ରାଜଧାନୀରେ ଗୋଟିଏ ଦିନରେ ୧୨୯୯ ନୂଆ ସଂକ୍ରମିତ ଚିହ୍ନଟ, ସୁସ୍ଥ ହାର ପହଞ୍ଚିଲା ୮୯.୮୨ ପ୍ରତିଶତ
Advertisement

ରାଜଧାନୀରେ ଗୋଟିଏ ଦିନରେ ୧୨୯୯ ନୂଆ ସଂକ୍ରମିତ ଚିହ୍ନଟ, ସୁସ୍ଥ ହାର ପହଞ୍ଚିଲା ୮୯.୮୨ ପ୍ରତିଶତ

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୯ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀର ବର୍ତ୍ତମାନ ଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୧,୫୩୧କୁ ବୃଦ୍ଧି ପାଇଛି ।

ରାଜଧାନୀରେ ଗୋଟିଏ ଦିନରେ ୧୨୯୯ ନୂଆ ସଂକ୍ରମିତ ଚିହ୍ନଟ, ସୁସ୍ଥ ହାର ପହଞ୍ଚିଲା ୮୯.୮୨ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ଅତି ଭୟାବହ ହେବାକୁ ଲାଗିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରାୟ ୧୩୦୦ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଅଗଷ୍ଟ ୬ରେ ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୮୯.୮୨ ପ୍ରତିଶତରେ ପହଞ୍ଚିଛି । ଅନ୍ୟ ଅର୍ଥରେ ରାଜଧାନୀ ଦିଲ୍ଲୀରେ ସକ୍ରିୟ ରୋଗୀ ୭.୩୧ ପ୍ରତିଶତ ରହିଛି । ଏହା ବ୍ୟତୀତ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୨.୮୬ ପ୍ରତିଶତ ରହିଛି ।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୯ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀର ବର୍ତ୍ତମାନ ଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୪୧,୫୩୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪,୦୫୯ରେ ପହଞ୍ଚିଛି ।

ଦିଲ୍ଲୀରେ କୋରୋନା ରୋଗୀଙ୍କ ସୁସ୍ଥ ହେବା ହାର ଭଲ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୦୮ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଏପର୍ଯ୍ୟନ୍ତ ୧,୨୭,୧୨୪ କୋରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ଜାତୀୟ ରାଜଧାନୀରେ କୋରୋନାର ସକ୍ରିୟ ମାମଲା ସଂଖ୍ୟା ହେଉଛି ୧୦,୩୪୮ । ଏଥିରୁ  ହୋମ ଆଇସୋଲେଶନରେ ୫,୨୪୪ ରୋଗୀ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦,୪୩୬ କୋଭିଡ ପରୀକ୍ଷା ହୋଇଥିଲା । ଏଥିରେ ୫,୭୩୭ RT-PCR ପରୀକ୍ଷା ଏବଂ ୧୪,୬୯୯ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧୧,୨୦,୩୧୮ ପରୀକ୍ଷା କରାଯାଇଛି ।