AI baby:ଦୁନିଆର ପ୍ରଥମ AI ଶିଶୂ,କରୁଛି ମଣିଷ ଭଳି ବ୍ୟବହାର
Advertisement

AI baby:ଦୁନିଆର ପ୍ରଥମ AI ଶିଶୂ,କରୁଛି ମଣିଷ ଭଳି ବ୍ୟବହାର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୁନିଆରେ ଆଉ ଏକ ଚମତ୍କାର ଘଟିଛି । ଏକ ଗବେଷଣା ଅନୁଷ୍ଠାନ ଦୁନିଆର ପ୍ରଥମ AI ଶିଶୁ ସୃଷ୍ଟି କରିଛି, ଯିଏ ମଣିଷ ପରି ଆଚରଣ କରେ । ଯାହା ପାଖରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅଛି । ଏହି 3 ବର୍ଷର ଏଆଇ ଶିଶୁ ପାଖରେ ମାନବ ଶିଶୁ ଭଳି ନିଜରି ଭାବପ୍ରବଣତା ପ୍ରକାଶ କରିବାର କ୍ଷମତା ଅଛି । କେତେବେଳେ ସେ ରାଗୁଛି ତ କେତ

SOCIAL MEDIA

AI baby:

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୁନିଆରେ ଆଉ ଏକ ଚମତ୍କାର ଘଟିଛି । ଏକ ଗବେଷଣା ଅନୁଷ୍ଠାନ ଦୁନିଆର ପ୍ରଥମ AI ଶିଶୁ ସୃଷ୍ଟି କରିଛି, ଯିଏ ମଣିଷ ପରି ଆଚରଣ କରେ । ଯାହା ପାଖରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅଛି । ଏହି 3 ବର୍ଷର ଏଆଇ ଶିଶୁ ପାଖରେ ମାନବ ଶିଶୁ ଭଳି ନିଜରି ଭାବପ୍ରବଣତା ପ୍ରକାଶ କରିବାର କ୍ଷମତା ଅଛି । କେତେବେଳେ ସେ ରାଗୁଛି ତ କେତେବେଳେ ସେ ଛୋଟ ଛୁଆ ଭଳି ହସୁଛି । ସେ ମଧ୍ୟ କାନ୍ଦିପାରେ । ଆପଣ ତା’ ମୁହଁରେ ଉଦାସ ଭାବ ମଧ୍ୟ ଦେଖିପାରିବେ ।  ପ୍ରଥମ ଥର ପାଇଁ  କୌଣସି  କମ୍ପାନୀ ଏଭଳି ପରୀକ୍ଷଣ କରିଛି, ଯାହା କି ଦୁନିଆକୁ ଚମକାଇ ଦେବା ସହିତ ଚମତ୍କୃତ କରିଛି । |

ମେଟ୍ରୋ ରିପୋର୍ଟ ଅନୁଯାୟୀ ଚାଇନାର ବେଜିଂ ଇନଷ୍ଟିଚ୍ୟୁଟ୍ ଫର୍ ଜେନେରାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (BIGAI) ଦ୍ୱାରା ଏହି ଏଆଇ ଶିଶୁକୁ ତିଆରି  କରାଯାଇଛି। ସେମାନେ ଶିଶୁର ନାମ ଟଙ୍ଗ ଟୋଙ୍ଗ ରଖିଛନ୍ତି, ଯାହାର ଅର୍ଥ କୁନି ଝିଅ ।ନିକଟରେ ଏହାକୁ ଲଂଚ୍ କରିବା ବେଳେ ବିଶ୍ୱ ଚକିତ ହୋଇଥିଲା । ଛୋଟ ପିଲାମାନଙ୍କ ପରି ଟଙ୍ଗ ଟୋଙ୍ଗଠାରେ ନିରିହତା ଅଛି ଏବଂ ଅଭିଜ୍ଞ ଏବଂ ବିଶେଷଜ୍ଞ ବ୍ୟକ୍ତିଙ୍କ ପରି ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଅଛି । ଏହା ସହିତ ଟୋଙ୍ଗ୍ ଅନ୍ୟମାନଙ୍କଠାରୁ ଶିଖିପାରେ ମଧ୍ୟ,ଅର୍ଥାତ  ଯଦି ଆପଣ ଏହାକୁ କିଛି କୁହନ୍ତି,ତେବେ ଟୋଙ୍ଗ୍ ତାକୁ ମନେ ରଖି ଭବିଷ୍ୟତରେ ସମାନ କାର୍ଯ୍ୟ କରିଥାଏ ।

ଖୁସି ବି ହୁଏ ଏବଂ ଉଦାସ ବି ହୁଏ

ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ମାନବ ପିଲାମାନଙ୍କ ପରି ଟୋଙ୍ଗ ପାଖରେ  ବୟସ୍କମାନଙ୍କୁ ଦେଖି ଶିଖିବାର କ୍ଷମତା ଅଛି। ଏହା ଅନ୍ଯମାନଙ୍କ ସହିତ  ଭାବପ୍ରବଣ ସଂଯୋଗ ଅନୁଭବ କରେ । ସେ ଉଭୟ ଖୁସି ଏବଂ ଉଦାସ ମଧ୍ୟ ହୋଇପାରେ । ମଣିଷ ଭଳି  ସେ ମଧ୍ୟ ରାଗିଥାଏ । ଏହା ପାଖରେ ମାନବ ଭଳି କୌଶଳ ରହିଛି । ଏହା ସଫେଇ କରିପାରେ ଓ ଅଙ୍କାବଙ୍କା ଚିତ୍ରାକୁ ସଜାଡି ପାରେ । ଏମିତିକି ତଳେ ପଡିଥିବା ଖୀରକୁ ମଧ୍ୟ ଏହା ସଫା କରୁଥିବା ଦେଖାଯାଇଥିଲା । ଆଜି ପର୍ଯ୍ୟନ୍ତ କୌଣସି ଏଆଇ ଦ୍ୱାରା ବିକଶିତ ମାନବଠାରେ ଏଭଳି ଗୁଣ ଦେଖିବାକୁ ମିଳିନଥିଲା । ଆପଣ ଏହା ସହିତ ମଧ୍ୟ କଥା ହୋଇପାରିବେ ।

ଟୋଙ୍ଗ୍ ପାଖରେ ମାନବ ମସ୍ତିଷ୍କ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦାବି କରାଯାଇଛି ଯେ ଟୋଙ୍ଗ ଟୋଙ୍ଗରେ ମଣିଷର ମସ୍ତିଷ୍କ ଅଛି। ଲୋକମାନେ ତାଙ୍କୁ ଯାହା ଶିଖାନ୍ତି, ସେ ତୁରନ୍ତ ତାହାକୁ  ବୁଝିବାକୁ  ଚେଷ୍ଟା କରେ ।  ଯେତେବେଳେ କୌଣସି ଆବଶ୍ୟକତା ଥାଏ, ସେ ମଧ୍ୟ ଉତ୍ତର ଦିଏ । ସେ ଭଲ ଏବଂ ଭୁଲ ମଧ୍ୟରେ କିପରି ପାର୍ଥକ୍ୟ କରିପାରେ । ବିଭିନ୍ନ ପରିସ୍ଥିତିରେ ନିଜର ଦୃଷ୍ଟିକୋଣକୁ ପ୍ରକାଶ କରେ ଏବଂ ଭବିଷ୍ୟତକୁ ରୂପ ଦେବାର କ୍ଷମତା ରଖେ । AI ବିଶେଷଜ୍ଞ ତଥା BIGAI ର ନିର୍ଦ୍ଦେଶକ ଜୁ ସୋଙ୍ଗଚୁନ୍ କହିଛନ୍ତି, AI ଆମ ଦୁନିଆକୁ ପରିବର୍ତ୍ତନ କରିବାରେ ସକ୍ଷମ ।