Virtual Assult:ଭର୍ଚୁଆଲରେ ହେଉଛି ଦୁଷ୍କର୍ମ ! VR ହେଡସେଟ୍ ବି ନୁହେଁ ସୁରକ୍ଷିତ
Advertisement
Article Detail0/zeeodisha/odisha2044193

Virtual Assult:ଭର୍ଚୁଆଲରେ ହେଉଛି ଦୁଷ୍କର୍ମ ! VR ହେଡସେଟ୍ ବି ନୁହେଁ ସୁରକ୍ଷିତ

ଦୁନିଆ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ବିଭିନ୍ନ ଦେଶରେ ଦୁଷ୍କର୍ମ ଓ ଅନ୍ୟାନ୍ୟ ନାରୀ ବିରୋଧୀ ହିଂସା ଏହାର ପ୍ରମାଣ । ଏସବୁ ବାସ୍ତବିକ ଦୁନିଆରେ ଘଟୁଛି । ଏବେ ଭର୍ଚୁଆଲ ବା ସାଇବର ଦୁନିଆ ମଧ୍ୟ ଏଥିରେ ସାମିଲ ହେଲାଣି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଭର୍ଚୁଆଲ ଦୁନିଆରେ ମଧ୍ୟ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ସାମ୍ନ

SOCIAL MEDIA

Virtual Assult:

ଦୁନିଆ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ବିଭିନ୍ନ ଦେଶରେ ଦୁଷ୍କର୍ମ ଓ ଅନ୍ୟାନ୍ୟ ନାରୀ ବିରୋଧୀ ହିଂସା ଏହାର ପ୍ରମାଣ । ଏସବୁ ବାସ୍ତବିକ ଦୁନିଆରେ ଘଟୁଛି । ଏବେ ଭର୍ଚୁଆଲ ବା ସାଇବର ଦୁନିଆ ମଧ୍ୟ ଏଥିରେ ସାମିଲ ହେଲାଣି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଭର୍ଚୁଆଲ ଦୁନିଆରେ ମଧ୍ୟ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି କି ପ୍ରକୃତରେ କ’ଣ ଏଭଲି କିଛି ସ୍ଥାନ ଅଛି କି  ଯେଉଁଠାରେ ଗୋଟିଏ ଝିଅ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ?ଭର୍ଚୁଆଲ୍ ଦୁନିଆରେ ଦୁଷ୍କର୍ମ ଏବଂ ସାମୁହିତ ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ଏହି ଭଳି ଏକ ମାମଲା ବ୍ରିଟେନରୁ ଆସିଛି। ବ୍ରିଟେନରେ୧୬ ବର୍ଷର ବାଳିକା ସହିତ ଭର୍ଚୁଆଲ୍ ଦୁଷ୍କର୍ମର ମାମଲା  ସମସ୍ତଙ୍କୁ ଚକିତ କରିଛି।

ପ୍ରଥମେ ଜାଣନ୍ତୁ ମେଟାଭର୍ସ କ’ଣ ?

ଯଦି ମେଟାଭର୍ସକୁ କେବଳ ଦୁଇଟି ଶବ୍ଦରେ ବ୍ୟାଖ୍ୟା କରାଯାଏ, ଏହାର ଅର୍ଥ ହେଉଛି ଭର୍ଚୁଆଲ୍ ଦୁନିଆ । ଏହି ଦୁନିଆରେ ଲୋକ ନୁହଁନ୍ତି ବରଂ ଲୋକମାନଙ୍କର ଅବତାର ରହିଥାଏ । ଜଣେ ଉପଭୋକ୍ତା ମେଟାଭର୍ସକୁ ସାଇନ୍ ଇନ୍ କରିବା ମାତ୍ରେ ସେ ଭର୍ଚୁଆଲ୍ ଦୁନିଆରେ ପହଞ୍ଚନ୍ତି । ସାଇନ୍ ଇନ୍ କରିବା ପରେ ଉପଭୋକ୍ତା ନିଜର ଏକ ଅବତାର ପାଆନ୍ତି ।

ଏହା କହିବା ଭୁଲ୍ ହେବ ନାହିଁ ଯେ ଆମର ବାସ୍ତବ ଦୁନିଆରେ ଯାହା ଘଟୁଛି ତାହା ବର୍ତ୍ତମାନ ଭର୍ଚୁଆଲ୍ ଦୁନିଆରେ ମଧ୍ୟ ଘଟିବା ଆରମ୍ଭ କରିଛି ।  ବ୍ରିଟେନରେ ରହୁଥିବା ଏହି ଝିଅଟି ମେଟାଭର୍ସରେ ଏକ ଭର୍ଚୁଆଲ୍ ରିଅଲିଟି ଗେମ୍ ସମୟରେ ସାମୁହିକ ଦୁଷ୍କର୍ମର ଶିକାର ହୋଇଥିଲା ।  VR ହେଡସେଟ୍ ବ୍ୟବହାର କରି ଲୋକମାନେ ଅନଲାଇନ୍ ଅବତାର ମାଧ୍ୟମରେ ପରସ୍ପର ସହ କଥା ହୁଅନ୍ତି ।

ଖେଳ ସମୟରେ କିଛି ଅଜ୍ଞାତ ବ୍ୟକ୍ତି ଝିଅ ଉପରେ ଆକ୍ରମଣ କରି ସାମୁହିକ ଦୁଷ୍କର୍ମ କରିଥିଲେ ।  ଯାହା  ଝିଅଟିକୁ ମାନସିକ ଆଘାତ ଦେଇଥିଲା ।  ପୋଲିସ କହିଛି ଯେ ଏହି ଘଟଣା ଝିଅଟିକୁ ଅବସାଦ ଭିତରକୁ ପେଲି ଦେଇଥିଲା ।  ଭର୍ଚୁଆଲ୍ ରିୟଲିଟିରେ ଘଟୁଥିବା ଘଟଣାଗୁଡ଼ିକ ମନରେ ଏକ ଗଭୀର ପ୍ରଭାବ ଛାଡିଥାଏ ।

ମେଟାଭର୍ସରେ ନିଜକୁ କିପରି ସୁରକ୍ଷିତ ରଖିବେ |

କେବଳ ଏକ ଭର୍ଚୁଆଲ୍ ରିଅଲିଟି ହେଡସେଟ୍ ପିନ୍ଧିବା ଯଥେଷ୍ଟ ନୁହେଁ, ଭର୍ଚୁଆଲ୍ ଦୁନିଆରେ ବୁଲୁଥିବା ଏଭଳି ଘୃଣ୍ୟ ବ୍ୟକ୍ତିଙ୍କୁ ନିଜଠାରୁ ଦୂରେଇ ରଖିବା ପାଇଁ ବୁଦ୍ଧିବିବେକ ଖଟାଇବାର ଆବଶ୍ୟକତା ମଧ୍ଯ ରହିଛି । ଏପରି ମାମଲା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ବ୍ୟକ୍ତିଗତ ସୀମା ସୁରକ୍ଷା ଫିଚର ଭିଆରରେ ଦିଆଯାଇଥିଲା ।

ଅପରିଚିତ ବ୍ୟକ୍ତିମାନେ ଯେମିତି ଆପଣଙ୍କ ପ୍ରାଇଭେସିକୁ ହନନ ନକରିବେ ସେଥିପାଇଁ ଏହି ଫିଚରକୁ ଅଣାଯାଇଛି । ଏପରି ପରିସ୍ଥିତିରେ ଏହି ଫିଚରକୁ ଅନ୍ ରଖିବା  ବୁଦ୍ଧିମାନର କାମ ।  ଯଦି ଆପଣ ଭର୍ଚୁଆଲ୍ ଗେମ୍ସ କିମ୍ବା କୌଣସି ଭର୍ଚୁଆଲ୍ ଇଭେଣ୍ଟର ଅଂଶ ହେବାକୁ ଯାଉଛନ୍ତି, ତେବେ ଏହିପରି ଖେଳ କିମ୍ବା ଇଭେଣ୍ଟର ଏକ ଅଂଶ ହୁଅନ୍ତୁ ଯେଉଁଥିରେ ଆପଣ ଏପରି ସୁରକ୍ଷା ଫିଚର ପାଇବେ । ଏଭଳି ସୁରକ୍ଷା ଫିଚର ଦେଉନଥିବା ଗେମ୍ ରୁ ଦୁରେଇ ରୁହନ୍ତୁ ।