ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏବେ ଟାର୍ଗେଟକୁ ପରିସରକୁ ଆସିଛନ୍ତି ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ। ଏ ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ଦାବି ଉଠିଛି।
Trending Photos
ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ କରାଯାଇଥିବା ଟ୍ରାକ୍ଟର ରାଲି ସମୟରେ ବ୍ୟାପକ ହିଂସାକାଣ୍ଡ ହେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଏହାକୁ ନଜରରେ ରଖି ନୂଆଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି।
ଟ୍ରାକ୍ଟର ରାଲି ବେଳେ ହଙ୍ଗାମା କରିଥିବା ଉପଦ୍ରବୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ମିଳିଛି। ରାଲି ସମୟରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ପୋଲିସ ଉପରକୁ ଢେଲା ପଥର ମାଡ କରିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ମାହୋଲ ଅରାଜକତା ଆଡକୁ ବ୍ୟାପିଯାଇଛି।
ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏବେ ଟାର୍ଗେଟକୁ ପରିସରକୁ ଆସିଛନ୍ତି ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ। ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଖେଳିଯାଇଛି। ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ତାଙ୍କର ଗିରଫଦାରୀ ପାଇଁ ଦାବି ଉଠିଛି। ଏପରିକି ଟ୍ୱିଟରରେ #ArrestYogendraYadav ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିଛି। କେବଳ ସେ ନୁହେଁ ଅନ୍ୟତମ କୃଷକ ନେତା ରାକେଶ ଟିକେତ ମଧ୍ୟ ଲୋକଙ୍କ ଟାର୍ଗେଟରେ ଅଛନ୍ତି।
सभी साथियों से अपील है कि संयुक्त किसान मोर्चा के द्वारा निर्धारित रूट पर ही परेड करें। उससे अलग होने से आंदोलन को सिर्फ नुकसान ही होगा।
शांति ही किसान आन्दोलन की ताकत है। शांति टूटी तो सिर्फ आंदोलन को नुकसान होगा।
अपील: pic.twitter.com/oh1z1aa6eU— Yogendra Yadav (@_YogendraYadav) January 26, 2021
Where is so called Leader Yogendra yadav who was claiming peaceful tractor rally ? Criminals attacking sitting on Horses and weapons on police , destructions ? Why Delhi police agreed to allow people supported by Pakistan Khalistani
— Alok Mehta (@alokmehtaeditor) January 26, 2021
Amit Shah ji we didn't vote you to please them,
Just tie Yogendra Yadav and finish this #TractorRally
We all want to see this. pic.twitter.com/p8FJfC8Gzb— कटप्पा (@Katappa00) January 26, 2021
Yogendra Yadav's Peaceful Protest & Peaceful Farmers pic.twitter.com/JcxKmX5nJy
— Rosy (@rose_k01) January 26, 2021
ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ଟ୍ରାକ୍ଟର ରାଲି ଉପରେ ମତ ରଖି ଯୋଗେନ୍ଦ୍ର ଯାଦବ କହିଥିଲେ ଜାନୁୟାରୀ ୨୬ ତାରିଖରେ ଆନ୍ଦୋଳନରତ କୃଷକ ସେମାନଙ୍କ ଦାବି ଉପସ୍ଥାପନ କରିବା ଲାଗି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେବେ। ଶାନ୍ତିପୂର୍ଣ୍ଣ ଉପାୟରେ ଏହି ରାଲି ଅନୁଷ୍ଠିତ ହେବ। ହେଲେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି।
ଟ୍ରାକ୍ଟର ରାଲି ପୂର୍ବରୁ ଟ୍ୱିଟ କରି ଯୋଗେନ୍ଦ୍ର ଯାଦବ କହିଥିଲେ, ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଦ୍ୱାରା ଧାର୍ଯ୍ୟ ହୋଇଥିବା ରୁଟରେ ରାଲି କରିବାକୁ ସହକର୍ମୀଙ୍କୁ ନିବେଦନ କରୁଛି। ଏହା ଠାରୁ ଅଲଗା ହେଲେ ଆମ ଆନ୍ଦୋଳନକୁ କ୍ଷତି ପହଞ୍ଚିବ। ଶାନ୍ତି ହେଉଛି କୃଷକ ଆନ୍ଦୋଳନର ଶକ୍ତି। ଯଦି ଶାନ୍ତି ଭଙ୍ଗ ହୁଏ ଆନ୍ଦୋଳନ କ୍ଷତିଗ୍ରସ୍ତ ହେବ।
Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି
ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣା ଉପରେ ପ୍ରତିକ୍ରିୟା ରଖି କୃଷକ ନେତା ରାକେଶ ଟିକେତ କହିଛନ୍ତି ଯେ ଆଜିର ଘଟଣା ପାଇଁ ପୋଲିସ ଦାୟୀ। ଆମେ ଆମର ସମସ୍ତ କୃଷକଙ୍କୁ ଫେରିବାକୁ କହିଛୁ। ସେ ଅଭିଯୋଗ କରିଛନ୍ତି ପୋଲିସ ଏପରି କିଛି କରିବାକୁ ଚାହୁଁଥିଲା ଯାହା ଏବେ ଘଟିସାରିଛି। ବର୍ତ୍ତମାନ ସମସ୍ତ ଚାଷୀ ଫେରି ଯାଉଛନ୍ତି।
Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ
ଅନ୍ୟପକ୍ଷେ ଆନ୍ଦୋଳନକାରୀ କୃଷକଙ୍କ ଆନ୍ଦୋଳନ ସଂଯୁକ୍ତ କିସାନ ମୋର୍ଚ୍ଚା ଏକ ବିବୃତ୍ତି ଜାରି କରି ଆଜି ଘଟିଥିବା ହିଂସାତ୍ମକ ଘଟଣାରୁ ନିଜକୁ ଦୂରେଇ ନେଇଛି। ଏନେଇ ସଙ୍ଗଠନ କହିଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଅସାମାଜିକ ତତ୍ତ୍ୱ ସହ ସଙ୍ଗଠନର କୌଣସି ସମ୍ପର୍କ ନାହିଁ। ଆମେ ଆନ୍ଦୋଳନ ସଂପୂର୍ଣ୍ଣ ଅହିଂସା ଉପାୟରେ କରିଛୁ କିନ୍ତୁ କିଛି ସାମାଜକ ବିରୋଧି ଗୋଷ୍ଠୀ ଆମ ମଧ୍ୟରେ ପ୍ରବେଶ କରିଛନ୍ତି। ଆଜି ଘଟିଥିବା ହିଂସାତ୍ମକ ଘଟଣାକୁ ସଙ୍ଗଠନ ନିନ୍ଦା କରୁଛି।