ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ କେତେ ଆତଙ୍କବାଦୀ ସଫା ହେଲେଣି ?
Advertisement

ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ କେତେ ଆତଙ୍କବାଦୀ ସଫା ହେଲେଣି ?

ଚଳିତବର୍ଷ ବିଭିନ୍ନ ଆତଙ୍କବାଦ ବିରୋଧୀ ଅଭିଯାନରେ ୧୦୮ ଆତଙ୍କବାଦୀ ସଫା ହୋଇଥିବା କହିଛନ୍ତି ଦିଗବାଲ ସିଂହ । ତେବେ ଏହି ସବୁ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ କେତେ ଆତଙ୍କବାଦୀ ସଫା ହେଲେଣି ?

ଶ୍ରୀନଗର: ଚଳିତବର୍ଷ ଆରମ୍ଭରୁ ହିଁ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ବଡ଼ ଅପରେଶନ ଚଳାଇଛନ୍ତି ସୁରକ୍ଷାକର୍ମୀ । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ତେବେ ଆପଣ ଜାଣିଛନ୍ତି, ଏବର୍ଷ କେତେ ଆତଙ୍କବାଦୀ ମଲେଣି ? ବୁଧବାର ଏନେଇ ଜମ୍ମୁ-କାଶ୍ମୀରରେ ପୋଲିସ ମହାନିର୍ଦ୍ଦେଶକ ଦିଗବାଲ ସିଂହ ପ୍ରତିକ୍ରିୟା ରଖିଛନ୍ତି । 

ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି, ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ପ୍ରତ୍ୟେକ ଦିନ ଅତି କମରେ ଏକ ଡର୍ଜନ ଆତଙ୍କବାଦ ବିରୋଧୀ ଅଭିଯାନ କରାଯାଉଛି । ସୂଚନା ମିଳିବା କ୍ଷଣି ସର୍ଚ୍ଚ ଅପରେଶନରେ ଲାଗିପଡ଼ିଥାନ୍ତି ସୁରକ୍ଷାକର୍ମୀ । ତେବେ ସାଧାରଣ ଲୋକଙ୍କ ଜୀବନ ଉପରେ ଯେପରେ ଏହାର କୌଣସି ପ୍ରଭାବ ନପଡ଼ିବ, ସେଉପରେ ମଧ୍ୟ ଗୁରୁତ୍ୱାରୋପ ଦେଇଥାନ୍ତି ସୁରକ୍ଷାକର୍ମୀ । 

ତେବେ ଚଳିତବର୍ଷ ବିଭିନ୍ନ ଆତଙ୍କବାଦ ବିରୋଧୀ ଅଭିଯାନରେ ୧୦୮ ଆତଙ୍କବାଦୀ ସଫା ହୋଇଥିବା କହିଛନ୍ତି ଦିଗବାଲ ସିଂହ । ତେବେ ଏହି ସବୁ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି ।