ନୂଆଦିଲ୍ଲୀ: କୃଷି ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୃଷକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଟ୍ରାକ୍ଟ୍ରର ରାଲିରେ ହିଂସାକାଣ୍ଡ ହେବା କାରଣରୁ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଏହି ରାଲିରେ  ଯୋଗ ଦେଇଥିବା ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ବର୍ତ୍ତି ପାରିନାହିଁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ଦିଲ୍ଲୀ ପୋଲିସ। 


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀର ବିଭିନ୍ନ ସ୍ଥାନରେ ସାମ୍ଭାବ୍ୟ ହିଂସାକାଣ୍ଡ ଘଟିବା ଆଶଙ୍କାରେ ସତର୍କ ହୋଇଉଠିଛି ଗୁଇନ୍ଦା ବିଭାଗ। ଅନ୍ୟପଟେ ଟ୍ରାକ୍ଟର ରାଲି ସରିବା ପରେ ଏବେ ପ୍ରଦର୍ଶନକାରୀ ଦିଲ୍ଲୀ ସୀମାନ୍ତରେ ଥିବା ସେମାନଙ୍କ ଆନ୍ଦୋଳନସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯେଉଁଠାରେ ସେମାନେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ନୂଆ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି।          


ଜାନୁଆରୀ ୨୬ ତାରିଖ ମଙ୍ଗଳବାର ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ଶାନ୍ତିପୂର୍ଣ୍ଣ ହେବା ପରିବର୍ତ୍ତେ ହିଂସାତ୍ମକ ହୋଇଉଠିଛି। ଏପରିକି ଅନେକ ବିଶୃଙ୍ଖଳିତ କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳିଛି। ଏହି ରାଲିରେ ଯୋଗ ଦେଇଥିବା ଜଣେ କୃଷକ ଷ୍ଟଣ୍ଟ ଦେଖାଇବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ପ୍ରାଣ ହରାଇଛନ୍ତି। ମୃତକ କୃଷକଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଉତ୍ତରାଖଣ୍ଡର ନବନୀତ। 


Also Read: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav


ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ହେଲେ ଟ୍ରାକ୍ଟର ଓଲଟି ପଡିବାରୁ ଉତ୍ତରାଖଣ୍ଡର ଏହି କୃଷକଙ୍କ ମୃତ୍ୟୁ ହୋଇଥିବା ନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପ୍ରକୃତ  ସତ୍ୟ ସାମ୍ନାକୁ ଆସିଥିଲା।     


Also Read:  Farmer Protest: ହିଂସାକାଣ୍ଡ ପରେ Delhi-NCR ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ  


ଦିଲ୍ଲୀସ୍ଥିତ ଆଇଟିଓ ଠାରେ ଆନ୍ଦୋଳନକରୀଙ୍କ ସହ ହୋଇଥିବା ସଂଘର୍ଷରେ ୧୦୯ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କୁ ସିଭିଲ ଲାଇନ ହସ୍ପିଟାଲ ଟ୍ରମା ସେଣ୍ଟର ଏବଂ ୧୮ ଜଣଙ୍କୁ ଏଲଏନଜେପି  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ମୁତାବକ  ହିଂସାକାଣ୍ଡ ପୂର୍ବ ଦିଲ୍ଲୀ ଅଞ୍ଚଳରେ ୩୪ ବିଭାଗୀୟ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ଶାହଦରା ଜିଲ୍ଲାରେ ୧୨ ଲୋକ ଆହତ ହୋଇଛନ୍ତି। ଅନେକ ପୋଲିସ ଯବାନଙ୍କ ଅବସ୍ଥା ଗୁରୁତର ରହିଛି। 


Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି


ସରକାରୀ କାମରେ ବ୍ୟାଘାତ ସୃଷ୍ଟି କରିବା, ପୋଲିସ ଉପରେ ଆକ୍ରମଣ କରିବା, ସରକାରୀ କିମ୍ବା ଘରୋଇ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା, କୋରୋନା ଗାଇଡଲାଇନ୍ସକୁ ଉଲଂଘନ କରିବା ଅଭିଯୋଗରେ ହିଂସାକାଣ୍ଡ, ଭିଆଇଥିବା ଉପଦ୍ରବୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ


ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ କହିଛନ୍ତି ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡରେ ଅନେକ ସାର୍ବଜନୀନ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ବିକ୍ଷୋଭକାରୀଙ୍କୁ ସେମାନଙ୍କ ଧାରଣାସ୍ଥଳକୁ ଫେରିଯିବା ଲାଗି କୁହାଯାଇଛି। ବିଭିନ୍ନ କୃଷକ ସଙ୍ଗଠନ ସହ ଅନେକ ଥର ଆଲୋଚନା ପରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ପାଇଁ ରୁଟ ଏବଂ ସମୟ ସ୍ଥିର କରାଯାଇଛି। ହେଲେ ସେମାନେ ଧାର୍ଯ୍ୟ ସମୟ ପୂର୍ବରୁ ଟ୍ରାକ୍ଟର ରାଲି ଆରମ୍ଭ କରି ଅନେକ ସ୍ଥାନରେ ହିଂସାକାଣ୍ଡ ଭିଆଇଥିଲେ। ଯେଉଁଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ।