାହିଁଥିଲେ। ତା ପରେ ଗୃହର କାର୍ଯ୍ୟକୁ ମୁଲତବୀ କରାଯାଇଥିଲା।

Add Zee News as a Preferred Source
About the Author