Advertisement
Article Detail0/zeeodisha/odisha2311707
Zee OdishaOdisha National-InternationalRajya Sabha: ରାଜ୍ୟସଭାରେ ୧୨ ସଦସ୍ୟ ଦୋଷୀ ସାବ୍ୟସ୍ତ, ଗୃହକୁ ଜାଣିଶୁଣି ଅଚଳ ପାଇଁ କରୁଥିଲେ ପ୍ରୟାସ

Rajya Sabha: ରାଜ୍ୟସଭାରେ ୧୨ ସଦସ୍ୟ ଦୋଷୀ ସାବ୍ୟସ୍ତ, ଗୃହକୁ ଜାଣିଶୁଣି ଅଚଳ ପାଇଁ କରୁଥିଲେ ପ୍ରୟାସ

Rajya Sabha: ରାଜ୍ୟସଭାର ସ୍ୱାଧିକାର କମିଟି ୧୨ ଜଣ ସଦସ୍ୟଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛି। ଏହି ସଦସ୍ୟମାନେ ଗତ ଅଗଷ୍ଟ ମାସରେ ଜାଣିଶୁଣି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ସ୍ୱାଧିକାର କମିଟି ଅନୁଭବ କରିଛି। ଗୁରୁବାର ଦିନ କମିଟିର ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। 

Rajya Sabha: ରାଜ୍ୟସଭାରେ ୧୨ ସଦସ୍ୟ ଦୋଷୀ ସାବ୍ୟସ୍ତ, ଗୃହକୁ ଜାଣିଶୁଣି ଅଚଳ ପାଇଁ କରୁଥିଲେ ପ୍ରୟାସ

Rajya Sabha:(ନୂଆଦିଲ୍ଲୀ): ରାଜ୍ୟସଭାର ସ୍ୱାଧିକାର କମିଟି ୧୨ ଜଣ ସଦସ୍ୟଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରିଛି। ଏହି ସଦସ୍ୟମାନେ ଗତ ଅଗଷ୍ଟ ମାସରେ ଜାଣିଶୁଣି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ ବୋଲି ସ୍ୱାଧିକାର କମିଟି ଅନୁଭବ କରିଛି। ଗୁରୁବାର ଦିନ କମିଟିର ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ଯେଉଁଥିରେ ଆପ୍‍ ସଦସ୍ୟ ସଞ୍ଜୟ ସିଂହଙ୍କ ନାଁ ବି ରହିଛି। ସେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ରିପୋର୍ଟରେ ଦର୍ଶାଯାଇଛି। 

ଏହାସହ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରୀ ସିଂହ ନିଜର ଭୁଲ୍‍ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି। ଦୀର୍ଘ ସମୟ ଧରି ଗ୍ୟହରୁ ନିଲମ୍ବିତ ରହି ସେ ଯେଉଁ ଦଣ୍ଡ ଭୋଗିଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ଲାଗି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ରୀ ସିଂହଙ୍କୁ ଜୁଲାଇ ୨୪, ୨୦୨୩ରେ ନିଲମ୍ବନ କରାଯାଇଥିଲା। ଏଥିନେଇ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଯାହାକୁ ଗୃହ ଗ୍ରହଣ କରିଥିଲା। 

ସଞ୍ଜୟ ସିଂହଙ୍କ ସଂହ ଅନ୍ୟ ୧୧ଜଣ ସଦସ୍ୟ ଯାହାଙ୍କ ନାଁରେ ଅଭିଯୋଗ ଆସିଥିଲା ସେମାନେ ହେଲା, ଶକ୍ତିସିଂ ଗୋହିଲ, ସୁଶିଲ କୁମାର ଗୁପ୍ତା, ସନ୍ଦିପ କୁମାର ପାଠକ, ନାରଣ ଭାଇ ଜେ ରାଠଓ୍ୱା, ଏଲ୍‍ ହନୁମନ୍ଥିଆ, ସଇଦ ନାସିର ହୁସେନ, କୁମାର କେତ୍‍କାର, ଫୁଲେ ଦେବୀ ନେଟମ, ଜେବି ମାଥର ହେସାମ, ରଞ୍ଜିତ ରଞ୍ଜନ ଏବଂ ଇମ୍ରାନ ପ୍ରତାପଗଡ଼ି। ଏମାନେ ରାଜ୍ୟସଭାର ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗ ହୋଇଥିଲା। 

Add Zee News as a Preferred Source

ଯେହେତୁ ରାଜ୍ୟସଭାରେ କୁମାର କେଟକାର, ନାରନ ଭାଇ ରାଠଓ୍ୱା ଏବଂ ଏଲ୍‍ ହନୁମନ୍ଥିଆଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି, ତାଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ସୁପାରିସ କରି ନାହିଁ। ଅନ୍ୟମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛିଯେ, ଏସମସ୍ତ ସଦସ୍ୟ ଏଭଳି ଗୃହରେ ମର୍ଯ୍ୟାଦାହାନୀ କରିବା ଭଳି କାର୍ଯ୍ୟ ନକରନ୍ତୁ। ସେମାନେ ଗ୍ୟହରେ ଶୃଙ୍ଖଳା ରକ୍ଷା କରି ମର୍ଯ୍ୟାଦାର ନୂଆ ଅଧ୍ୟାୟ ସୃଷ୍ଟି କରନ୍ତୁ।

About the Author