ସାମରିକ କାର୍ଯ୍ୟାନୁଷ୍ଠାନରେ ଥରହର ଆତଙ୍କବାଦୀ; ୩୫ ମୃତ, ୩୩ ଆହତ
ଆଫଗାନିସ୍ତାନ ସରକାରଙ୍କ ବିରୁଦ୍ଧରେ ପୁଣିଥରେ ବିଦ୍ରୋହ ଆରମ୍ଭ କରିଛନ୍ତି ଆତଙ୍କୀ ସଙ୍ଗଠନ।
କାବୁଲ: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ମାଟିରୁ ଆମେରିକୀୟ ସୈନ୍ୟବାହିନୀ ପ୍ରତ୍ୟାହୃତ ହେବା ପୂର୍ବରୁ ଏହି ଦେଶରେ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ଜାରି ରହିଛି। ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି ଏବେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଆଫଗାନ ସେନା।
ଏହି କ୍ରମରେ ଏପ୍ରିଲ ୩ ତାରିଖ ଶନିବାର ଆଫଗାନିସ୍ତାନ ସେନାବାହିନୀ (Afghan Army) ପକ୍ଷରୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ୩୫ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୩୩ ଆହତ ହୋଇଛନ୍ତି।
Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ
ଏନେଇ ପ୍ରତିକ୍ରିୟା ରଖି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ (Afghanistan Defense Ministry) ପକ୍ଷରୁ କୁହାଯାଇଛି ଶନିବାର ଦେଶର ଫରୟାବ ଏବଂ ବାଗଲାନ ପ୍ରାନ୍ତରେ ସ୍ଥଳସେନା (Afghan Army) ଏବଂ ବାୟୁସେନା (Afghan Air Force) ପକ୍ଷରୁ ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ଗୁରଜୀବନ ଜିଲ୍ଲାରେ ଅବସ୍ଥିତ ସରଚକନ ଗ୍ରାମରେ ରହିଥିବା ତାଲିବାନ ଆତଙ୍କବାଦୀଙ୍କ ଆଡ୍ଡା (Taliban Terrorist Hideout) ଉପରେ ଆକ୍ରମଣ କରାଯାଇଥିଲା।
Also Read: ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA
ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏହି ଆତଙ୍କୀ ସଙ୍ଗଠନ ଶିବିର ଉପରେ ହୋଇଥିବା ଆକ୍ରମଣରେ ୨୬ ଆତଙ୍କୀବାଦୀଙ୍କ ମୃତ୍ୟୁ ହେବା ସହ ୩୩ ଆହତ ହୋଇଛନ୍ତି। ଅନ୍ୟପଟେ ଦେଶର ବାଗଲାନ ପ୍ରଦେଶସ୍ଥିତ ଦାନ୍ଦ ଏ ଶହାବୁଦ୍ଦିନ ଅଞ୍ଚଳରେ ଆଫଗାନ ଜାତୀୟ ବାହିନୀ ପକ୍ଷରୁ ହୋଇଥିବା ସାମରିକ ଅଭିଯାନରେ ୯ ଆତଙ୍କବାଦୀ ଟଳି ପଡିଛନ୍ତି। ଏହା ସହିତ ସେମାନେ ବ୍ୟବହାର କରୁଥିବା ଗୋଳବାରୁଦ, ହତିଆର, ଗାଡିକୁ ନଷ୍ଟ କରିଦେଇଛି ଆଫଗାନ ସୁରକ୍ଷା ବଳ।
ଗତ ସପ୍ତାହରେ ତାଲିବାନ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯଦି ଆସନ୍ତା ମେ ୧ ତାରିଖ ସୁଦ୍ଧା ଯଦି ଆଫଗାନିସ୍ତାନ ମାଟିରୁ ବିଦେଶୀ ସୈନ୍ୟବଳ ପ୍ରତ୍ୟାହାର କରାନଯାଏ ତାହେଲେ ସଙ୍ଗଠନନ ପକ୍ଷରୁ ସୁରକ୍ଷା ବାହିନୀ ପକ୍ଷରୁ କରାଯାଉଥିବା ଆକ୍ରମଣ ପୂର୍ବବତ ଜାରି ରହିବ। ଆଫଗାନ ମାଟିରେ ମୁତୟନ ହୋଇଥିବା ଆମେରିକା ସେନା ଉଦ୍ଦେଶ୍ୟରେ ଏପରି ବୟାନ ରଖିଥିଲା ତାଲିବାନ।
Also Read: ଆକ୍ରମଣର ବଦଲା ନେଲା ଆମେରିକା; ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଲା ବିଦ୍ରୋହୀ କ୍ୟାମ୍ପ
ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ବାଇଡେନ (American President Biden) ଆଫଗାନିସ୍ତାନ ମାଟିରେ ଆତଙ୍କବାଦ ବିରୋଧି ଲଢେଇରେ ସାମିଲ ରହିଥିବା ନିଜ ଦେଶର ସେନାବାହିନୀକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ନିଜର ଅଭିମୁଖ୍ୟ ସ୍ପଷ୍ଚ କରିନଥିଲେ। ଅର୍ଥାତ କେବେ ଆମେରିକା ସେନା ଆଫଗାନିସ୍ତାନ ଛାଡିବ ସେ ନେଇ ସ୍ପଷ୍ଟ ଭାବେ କୌଣସି ସମୟ ଧାର୍ଯ୍ୟ କରିନାହିଁ ରାଷ୍ଟ୍ରପତି ବାଇଡେନଙ୍କ ନେତୃତ୍ୱାଧିନ ପ୍ରଶାସନ।
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗତ ମାର୍ଚ୍ଚ ୨୬ ତାରିଖରେ ତାଲିବାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଥିଲା ଆଫଗାନିସ୍ତାନ ମାଟିରେ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ ଫଳରେ ହୋଇଥିବା କ୍ଷକ୍ଷୟତି ପାଇଁ ସେମାନେ ଦାୟୀ ଯେଉଁମାନେ ଶାନ୍ତିଚୁକ୍ତିକୁ ଉଂଲଘନ କରିଛନ୍ତି। ଆମେରିକା ସେନ୍ୟବଳକୁ ହଟାଇବା ଲାଗି ରାଷ୍ଟ୍ରପତି କୌଣସି ସମୟ ସୀମା ଧାର୍ଯ୍ୟ କରିନଥିବାରୁ ଶାନ୍ତିଚୁକ୍ତିକୁ ଅସ୍ପଷ୍ଟ ବୋଲି କହିଛି ତାଲିବାନ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଦୋହା ବୁଝାମଣାକୁ ପାଳନ କରିବା ସବୁଠୁ ଭଲ ବିକଳ୍ପ ବୋଲି କହିଛି ଏହି ସଙ୍ଗଠନ।
Also Read: ଆକ୍ରମଣର ବଦଲା ନେଲା ଫ୍ରାନ୍ସ, ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା ୫୦ ଆତଙ୍କୀ ମୁଣ୍ଡ
ଚଳିତ ବର୍ଷ ମେ ପହିଲା ସୁଦ୍ଧା ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠାନ କରିବା ଲାଗି ମୁତୟନ ହୋଇଥିବା ବିଦେଶୀ ସୈନ୍ୟବଳକୁ ପ୍ରତ୍ୟାହାର କରିନେବା ନେଇ ଗତବର୍ଷ ଫେବୃଆରୀରେ ମଧ୍ୟ ଏସୀୟା ଦେଶ (Central Asian Nation) କତାରର (Qatar) ରାଜଧାନୀ ଦୋହା (Doha) ଠାରେ ତାଲିବାନ ସଙ୍ଗଠନ ସହ ଏକ ବୁଝାମଣା କରିଥିଲା ସେତେବେଳର ଆମେରିକାର ରାଷ୍ଟ୍ରପତି (Former American President) ଥିବା ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ନେତୃତୃାଧିନ ପ୍ରଶାସନ। ହେଲେ ଏବେ ଆମେରିକାରେ କ୍ଷମତାସୀନ ବାଇଡେନ ପ୍ରଶାସନ ଏହି ବୁଝାମଣା ଉପରେ ପୁନର୍ବାର ସମୀକ୍ଷା କରୁଛି।
ଗତବର୍ଷ ଦୋହା ଠାରେ ହୋଇଥିବା ବୁଝମଣା ଅନୁସାରେ ଆଫଗାନିସ୍ତାନ ମାଟିରୁ ନିଜ ସେନାବାହିନୀ ସମେତ ଅନ୍ୟ ବିଦେଶୀ ସୁରକ୍ଷାବଳକୁ ହଟାଇ ନେବା ଲାଗି ଘୋଷଣା କରିଥିଲା ଆମେରିକା। ଅନ୍ୟପଟେ ଆଫଗାନରେ ସମାନ୍ତରାଳ ଭାବେ ଛାୟା ସରକାର ଗଠନ କରିଥିବା ତାଲିବାନ, ଅଲକାଏଦା କିମ୍ବା ଅନ୍ୟ କୌଣସି ଆତଙ୍କୀ ସଙ୍ଗଠନ ସହ କୌଣସି ସମ୍ପର୍କ ରଖିବ ନାହିଁ ବୋଲି ଜଣାଇଥିଲା।
Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
ଦୋହା ବୁଝମଣା ଅନୁସାରେ ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଆଫଗାନସ୍ତାନରେ ଶାନ୍ତି ରକ୍ଷା ଲାଗି ମୁତୟନ ହୋଇଥିବା ଆମେରିକା ନେତୃତ୍ୱାଧିନ ବିଦେଶୀ ସୈନ୍ୟବଳ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୋଇନାହିଁ। ହେଲେ ଅନ୍ୟପଟେ ଆଫଗାନିସ୍ତାନ ସରକାରଙ୍କ ବିରୁଦ୍ଧରେ ପୁଣିଥରେ ବିଦ୍ରୋହ ଆରମ୍ଭ କରିଛି ତାଲିବାନ। ଦେଶର ଶାନ୍ତି ପ୍ରତିଷ୍ଠା ଲାଗି ଭଭୟ ପକ୍ଷ ମଧ୍ୟରେ ଗତବର୍ଷ ସେପ୍ଟମ୍ବରରେ ହୋଇଥିବା ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ।