Terror Attack: ମାଲି ବସରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ ଓ ୫୦ରୁ ଊର୍ଦ୍ଧ୍ୱ ଆହତ
Advertisement
Article Detail0/zeeodisha/odisha1394276

Terror Attack: ମାଲି ବସରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ ଓ ୫୦ରୁ ଊର୍ଦ୍ଧ୍ୱ ଆହତ

Terror Attack: ଗୁରୁବାର ଅପରାହ୍ନରେ ମୋପଟି ଅଞ୍ଚଳରେ ବାଣ୍ଡିଆଗାରା ଏବଂ ଗୁଣ୍ଡାକା ରାସ୍ତାରେ ଏହି ବିସ୍ଫୋରଣ ଘଟିଥିଲା। ଏହା ଏକ ଆତଙ୍କୀ ହମଲା ବୋଲି ସନ୍ଦେହ କରାଯାଉଛି।  ବସରେ ବିସ୍ଫୋରଣ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅଧିକାଂଶ ସୈନିକ ରହିଛନ୍ତି। 

 

Terror Attack: ମାଲି ବସରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ ଓ ୫୦ରୁ ଊର୍ଦ୍ଧ୍ୱ ଆହତ

Terror Attack in Mali, ବୋମାକୋ: ଗୁରୁବାର ପଶ୍ଚିମ ଆଫ୍ରିକାରର ମାଲିରେ ଏକ ବଡଧରଣର ଆତଙ୍କୀ ହମଲା ହୋଇଛି। ଏକ ବସ୍‌ରେ ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସର ସୂଚନାନୁସାରେ, ଗୁରୁବାର ଅପରାହ୍ନରେ ମୋପଟି ଅଞ୍ଚଳରେ ବାଣ୍ଡିଆଗାରା ଏବଂ ଗୁଣ୍ଡାକା ରାସ୍ତାରେ ଏହି ବିସ୍ଫୋରଣ ଘଟିଥିଲା। ଏହା ଏକ ଆତଙ୍କୀ ହମଲା ବୋଲି ସନ୍ଦେହ କରାଯାଉଛି।

ଜିହାଦୀ ହିଂସା ପାଇଁ ମାଲିର ମୋପଟି ଅଞ୍ଚଳ ବଦନାମ। ଗୁରୁବାର ପୁଣିଥରେ ମୋପଟିର ରାସ୍ତା ରକ୍ତ ରଞ୍ଜିତ ହୋଇଛି। ଏକ ବସରେ ବିସ୍ଫୋରଣ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅଧିକାଂଶ ସୈନିକ ରହିଛନ୍ତି। ବିସ୍ଫୋରଣରେ ପ୍ରାୟ ୪ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଅନ୍ୟ ୫୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମୋପଟି ପ୍ରଶାସନ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି।

Also Read: Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର

ସ୍ଥାନୀୟ ବାଣ୍ଡିଆଗାରା ଯୁବ ସଙ୍ଗଠନ କହିଛି "ଆମେ ବର୍ତ୍ତମାନ ନଅଟି ମୃତଦେହକୁ କ୍ଲିନିକକୁ ସ୍ଥାନାନ୍ତର କରିଛୁ। ଏବଂ ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।" ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ କର୍ମଚାରୀ କହିଛନ୍ତି ଯେ, ବସ ବିସ୍ଫୋରଣରେ ଦଶ ଜଣ ମୃତ ହୋଇଛି ଓ ଅନେକ ଗୁରୁତର ଆହତ ହୋଇଛନ୍ତି। ତେବେ କାହାରି ତଥ୍ୟରେ ତାଳମେଳ ରହୁନାହିଁ। ତେବେ ସ୍ଥିତିକୁ ଦେଖି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ମାଲିରେ ଦୀର୍ଘ ଦିନ ହେବ ଜିହାଦୀ ବିଦ୍ରୋହ ଜାରି ରହିଛି। ସଂଘର୍ଷରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଜିହାଦୀ ବିଦ୍ରୋହୀମାନେ ଲୋକଙ୍କୁ ଘରୁ ଉଠାଇ ନେଉଛନ୍ତି। ସେମାନେ ଆକ୍ରମଣ ପାଇଁ IED ବ୍ୟବହାର କରୁଛନ୍ତି। ଜାତିସଂଘ ମିଶନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ୩୧ ଅଗଷ୍ଟ ସୁଦ୍ଧା IED ବିସ୍ଫୋରଣରେ ମାଲିର ୭୨ ଜଣଙ୍କର ମୃତ୍ୟୁ ଘଟିଛି। ଗତ ଜୁଲାଇରେ ମାଲିର ନାଇଜର ସୀମାରେ ଦୁଇଟି ଆତଙ୍କୀ ହମଲା ହୋଇଥିଲା ଯେଉଁଠି ୧୬ ଜଣ ପ୍ରାଣ ହରାଇଥିଲେ।