୩୦ ଟି କବରରେ ମିଳିଲା ୧୩୯ ଟି ଅପରଚିତ ମୃତଦେହ, ତଦନ୍ତ ଆରମ୍ଭ କଲେ ସରକାର
Advertisement
Article Detail0/zeeodisha/odisha961668

୩୦ ଟି କବରରେ ମିଳିଲା ୧୩୯ ଟି ଅପରଚିତ ମୃତଦେହ, ତଦନ୍ତ ଆରମ୍ଭ କଲେ ସରକାର

ଲିବିୟାର ୩୦ ଟି କବରରୁ ଏପର୍ଯ୍ୟନ୍ତ ୧୩୯ ଜଣ ଅପରଚିତ ମୃତଦେହ ଉଦ୍ଧାର କରାଯାଇଛି । ଏହା ପରେ ସରକାର ତଦନ୍ତ ଆରମ୍ଭ କରିଦେଇଛନ୍ତି ଓ ଏଭଳି ସାମୂହିକ କବରକୁ ଖୋଜିବା ଆରମ୍ଭ କରିଛନ୍ତି ।

୩୦ ଟି କବରରେ ମିଳିଲା ୧୩୯ ଟି ଅପରଚିତ ମୃତଦେହ, ତଦନ୍ତ ଆରମ୍ଭ କଲେ ସରକାର

ତ୍ରିପୋଲି: ଲିବିୟାର (Libya) କବରରୁ ଅନେକ ଅପରଚିତ ମୃତ ଦେହ (Unidentified Dead Body) ବାହାରିବା ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ । ରବିବାର ଦିନ ଉତ୍ତର-ପଶ୍ଚିମ ସହର ତରୁଣାରେ ଏକ ସର୍ଚ୍ଚ ଅପରେସନ ମଧ୍ୟ କରାଯାଇଥିଲା । ଯେଉଁଥିରେ ୧୦ ଜଣ ଅପରଚିତ ବ୍ୟକ୍ତିଙ୍କ ମୃତଦେହ ଏକ କବରରୁ ଉଦ୍ଧାର କରାଯାଇଥିଲା ।

ଆରମ୍ଭ ହୋଇଛି ସାମୂହିକ କବରର ଯାଞ୍ଚ
ରାଜଧାନୀ ତ୍ରିପୋଲିଠାରୁ ପ୍ରାୟ ୯୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ତରୁଣା ଏକଦା ତ୍ରିପୋଲି (Tripoli) ଓ ଏହାର ଆଖପାଖରେ ମିଳିତ ଜାତିସଂଘ (United Nations) ସମର୍ଥିତ ସରକାର ବିରୁଦ୍ଧରେ ଯୁଦ୍ଧ ସମୟରେ ପୂର୍ବ-ଆଧାରିତ ସେନାର ମୁଖ୍ୟ ସାମରିକ କାର୍ଯ୍ୟ କେନ୍ଦ୍ର ଥିଲା । ଯାଞ୍ଚ ଓ ନିଖୋଜ ବ୍ୟକ୍ତିଙ୍କ ପରିଚୟ ପାଇଁ ଜେନେରାଲ୍ ଅଥରିଟି କହିଛନ୍ତି, “ତରୁଣାରେ କ୍ରମାଗତ ଯାଞ୍ଚ ପରେ ଦଳ ୧୦ ଜଣ ଅପରଚିତ ମୃତଦେହ (Unidentified Dead Body) ଉଦ୍ଧାର କରିଛନ୍ତି । ସହରରେ ଅଧିକ ସାମୂହିକ କବର ପାଇଁ ଖୋଜା ଚାଲିଛି ।"

ଅଧିକ ପଢ଼ନ୍ତୁ: ସରକାରଙ୍କ ଏହି ଯୋଜନାରେ ୧ ଟଙ୍କା ନିବେଶ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କିପରି

୩୦ ଟି କବରରେ ମିଳିଛି ୧୩୯ ଜଣଙ୍କ ମୃତଦେହ 
କିଛି ଦିନ ପୂର୍ବରୁ କର୍ତ୍ତୃପକ୍ଷ କହିଥିଲେ ଯେ ଏହା ସହରର ଦୁଇଟି କବରରୁ ୧୨ ଜଣ ଅପରଚିତ ମୃତଦେହ ଉଦ୍ଧାର କରିଛି । ଜୁନ୍ ୨୦୨୦ ରେ ଖୋଜାଖୋଜି ଆରମ୍ଭ ହେବା ପରଠାରୁ ୩୦ ଟି କବରରେ ଖୋଜା ଯାଇଥିଲା ଓ ଯେଉଁଠାରେ ୧୩୯ ଜଣ ଅପରଚିତ ମୃତଦେହ ଉଦ୍ଧାର କରାଯାଇଥିଲା । ମିଳିତ ଜାତିସଂଘ ସମର୍ଥିତ ସରକାରଙ୍କ ସୈନ୍ୟବାହିନୀ ପ୍ରତିଦ୍ୱନ୍ଦ୍ୱୀ ବାହିନୀକୁ ତରୁନାରେ ହୋଇଥିବା ହତ୍ୟାକାଣ୍ଡରେ ଅଭିହିତ କରିଛନ୍ତି ।