Road Accident: ଭାରାସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ୩ ମୃତ
Advertisement
Article Detail0/zeeodisha/odisha2174733

Road Accident: ଭାରାସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ୩ ମୃତ

Road Accident:ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବୋଲେରୋ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ। ଏବଂ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି। ମଧ୍ୟପ୍ରଦେଶର ଦୋମାହ ଜିଲ୍ଲାର ପାତେରା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସୌଜନ୍ୟ-ସୋସିଆଲ ମିଡି଼ଆ

ସୂଚନା ଅନୁସାରେ, ସୋମବାର ସଂନ୍ଧ୍ୟା ସମୟରେ ଦେବଡୋଗରା ଜିଲ୍ଲାର ୫ଜଣ ବାସିନ୍ଦା କୌଣସି ଏକ କାମରେ ପାତେରା ଅଭିମୁଖେ  ଏକ ବୋଲେରୋ ଗାଡିରେ ଯାଉଥିଲେ । କିନ୍ତୁ ଗାଡିଟି  ପାତେରା ଥାନା ଅଞ୍ଚଳରେ ପହଞ୍ଚିଥିବା ସମୟରେ ଏକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି। ଏବଂ ଦୁଇ ମୃତଦେହକୁ ପୋର୍ଟମଟମ୍ ପାଇଁ ପଠାଇଛି।  ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 

ସେହିପରି, ଆଜି କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟସ୍ଥ କଲଭର୍ଟ ତଳେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଅଟୋ ଚାଳକ ସହ ଅଟୋରେ ବସିଥିବା ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳର ଯୁବକମାନେ, ବିଭିନ୍ନ ଗାଡ଼ିରେ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲ ରେ ସ୍ଥାନାନ୍ତରିତ କରିଥିବା, ସ୍ବାସ୍ଥ୍ୟ ଅଧିକାରୀ, ଡ଼ଃ ଦ୍ବୀପକ କୁମାର ସାମଲ ସୂଚନା ଦେଇଛନ୍ତି।