ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ
Advertisement
Article Detail0/zeeodisha/odisha2303245

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ

ସାଂସଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଲୋଚନା ସହ କରିବେ।

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ

ଭୁବନେଶ୍ବର: ନବନିର୍ବାଚିତ ସାଂସଦ ମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ। ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ ସାଂସଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହାରି ମଧ୍ୟରେ ମୟୂରଭଞ୍ଜର ନବ ନିର୍ବାଚିତ ସାଂସଦ ନବଚରଣ ମାଝୀ ଆଜି ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି। 

ଶ୍ରୀ ମାଝି କହିଛନ୍ତି ଯେ, ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଲୋଚନା ସହ କରିବି।ସାନ୍ତାଳୀ ଭାଷା କେବଳ ସ୍ୱୀକୃତି ପାଇଲେ ହେବନି ବରଂ ସବୁ ଅନୁଷ୍ଠାନରେ ଏହି ଭାଷାରେ କିଭଳି ପାଠ ପଢାଯିବ ସେନେଇ ପ୍ରୟାସ କରିବି। ସାନ୍ତାଳୀ ଭାଷାକୁ ବିକଶିତ କରିବାକୁ ସବୁ ପଦକ୍ଷେପ ନେବି ବୋଲି କହିଛନ୍ତି ନବଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାତୃଭାଷା ମଧ୍ୟ ସାନ୍ତାଳୀ ଭାଷା। ତେଣୁ ଏହି ଭାଷାକୁ କିଭଳି ଆଗକୁ ବଢା ଯାଇପାରିବ ସେନେଇ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ନବଚରଣ ମାଝୀ।