Indo-China border ନିକଟରେ ରାସ୍ତା କାମ କରୁଥିବା ଜଣେ ଶ୍ରମିକ ମୃତ, ୧୮ ନିଖୋଜ
Advertisement
Article Detail0/zeeodisha/odisha1263987

Indo-China border ନିକଟରେ ରାସ୍ତା କାମ କରୁଥିବା ଜଣେ ଶ୍ରମିକ ମୃତ, ୧୮ ନିଖୋଜ

ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲାର ଡେପୁଟି କମିଶନର ବେଙ୍ଗିଆ ନିଗି କହିଛନ୍ତି ଯେ, ଭାରତ-ଚୀନ୍ ସୀମାନ୍ତ ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୧୮ ଜଣ ଶ୍ରମିକ ନିଖୋଜ ଅଛନ୍ତି। 

ପ୍ରତିକାତ୍ମକ ଫଟୋ

Indo-China border: ଭାରତ-ଚୀନ ସୀମାନ୍ତ ଅରୁଣାଚଳ ପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଅଞ୍ଚଳରେ ଥିବା ଭାରତ-ଚୀନ୍ ସୀମା ନିକଟରୁ ଜଣେ ଶ୍ରମିକ ମୃତଦେହ ଉଦ୍ଧାର କରାଯାଇଛି, ଅନ୍ୟ ୧୮ ଜଣ ନିଖୋଜ ଅଛନ୍ତି। ଜୁଲାଇ ପାଞ୍ଚ ତାରିଖରୁ ଶ୍ରମିକମାନେ ନିଖୋଜ ଥିଲେ। ସେମାନେ ଦାମିନ ନିକଟରେ ଏକ ରାସ୍ତାରେ କାମ କରୁଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ କରିଛି।

ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲାର ଡେପୁଟି କମିଶନର ବେଙ୍ଗିଆ ନିଗି କହିଛନ୍ତି ଯେ, ଭାରତ-ଚୀନ୍ ସୀମାନ୍ତ ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୧୮ ଜଣ ଶ୍ରମିକ ନିଖୋଜ ଅଛନ୍ତି। ବର୍ଡର ରୋଡ ଅର୍ଗାନାଇଜେସନ (BRO) ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଏକ ବୃହତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରୁଛି। ଶ୍ରମିକମାନଙ୍କୁ ଭାରତ-ଚୀନ୍ ସୀମା ନିକଟ ଗ୍ରାମାଞ୍ଚଳର ଡାମିନ ସର୍କଲରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପଠାଯାଇଛି।

Also Read: ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି; ଶସ୍ତା ହେଲା ଖାଇବା ତେଲ, ଜାଣନ୍ତୁ କେତେ କମିଲା

 

ଡେପୁଟି କମିଶନର ବେଙ୍ଗିଆ ନିଗିଙ୍କ ଅନୁଯାୟୀ, ସୋମବାର ସ୍ଥାନୀୟ ଫୁରାକ ନାମକ ଏକ ଛୋଟ ନଦୀରୁ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିଛି। ଗୋଟିଏ ପୋଲିସ ଟିମକୁ ଘଟଣାସ୍ଥଳକୁ ପଠା ଯାଇଛି। ନିଖୋଜମାନେ ଆସାମରୁ ଆସିଥିଲେ, ଆଉ ସେମାନଙ୍କ ମଧ୍ୟକୁ ଅଧିକାଂଶ ମୁସଲମାନ ଅଛନ୍ତି। 
କଣ୍ଟ୍ରାକ୍ଟର ବେଙ୍ଗିଆ ବାଡୋଙ୍କୁ ଇଦ୍ ପାଳନ ପାଇଁ ଘରକୁ ଯିବା ନିମନ୍ତେ ଅନୁମତି ମାଗିଥିଲେ। କିନ୍ତୁ କଣ୍ଟ୍ରାକ୍ଟର ମନା କରିଦେଲେ। ଫଳରେ ଶ୍ରମିକମାନେ ଚାଲି ଚାଲି କୁରୁଙ୍ଗ କୁମି ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରକୁ ଯାଇଥିଲେ।

କିଛି ଲୋକ ଦାବି କରିଛନ୍ତି ଯେ, ଡାମିନ ସର୍କଲରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିକ ଶ୍ରମିକମାନେ କୁମି ନଦୀରେ ଭାସି ଯାଇଛନ୍ତି। ନଦୀ ପାର ହେଉଥିବା ବେଳେ ଏହି ଘଟଣା ଘଟିଛି। ସମସ୍ତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ଏହି ଗୁଜବକୁ ନିଶ୍ଚିତ କରିବା ପାଇଁ ଏକ ଉଦ୍ଧାରକାରୀ ଦଳ ପ୍ରକଳ୍ପ ସ୍ଥାନକୁ ପଠାଯାଇଛି। ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।