Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ
Advertisement

Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ

ନାଇଜର ସରକାରଙ୍କ ପକ୍ଷରୁ ପଡୋଶୀ ଦେଶ ମାଲି ବିରୁଦ୍ଧରେ ଅଭିଯୋଗ ଆଣି କୁହାଯାଇଛି ପ୍ରତିକ୍ରିୟା ରଖି କୁହାଯାଇଛି ପଡୋଶୀ ଦେଶ ମାଲିରେ ସକ୍ରିୟ ରହିଥିବା ସଶସ୍ତ୍ର ଗୋଷ୍ଠୀ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରି ଆତଙ୍କବାଦୀ କାଣ୍ଡ ଭିଆଇବାରେ ଲାଗିଛନ୍ତି।  

Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଆତଙ୍କବାଦୀଙ୍କ ଆକ୍ରମଣରେ କମ୍ପିଉଠିଛି ଆଫ୍ରିକୀୟ ରାଷ୍ଟ୍ର ନାଇଜର। ଏହି ଦେଶରେ ଅବସ୍ଥିତ ଏକ ଗ୍ରାମ ଉପରେ ଅତର୍କିତ ଆକ୍ରମଣ କରିବାରୁ ୭୦ ଲୋକଙ୍କ ମୃତ୍ୟୁ ହୋଇଛି।  ଅନ୍ୟପଟେ ୨୦ ଲୋକ ଆହତ ହୋଇଛନ୍ତି। ଗତ ୨୦୧୭ରୁ ନାଇଜରରେ ଚାଲି ଆସୁଥିବା ଗୃହଯୁଦ୍ଧ କାରଣରୁ ଦେଶରେ ବେଶ ଲମ୍ବା ସମୟ ଧରି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି।  

ନାଇଜରର (Niger) ୨ଟି ଗ୍ରାମକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ଆତଙ୍କୀ ହମଲା ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଏନେଇ ମିଳିଥିବା ଖବର ଅନୁସାରେ ଆତଙ୍କବାଦୀ ଯେଉଁ ସ୍ଥାନରେ ଆକ୍ରମଣ କରିଛନ୍ତି ତାହା ପଡୋଶୀ ମାଲି ସୀମାରେ ଅବସ୍ଥିତ। ଆତଙ୍କବାଦୀ ଆକ୍ରମଣରେ କମ୍ପିଉଠିଥିବା ସେହି ୨ ଗ୍ରାମ ହେଉଛି ଟିଲ୍ଲାବେରୀ ଅଞ୍ଚଳରେ ଅବସ୍ଥିତ ଚେମୋବାଙ୍ଗାଉ ଓ ଜାରୋମଦାରିୟ।      

Also Read: ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା

ଏ ଘଟଣାରେ ନାଇଜର ସରକାରଙ୍କ ପକ୍ଷରୁ ପଡୋଶୀ ଦେଶ ମାଲି (Mali) ବିରୁଦ୍ଧରେ ଅଭିଯୋଗ ଆଣି କୁହାଯାଇଛି ପଡୋଶୀ ଦେଶ ମାଲିରେ ସକ୍ରିୟ ରହିଥିବା ସଶସ୍ତ୍ର ଗୋଷ୍ଠୀ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରି ଆତଙ୍କବାଦୀ କାଣ୍ଡ ଭିଆଇବାରେ ଲାଗିଛନ୍ତି। ସେମାନେ ଯେଉଁ ଗ୍ରାମରେ ଆକ୍ରମଣ କରିଛନ୍ତି ସେଠାରେ ୩ ବର୍ଷ ଧରି ବ୍ୟାପାକ ହିଂସାକାଣ୍ଡ ଜାରି ରହିଛି। fallback

ଏହି ଅଞ୍ଚଳରେ  ଅଲକାଏଦା ସହିତ ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତ ଥିବା ଅନେକ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ଅଛନ୍ତି। ମାଲି ସୀମାରେ ଅବସ୍ଥିତ ଦେଶର ୨ ଗ୍ରାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ନାଇଜର ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଜାରି କରାଯାଇନାହିଁ। 

Also Read:  ନାଇଜେରିଆରେ ଆମେରିକାର ସର୍ଜିକାଲ ଷ୍ଟ୍ରାଇକ ସଫଳ, ଟ୍ୱିଟ କରି ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ

ନାଇଜରର ଅନ୍ୟତମ ପଡୋଶୀ ନାଇଜେରିଆରେ (Nigeria) ଗତ ଡିସେମ୍ବର ୨୭ ତାରିଖରେ ଦେଶର ବୋରୋନ ପ୍ରଦେଶରେ ବୋକୋହାରାମ ନାମକ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏ ଘଟଣାରେ ପ୍ରତିକ୍ରିୟା ରଖି ନାଇଜେରିଆ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଏହି ପ୍ରଦେଶରେ ଅବସ୍ଥିତ ୪ଟି ଗ୍ରାମକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ। 

fallback

ଆତଙ୍କୀ ଗୋଷ୍ଠୀ ପ୍ରଥମେ ଅଜାରେ ନଗର ଠାରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନା ଉପରେ ଆକ୍ରମଣ କରିଥିଲେ। ସେମାନଙ୍କୁ ଜବାବ ଦେବାକୁ ଏହି ଆତଙ୍କବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲା ନାଇଜେରିଆ ସେନା। ଏହା ପରେ ଆତଙ୍କବାଦୀ ଦେଶର ସଫ୍ଫା ନାମକ ସ୍ଥାନରେ ଆକ୍ରମଣ କରିଥିଲେ।