ଏମିତି ଜଣେ ମହିଳା ଯାହାଙ୍କ ବାର୍ଷିକ ଆୟ ୩ଶହ କୋଟି କିନ୍ତୁ ୨୪ ବର୍ଷ ହେଲ କିଣି ନାହାନ୍ତି ଶାଢି !
Advertisement

ଏମିତି ଜଣେ ମହିଳା ଯାହାଙ୍କ ବାର୍ଷିକ ଆୟ ୩ଶହ କୋଟି କିନ୍ତୁ ୨୪ ବର୍ଷ ହେଲ କିଣି ନାହାନ୍ତି ଶାଢି !

ଆଜିର ବସ୍ତୁବାଦୀ ଦୁନିଆରେ ସମସ୍ତେ ନିଜ ଧନର ପ୍ରଦର୍ଶନ କରିବାକୁ ଚାହାନ୍ତି । ବାହାଘରଠାରୁ ଜନ୍ମଦିନ ସବୁଥିରେ କିଏ କେତେ ଖର୍ଚ୍ଚ କରିପାରିଲା ସେଥିରୁ ସେମାନଙ୍କ ସାମାଜିକ ପ୍ରତିଷ୍ଠାର ଆକଳନ କରାଯାଏ । ଜୀବନଶୈଳୀରେ ପରିବର୍ତ୍ତନ ସହିତ ଜୀବନ କ୍ରେଡିଟ୍ କାର୍ଡ୍ ଉପରେ ନିର୍ଭରଶୀଳ ହୋଇଯାଇଛି । ଇଏମଆଇରେ ଅନେକ ଛୁଟି କାଟିବାକୁ ଯାଉଛନ୍ତି । ଏମିତିରେ ଯଦି ଆପଣଙ୍କୁ

SOCIAL MEDIA

ଆଜିର ବସ୍ତୁବାଦୀ ଦୁନିଆରେ ସମସ୍ତେ ନିଜ ଧନର ପ୍ରଦର୍ଶନ କରିବାକୁ ଚାହାନ୍ତି । ବାହାଘରଠାରୁ ଜନ୍ମଦିନ ସବୁଥିରେ କିଏ କେତେ ଖର୍ଚ୍ଚ କରିପାରିଲା ସେଥିରୁ ସେମାନଙ୍କ ସାମାଜିକ ପ୍ରତିଷ୍ଠାର ଆକଳନ କରାଯାଏ । ଜୀବନଶୈଳୀରେ ପରିବର୍ତ୍ତନ ସହିତ ଜୀବନ କ୍ରେଡିଟ୍ କାର୍ଡ୍ ଉପରେ ନିର୍ଭରଶୀଳ ହୋଇଯାଇଛି । ଇଏମଆଇରେ ଅନେକ ଛୁଟି କାଟିବାକୁ ଯାଉଛନ୍ତି । ଏମିତିରେ ଯଦି ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ବାବଦରେ କୁହାଯାଏ ଯାହାଙ୍କର ନେଟୱର୍ଥ ବା ମୋଟ ସମ୍ପତ୍ତିର ମୂଲ୍ୟ ୭ଶହ କୋଟି,ବାର୍ଷିକ ଆୟ ୩ଶହ କୋଟି କିନ୍ତୁ ସେ ବିଗତ ୨୪ ବର୍ଷ ହେଲା ଗୋଟିଏ ମଧ୍ଯ ଶାଢୀ କିଣି ନାହାନ୍ତି ତେବେ ଆପଣ ବିଶ୍ୱାସ କରିବେ କି ?

ନିଶ୍ଚୟ ଏହା ଆପଣଙ୍କ ପାଇଁ ଅବିଶ୍ୱସନୀୟ ହେବ । କାରଣ ପ୍ରତି ୬ ମାସରେ ନୂଆ ମୋବାଇଲ ନେବା ଯେତେବେଳେ ଷ୍ଟାଟସ ସିମ୍ବଲ ସେତେବେଳେ  ୭ ଶହ କୋଟିର ମାଲିକାଣୀ ୨୪ ବର୍ଷ ହେଲା ଶାଢି କିଣିନଥିବା ଅବିଶ୍ୱସନୀୟ ଲାଗିବ । ଏବେ ଆପଣ ସେହି ମହିଳାଙ୍କ ନାମ ଜାଣିବାକୁ ଚାହୁଁଥିବେ । ନାମ କହିବା ଆଗରୁ କହି ରଖୁଛୁ ଯେ, ଏହି ମହିଳା ଜଣକ ହେଉଛନ୍ତି ଭାରତର ଜଣେ ବିଶିଷ୍ଟ ଟେକ୍ନୋକ୍ରାଟଙ୍କ ପତ୍ନୀ । ତାଙ୍କ ଜୁଆଇଁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ । ଏବେ ହୁଏତ ଆପଣ ଜାଣି ସାରିବେଣି ସେ କିଏ । ଠିକ୍ ଧରିଛନ୍ତି ସେ ହେଉଛନ୍ତି ସୁଧା ମୁର୍ତ୍ତି । ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ପତ୍ନୀ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଶି ସୁନକଙ୍କ ଶାସୁ ।

ଅଗଷ୍ଟ ୧୯,୧୯୫୦ରେ ଜନ୍ମିଚ ସୁଧା ୨୦୨୩ରେ ପଦ୍ମଭୁଷଣରେ ସମ୍ମାନିତ ହୋଇଥିଲେ । ସୁଧା ମୁର୍ତ୍ତିଙ୍କ ନେଟ୍ ୱର୍ଥ ହେଉଛି ୭ଶହ କୋଟି । ବାର୍ଷିକ ତାଙ୍କ ଆୟ ୩ଶହ କୋଟି । ତେବେ ଗତ ୨୪ ବର୍ଷ ହେଲା ସେ ନୂଆ ଶାଢି କିଣି ନାହାନ୍ତି । ଏହାର କାରଣ ଜାଣିବାକୁ ଆପଣ ନିଶ୍ଚୟ ଉତ୍ସୁକ ଥିବେ । ନୂଆ ଶାଢି ନକିଣିବା କାରଣ ବାବଦରେ ସୁଧା ଗୋଟିଏ ସାକ୍ଷାତକାରରେ ଥରେ କହିଥିଲେ । ତାଙ୍କ ଅନୁସାରେ ୨୪ ବର୍ଷ ତଳେ ସେ କାଶୀ ତିର୍ଥରେ ଯାଇଥିଲେ । ସେଠାରେ ସେ ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ । ଧାର୍ମିକ ବିଶ୍ୱାସ ଅନୁସାରେ ବୁଡ଼ ପକାଇବା ବେଳେ ଆପଣଙ୍କୁ କିଛି ତ୍ୟାଗ କରିବାକୁ ପଡେ । ଯାହା ଆପଣଙ୍କର ସବୁଠାରୁ ଅଧିକ ପସନ୍ଦ । ସୁଧା ବୁଡ଼ ପକାଇବା ବେଳେ ଭବିଷ୍ୟତରେ କୌଣସି ଜିନିଶ ନିଜ ପାଇଁ କିଣିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ । ସେବେଠାରୁ ସେ କେବଳ ଜରୁରୀ ସାମଗ୍ରୀ କିଣନ୍ତି । ନିଜ ପାଇଁ ଗତ ୨୪ ବର୍ଷ ହେଲା ଗୋଟିଏ ବି ଶାଢି କିଣି ନାହାନ୍ତି । ଯଦିଓ ଶାଢି କିଣିବା ଥିଲା ତାଙ୍କର ସୌକ ।

ସୁଧାଙ୍କ ଭଳି ତାଙ୍କ ସ୍ୱାମୀ ନାରାୟଣ ମୁର୍ତ୍ତି ମଧ୍ଯ ସାଧାସିଧା ଜୀବନରେ ବିଶ୍ୱାସ କରନ୍ତି । ସେ ମଧ୍ଯ ନିଜ ପାଇଁ ଦାମି ଜିନିଶ କିଣିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଉଭୟ ପତିପତ୍ନୀ ବହି ପଛରେ ବହୁତ ଖର୍ଚ୍ଚ କରନ୍ତି । ଉଭୟଙ୍କ ଲାଇବ୍ରେରିରେ ୨୦ ହଜାରରୁ ଅଧିକ ବହି ରହିଛି ।